ଦିନ ମଜୁରିଆଙ୍କ ଅଜାଣତରେ ବ୍ୟାଙ୍କ ଆକାଉଣ୍ଟରେ ୭୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ନେଣଦେଣ, କଳା ବଜାର ଲିଙ୍କ ସନ୍ଦେହ

ଜଳେଶ୍ୱର: ପାଞ୍ଚ ହିତାଧିକାରୀଙ୍କ ଆକାଉଣ୍ଟରେ ୭୦ଲକ୍ଷରୁ ଅଧିକ ଟଙ୍କା ନେଣଦେଣ। ସବୁଠୁ ବଡ଼ କଥା ୫ ଜଣ ହିତାଧିକାରୀ ହେଉଛନ୍ତି ଦିନ ମଜୁରିଆ। ଏତେ ଟଙ୍କା ନେଣଦେଣ ବାବଦରେ ଆକାଉଣ୍ଟଧାରୀଙ୍କ ପାଖରେ କୌଣସି ଖବର ନାହିଁ।ବାଲେଶ୍ୱର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ପୌରପରିଷଦର ଝାଡେଶ୍ୱରପୁର ଏକ ନମ୍ବର ୱାର୍ଡର ୧୨ଜଣ ହିତାଧିକାରୀ ସେହି ୱାର୍ଡର ରିଟେଲର ସେକ ଫାରୁକଙ୍କ ଏଭଳି ଚଞ୍ଚକତା କରି ବେଆଇନ ଭାବେ ଟଙ୍କା କାରବାର କରିଥିବା ଥାନାରେ ଏତଲା ଦିଆ ଯାଇଛି। ତେବେ […]

ଜଳେଶ୍ୱର: ପାଞ୍ଚ ହିତାଧିକାରୀଙ୍କ ଆକାଉଣ୍ଟରେ ୭୦ଲକ୍ଷରୁ ଅଧିକ ଟଙ୍କା ନେଣଦେଣ। ସବୁଠୁ ବଡ଼ କଥା ୫ ଜଣ ହିତାଧିକାରୀ ହେଉଛନ୍ତି ଦିନ ମଜୁରିଆ। ଏତେ ଟଙ୍କା ନେଣଦେଣ ବାବଦରେ ଆକାଉଣ୍ଟଧାରୀଙ୍କ ପାଖରେ କୌଣସି ଖବର ନାହିଁ।ବାଲେଶ୍ୱର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ପୌରପରିଷଦର ଝାଡେଶ୍ୱରପୁର ଏକ ନମ୍ବର ୱାର୍ଡର ୧୨ଜଣ ହିତାଧିକାରୀ ସେହି ୱାର୍ଡର ରିଟେଲର ସେକ ଫାରୁକଙ୍କ ଏଭଳି ଚଞ୍ଚକତା କରି ବେଆଇନ ଭାବେ ଟଙ୍କା କାରବାର କରିଥିବା ଥାନାରେ ଏତଲା ଦିଆ ଯାଇଛି। ତେବେ ଫାରୁକ ଏହି ହିତାଧିକାରୀ ମାନଙ୍କ ଠାରେ ବିଭିନ୍ନ ସରକାରୀ ଯୋଜନାର ମିଛ ପ୍ରଲୋଭନ ଦେଖାଇ ଯେମିତିକି ଭେକସିନ ବାବଦକୁ ଟଙ୍କା ମିଳିବା, କାଳିଆ ଯୋଜନାରେ ଟଙ୍କା ମିଳିବା, ରେସନରେ ପଇସା ମିଳିବା ନେଇ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ କହିଥିଲେ। ଏହାବାଦ ଆକାଉଣ୍ଟ ନ ଖୋଲିଲେ ରାସନ କାର୍ଡ ବନ୍ଦ ହୋଇଯିବ କହିଥିଲେ।ପରେ ହିତାଧିକାରୀଙ୍କ ନାମରେ ଜଳେଶ୍ବର କାନାରା ବ୍ୟାଙ୍କ ଶାଖା-୨ କୁ ନେଇ ସେଭିଂ ଆକାଉଣ୍ଟ ଖୋଲିଥିଲେ। ବ୍ୟାଙ୍କରୁ ଆକାଉଣ୍ଟ ଖୋଲିବା ପରେ ବିଶ୍ୱାସ ଜନ୍ମାଇ ସେମାନଙ୍କ ଠାରୁ ଏ ଟି ଏମ କାର୍ଡ ନେଇ ଯାଇଥିଲା ଫାରୁକ।

ଅଭିଯୋଗ ଅନୁଯାୟୀ, ଝାଡଶ୍ୱରପୁର ଗ୍ରାମର ଟାକଲୁ ବିନ୍ଧାଣିଙ୍କ ସ୍ତ୍ରୀ ଲକ୍ଷ୍ମୀ ବିନ୍ଧାଣିଙ୍କ ଆକାଉଣ୍ଟରେ ୨୮ଲକ୍ଷ ୨ହଜାର ୨ଶହ ଟଙ୍କା ନେଣଦେଣ ହୋଇଥିବା ବେଳେ ଛୁଟୁ ବିନ୍ଧାଣିଙ୍କ ସ୍ତ୍ରୀ ସୁମିତ୍ରା ବିନ୍ଧାଣି ୪ଲକ୍ଷ ୭୬ହାଜର ୫୫ ଟଙ୍କା, ମଧୁ ବିନ୍ଧାଣିଙ୍କ ସ୍ତ୍ରୀ ଜୁନ୍ଦୁରୀ ବିନ୍ଧାଣି ୩ଲକ୍ଷ ୩୦ହଜାର ୬ଶହ ୮୧ଟଙ୍କା, ସୁରେନ୍ଦ୍ର ବିନ୍ଧାଣିଙ୍କ ସ୍ତ୍ରୀ ସୁଜାତା ବିନ୍ଧାଣି ୩୦ଲକ୍ଷ ୩୩ହଜାର ୩ଶହ ୫୮ଟଙ୍କା ଲେଖାଏଁ ଟଙ୍କା ଆକାଉଣ୍ଟରେ ବେଆଇନ ଭାବେ ନେଣଦେଣ ହୋଇଛି। ୧୨ଜଣଙ୍କ ମଧ୍ୟରୁ ପାଞ୍ଚ ଜଣ ଥାନାରେ ତଦନ୍ତ ପାଇଁ ଅଭିଯୋଗ କରିଛନ୍ତି। ସେଭିଂ ବ୍ୟାଙ୍କ ଆକାଉଣ୍ଟରେ ଅତ୍ୟଧିକ ଟଙ୍କାର କାରବାରକୁ ଟ୍ରାଞ୍ଜେକ୍ସନ ମୋନିଟରିଂ ଶାଖା ଦୃଷ୍ଟି ପଡିଥିଲା। ପରେ ଏହି ଆକାଉଣ୍ଟ ଗୁଡିକର ଅସ୍ଥାୟୀ ଭାବେ କାରବାରକୁ ବନ୍ଦ କରାଯାଇଛି। ଏତେ ଟଙ୍କା କାରବାର କେମିତି ହେଲା ଏହା କାରଣ ଦର୍ଶାଇବା ସହ ଯଥେଷ୍ଟ ପରିଚୟ ପତ୍ର ସହ ବ୍ୟାଙ୍କରେ ଉପସ୍ଥିତି ହେବା ନେଇ ଗତ ଜୁନ ୨୬ତାରିଖ ବ୍ୟାଙ୍କ ନୋଟିସ ଜାରି କରିଛି। ତେଣୁ ଅଭିଯୋଗ କାରି ମାନେ ଛାନିଆ ହୋଇ ଥାନାରେ ଅଭିଯୋଗ କରିଛନ୍ତି।

About The Author: The Sakala