ବାଲେଶ୍ଵର: ବାଲେଶ୍ଵର ସହଦେବ ଖୁଣ୍ଟା ଥାନା ଅଧିନସ୍ଥ ବେଗୁନିଆ ଗାଁର ଜଣେ ମହିଳାଙ୍କ ସମ୍ପତ୍ତିରୁ ଭାଗ ନେବାପାଇଁ ତାଙ୍କ ବଡପୁଅ ଓ ନାତି ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିବାର ପୁଲିସ ନିକଟରେ ଅଭିଯୋଗ ହୋଇଛି।
ଗଣେଶ ବେହେରାଙ୍କ ପତ୍ନୀ ଜାନକୀଙ୍କ ଅଭିଯୋଗ ଅନୁଯାୟୀ, ଗଣେଶ ଭୂମିହୀନ ଥିବାରୁ ସରକାର ତାଙ୍କ ନାମରେ ସରକାର ୨ ଡେସିମିଲିର ଏକ ଜମିର ପଟ୍ଟା ଘରଡିହ ପାଇଁ ଯୋଗାଇଥିଲେ। ଏବେ ସେହି ସ୍ଥାନରେ ଜାନକୀ ତାଙ୍କ ସ୍ବାମୀ ଓ ଜଣେ ସ୍ବାମୀ ପରିତ୍ୟକ୍ତା ଝିଅ ବହୁ କଷ୍ଟରେ ରହୁଛନ୍ତି। ତେବେ ଜାନକୀଙ୍କ ବଡ଼ପୁଅ ଶ୍ୟାମସୁନ୍ଦର, ପୁତ୍ରବଧୁ କନକ ଓ ନାତି ସେହି ଜମିରୁ ଭାଗ ନେବା ପାଇଁ ପୁରୁଣା ଘରକୁ ଭାଙ୍ଗିବାକୁ କହୁଛନ୍ତି। ସେହି ପୁରୁଣା ଘର ଭାଙ୍ଗିଦେଲେ ବାର୍ଦ୍ଧକ୍ୟ ଅବସ୍ଥାରେ ଥିବା ଜାନକୀ ସ୍ବାମୀ ଗଣେଶ ଓ ସ୍ବାମୀ ପରିତ୍ୟକ୍ତା ଝିଅ କେଉଁଠି ରହିବେ ଏ ନେଇ ସେ ଚିନ୍ତାରେ ରହିଛନ୍ତି। ଏପରି ଅବସ୍ଥାରେ ବଡ଼ପୁଅ, ବୋହୂ ଓ ନାତି ଗଣେଶଙ୍କୁ ପିଟାମାରା କରିବା ସହ ଘର ଭାଙ୍ଗିବା ସହ ଉକ୍ତ ଜମିକୁ ଛାଡ଼ିଦେବା ପାଇଁ ଧମକ ଚମକ ଦେଉଥିବାରୁ ଜାନକୀ ଏନେଇ ସହଦେବ ଖୁଣ୍ଟା ଥାନା ଓ ନିଳିଆବାଗ ସ୍ଥିତ ଜାଗ୍ରତ ନାରୀ ସଙ୍ଗଠନ ନିକଟରେ ଦ୍ବାରସ୍ଥ ହୋଇଛନ୍ତି।