ଦିନ ଦ୍ବିପ୍ରହରରେ ବନ୍ଧୁକ ଓ ଭୁଜାଲି ଦେଖାଇ ବ୍ୟାଙ୍କ ଲୁଟିଲେ ଦୁର୍ବୁତ୍ତ

ଜଳେଶ୍ୱର: ଦିନ ଦ୍ବିପ୍ରହରରେ ବ୍ୟାଙ୍କ ଲୁଟ । ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ବରୁଣଗଡିଆ ଛକରେ ଥିବା ବ୍ୟାଙ୍କ ଅଫ ବରୋଦା ଶାଖାରୁ ବନ୍ଧୁକ ଓ ଭୁଜାଲି ଦେଖାଇ ୮ ଲକ୍ଷରୁ ଉଦ୍ଦ୍ୱର୍ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ସୂଚନା ଅନୁସାରେ ଦିନ ୧.୩୦ ମିନିଟ ସମୟରେ ଆଠ ଜଣ ଦୁର୍ବୁତ୍ତ ହଠାତ୍ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ଭିତରେ ପଶି ବ୍ୟାଙ୍କ କର୍ମଚାରୀ […]

ଜଳେଶ୍ୱର: ଦିନ ଦ୍ବିପ୍ରହରରେ ବ୍ୟାଙ୍କ ଲୁଟ । ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ବରୁଣଗଡିଆ ଛକରେ ଥିବା ବ୍ୟାଙ୍କ ଅଫ ବରୋଦା ଶାଖାରୁ ବନ୍ଧୁକ ଓ ଭୁଜାଲି ଦେଖାଇ ୮ ଲକ୍ଷରୁ ଉଦ୍ଦ୍ୱର୍ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ସୂଚନା ଅନୁସାରେ ଦିନ ୧.୩୦ ମିନିଟ ସମୟରେ ଆଠ ଜଣ ଦୁର୍ବୁତ୍ତ ହଠାତ୍ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ଭିତରେ ପଶି ବ୍ୟାଙ୍କ କର୍ମଚାରୀ ସହ କିଛି ଲୋକଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ପ୍ରଥମେ ଭୟଭୀତ କରିଥିଲେ ଏବଂ ସମସ୍ତଙ୍କଠାରୁ ମୋବାଇଲ ଛଡ଼ାଇ ନେଇଥିଲେ। ପରେ ସେମାନେ ସମସ୍ତଙ୍କୁ ପାଇଖାନା ଭିତରେ ଭର୍ତ୍ତି କରି ଦେଇ ବ୍ୟାଙ୍କ ଲୁଟ୍ କରି ଫେରାର ହୋଇଯାଇଥିଲେ। ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁସାରେ ଦୁର୍ବୁତ୍ତମାନେ ଦୁଇଟି ବାଇକ ସହିତ ଏକ ବୋଲେରୋ ଗାଡ଼ିରେ ଆସିଥିବା ବେଳେ ବ୍ୟାଙ୍କ ଭିତରକୁ ଆଠଜଣ ଯାଇଥିଲେ। ଅନ୍ୟମାନେ ରାଜରାସ୍ତାରେ ପ୍ରସ୍ତୁତ ରହିଥିଲେ। ତେବେ ସମସ୍ତେ ବଙ୍ଗଳା ଭାଷାରେ କଥା ବାର୍ତ୍ତା ହେଉଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

About The Author: The Sakala