ମତ୍ସ୍ୟଜୀବୀଙ୍କ ଜାଲରେ ଲାଗିଲା ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ମାଛ

ଭୋଗରାଇ/ଚନ୍ଦନେଶ୍ୱର: ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ଲାଗିଛି ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ତେଲିଆ ଶିଳା ମାଛ । ଯାହାର ବଜାରରେ ମୂଲ୍ୟ ପ୍ରାୟ ୨କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ସୂଚନା ଅନୁଯାୟୀ ପ୍ରାୟ ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ତେଲିଆ ଶିଳା ମାଛ ସମୁଦ୍ରରୁ ଧରା ହୋଇ ବିକ୍ରୟ ପାଇଁ ଦୀଘା ମୁହାଣ ମତ୍ସ୍ୟ ଅବତରଣ କେନ୍ଦ୍ରକୁ ଆସିଛି । ମାଛ ଦେଖିବା ଲାଗି ଉତ୍ସୁକ ମତ୍ସ୍ୟଜୀବୀ ଓ ପର୍ଯ୍ୟଟକଙ୍କ ଅସମ୍ଭବ ଭିଡ଼ […]

ଭୋଗରାଇ/ଚନ୍ଦନେଶ୍ୱର: ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ଲାଗିଛି ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ତେଲିଆ ଶିଳା ମାଛ । ଯାହାର ବଜାରରେ ମୂଲ୍ୟ ପ୍ରାୟ ୨କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ସୂଚନା ଅନୁଯାୟୀ ପ୍ରାୟ ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ତେଲିଆ ଶିଳା ମାଛ ସମୁଦ୍ରରୁ ଧରା ହୋଇ ବିକ୍ରୟ ପାଇଁ ଦୀଘା ମୁହାଣ ମତ୍ସ୍ୟ ଅବତରଣ କେନ୍ଦ୍ରକୁ ଆସିଛି । ମାଛ ଦେଖିବା ଲାଗି ଉତ୍ସୁକ ମତ୍ସ୍ୟଜୀବୀ ଓ ପର୍ଯ୍ୟଟକଙ୍କ ଅସମ୍ଭବ ଭିଡ଼ ଜମିଛି ।

ପ୍ରତିଥର ପରି ଏଥର ଗୋଟାଏ ନୁହେଁ କି ଦୁଇଟା ନୁହେଁ, ୧୨୧ ଟି ତେଲିଆ ଶିଳା ମାଛ ଧରା ପଡ଼ିଛି ଏକ ଟ୍ରଲରରେ । ଆନୁମାନିକ ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ମାଛ ଏହି ଟ୍ରଲରରେ ଉଠିବାରୁ ସାଧାରଣରେ ଚାଞ୍ଚଲ୍ୟ ଖେଳି ଯାଇଛି । ଦୀଘା ମୁହାଣ ମତ୍ସ୍ୟ ବଜାର ବ୍ୟବସାୟୀ ସୂତ୍ରରୁ ଏହା ଜଣାପଡ଼ିଛି । ଏହି ତେଲିଆ ଶିଳା ମାଛ କେ.ଜି. ପ୍ରତି ୬ ହଜାର ୭୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ୧୨୧ ଟି ମାଛର ମୂଲ୍ୟ ପ୍ରାୟ ୨ କୋଟି ୫୦ ଲକ୍ଷ ଟଙ୍କା ହେବ । ଏହା ପୂର୍ବରୁ ଅଳ୍ପ ମାତ୍ରାରେ ଏହି ମାଛ ଗଭୀର ସମୁଦ୍ରରୁ ଧରା ଯାଇ ମୁହାଣରେ ବିକ୍ରି ପାଇଁ ଆସୁଥିବା ଦେଖିବାକୁ ମିଳୁଥିଲା ବେଳେ ଦୀଘା ସହରରେ ଚାଞ୍ଚଲ୍ୟ ଖେଳୁଥିଲା। ଏବେ ଏକକାଳୀନ ୧୨୧ଟି ମାଛ ଦେଖିବାକୁ ଦୀଘା ମୁହାଣର ମତ୍ସ୍ୟ ବଜାରରେ ଉତ୍ସୁକ ମତ୍ସ୍ୟଜୀବି ସମେତ ଶତାଧିକ ପର୍ଯ୍ୟଟକଙ୍କ ଭିଡ଼ ଜମିଛି | ମାଛ ଗୁଡ଼ିକୁ ବିକ୍ରୟ ପାଇଁ ଭୁବନ ଚନ୍ଦ୍ର ବେରାଙ୍କ ମାଛ ଅଡ଼ତକୁ ପଠାଯାଇ ଥିବା ସୂଚନା ମିଳିଛି।

About The Author: The Sakala