ଭିଜିଲାନ୍ସ ଜାଲରେ ବଙ୍ଗୋମୁଣ୍ଡା ତହସିଲ୍‌ ଅମିନ, ୧୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡିବସିଲା ଭିଜିଲାନ୍ସ

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ବଙ୍ଗୋମୁଣ୍ଡା ତହସିଲ୍‌ ଅମିନ ନିର୍ମଳେନ୍ଦୁ କବି । ଜମି ପଟ୍ଟା କରାଇ ଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡିବସିଲା ଭିଜିଲାନ୍ସ ଟିମ୍‌ । ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ତହସିଲଦାରର ଅମିନ ନିର୍ମଳେନ୍ଦୁ ଜଣେ ଆବେଦନକାରୀଙ୍କଠାରୁ ସ୍କେଚ୍ ମ୍ୟାପ୍ ପ୍ରସ୍ତୁତ କରିବା ଏବଂ ସେମାନଙ୍କର ଜମି ସମ୍ପତ୍ତି ବିଭାଜନ ଏବଂ ସମ୍ପୃକ୍ତ ଅଂଶୀଦାରଙ୍କ ସପକ୍ଷରେ ନୂତନ ROR ପ୍ରଦାନ ପାଇଁ ଫାଇଲ୍ ପ୍ରକ୍ରିୟାକରଣ କରିବା ପାଇଁ ୧୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ । ହେଲେ ଆବେଦନକାରୀ ଲାଞ୍ଚ ଦେବାକୁ ଅସମର୍ଥ ହୋଇ, ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟକୁ ଯାଇଥିଲେ। ପୂର୍ବ ଯୋଜନା ମୁତାବକ ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ଆଜି ଅମିନ ନିର୍ମଳେନ୍ଦୁ କବିଙ୍କୁ ଆବେଦନକାରୀଙ୍କଠାରୁ ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଗିରଫ କରିଛି। ଅଭିଯୁକ୍ତ  ଅମିନଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି ।

About The Author: Madhusudan Das