ଜଳେଶ୍ବର: ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବ୍ଲକ ବରଡ଼ିହା ଗ୍ରାମ ପଞ୍ଚାୟତର ନିମଡିହା ଗାଁରେ ଆଜି ଅଭାବନୀୟ ଘଟଣା ଘଟିଯାଇଛି। ବିଲରୁ ଚାଷ କାମ ପରେ ଘରକୁ ଫେରୁଥିବା ସମୟରେ ବଜ୍ରାଘାତରେ ମା’ର ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ହୋଇଛି। ମୃତ ମା’ଙ୍କ ନାମ ଅଞ୍ଜଳି ସିଂ ଓ ଗୁୁରୁତର ହୋଇଥିବା ପୁଅଙ୍କ ନାଁ ଗୋବିନ୍ଦ ସିଂ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଆଜି ଅପରାହ୍ନ ସମୟରେ ମାଆ ଓ ପୁଅ ବିଲକୁ ଚାଷ କାମ କରିବାକୁ ଯାଇଥିଲେ। ହଠାତ କଳା ହାଣ୍ଡିଆ ମେଘ ଘୋଟି ଆସିଥିଲା। ଘନଘନ ବଜ୍ରାଘାତ ହେବା ଫଳରେ ମା’ ଅଞ୍ଜଳିଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ପୁଅ ଗୁରୁତର ହୋଇପଡ଼ିଥିଲେ। ପୁଅ ଗୋବିନ୍ଦ ସିଂଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାୟୀ ହାତୀଗଡ ହସପିଟାଲରେ ଭର୍ତ୍ତି କରାଯାଇଛି।