ଗ୍ୟାସ ଟାଙ୍କି ଫାଟି ୩ ଗୁରୁତର, ମେଡିକାଲରେ ଭର୍ତ୍ତି

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ନରସିଂହ ପୁର ପଞ୍ଚାୟତ ପୁରୁଣାଗାଁ ଅଞ୍ଚଳରେ ଘର ସହିତ ଗ୍ରୋଷରୀ ଦୋକାନରେ କିଛି ବାଣ ରଖାଯାଇଥିଲା, ଘର୍ ଗ୍ୟାସ ଟ୍ୟାଙ୍କ ଫାଟି ଯିବାରୁ ଘର ସହିତ ଦୋକାନରେ ବିସ୍ପୋରଣ ହୋଇଛି। ଏଥିରେ ୩ଜଣ ଗୁରୁତର ହଇଛନ୍ତି। ଗୁରୁତରଙ୍କ ମଧ୍ୟରେ ମା ବାପା ଏବଂ ପୁଅ ଗୁରୂତର ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ରୋଷେଇ କରୁଥିବା ସମୟରେ କୌଣସି କାରଣବଶତଃ ଗ୍ୟାସ ଟାଙ୍କିଟି ଫାଟିଯାଇଥିଲା । ଫଳରେ ଘରକୁ ଲାଗିକରି ଥିବା […]

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ନରସିଂହ ପୁର ପଞ୍ଚାୟତ ପୁରୁଣାଗାଁ ଅଞ୍ଚଳରେ ଘର ସହିତ ଗ୍ରୋଷରୀ ଦୋକାନରେ କିଛି ବାଣ ରଖାଯାଇଥିଲା, ଘର୍ ଗ୍ୟାସ ଟ୍ୟାଙ୍କ ଫାଟି ଯିବାରୁ ଘର ସହିତ ଦୋକାନରେ ବିସ୍ପୋରଣ ହୋଇଛି। ଏଥିରେ ୩ଜଣ ଗୁରୁତର ହଇଛନ୍ତି। ଗୁରୁତରଙ୍କ ମଧ୍ୟରେ ମା ବାପା ଏବଂ ପୁଅ ଗୁରୂତର ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ ରୋଷେଇ କରୁଥିବା ସମୟରେ କୌଣସି କାରଣବଶତଃ ଗ୍ୟାସ ଟାଙ୍କିଟି ଫାଟିଯାଇଥିଲା । ଫଳରେ ଘରକୁ ଲାଗିକରି ଥିବା ଗ୍ରୋସରୀ ଦୋକାନରେ ନିଆଁ ଲାଗିଥିଲା। ବାଣ ବିକ୍ରି ପାଇଁ ଗ୍ରୋସରୀ ଦୋକାନରେ କିଛି ବାଣ ଥିଲା ଯେଉଁଥିରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଥିଲା । ପରିବାରର ତିନି ଜଣ ସଦସ୍ୟ ଗୁରୁତର ହୋଇଥିବାବେଳେ ସେମାନଙ୍କୁ ଏବେ ମେଡିକାଲରେ ଭର୍ତ୍ତି କରାଯାଇଛି ।

About The Author: The Sakala