କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ୨ଟି ଦାବି ଜଣାଇଲେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ

ନୀଳଗିରି: ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସାକ୍ଷାତ କରି ବାଲେଶ୍ୱର ବାସୀଙ୍କର ଦୁଇଟି ଦାବି ବିଷୟରେ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରଥମତଃ ବାଲେଶ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ରେଲୱେ ଷ୍ଟେସନ ହୋଇଥିବାରୁ ଓ ଏହାକୁ ଦକ୍ଷିଣ ପୂର୍ବାଞ୍ଚଳ ଅନ୍ତର୍ଗତ ଖଡ଼ଗପୁର ଡିଭିଜନରେ ରଖିବା ହେତୁ ବହୁ ସମସ୍ୟା ହେଉଥିବାରୁ ଏହାକୁ ଦକ୍ଷିଣପୂର୍ବ ରେଳବାଇରୁ ବାହାର କରି ରୁପସା-ବାଙ୍ଗିରିପୋଷୀ ସେକସନକୁ ମିଶାଇ ବାଲେଶ୍ୱରକୁ ପୂର୍ବତନ ରେଳବାଇ ଅଧିନରେ ଏକ […]

ନୀଳଗିରି: ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସାକ୍ଷାତ କରି ବାଲେଶ୍ୱର ବାସୀଙ୍କର ଦୁଇଟି ଦାବି ବିଷୟରେ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରଥମତଃ ବାଲେଶ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ରେଲୱେ ଷ୍ଟେସନ ହୋଇଥିବାରୁ ଓ ଏହାକୁ ଦକ୍ଷିଣ ପୂର୍ବାଞ୍ଚଳ ଅନ୍ତର୍ଗତ ଖଡ଼ଗପୁର ଡିଭିଜନରେ ରଖିବା ହେତୁ ବହୁ ସମସ୍ୟା ହେଉଥିବାରୁ ଏହାକୁ ଦକ୍ଷିଣପୂର୍ବ ରେଳବାଇରୁ ବାହାର କରି ରୁପସା-ବାଙ୍ଗିରିପୋଷୀ ସେକସନକୁ ମିଶାଇ ବାଲେଶ୍ୱରକୁ ପୂର୍ବତନ ରେଳବାଇ ଅଧିନରେ ଏକ ସ୍ୱତନ୍ତ୍ର ଡିଭିଜନରେ ମାନ୍ୟତା ଦିଆଯାଉ। ଦ୍ୱିତୀୟରେ ଦୀର୍ଘ ଦିନ ଧରି ନୀଳଗିରି -ଡାହାଣିମରା-ଗୋପିନାଥପୁର ମାଲବୁହା ରେଳଷ୍ଟେସନକୁ ଏକ ପାସେଞ୍ଜର ରେଳ ଷ୍ଟେସନରେ ପରିଣତ କଲେ ଅନେକ ଗରିବ ଆଦିବାସୀ ଲୋକ ଉପକୃତ ହୋଇପାରିବେ। କେନ୍ତ୍ର ରେଳ ମନ୍ତ୍ରୀ ଏହାକୁ କାର୍ଯ୍ୟକାରୀ କରିବେ ବୋଲି ପ୍ରତିଶୃତି ଦେଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ପୂର୍ବରୁ ସାଂସଦ ଶ୍ରୀ ଷଡ଼ଙ୍ଗୀ ବାଲେଶ୍ୱର ରେଲୱେ ଷ୍ଟେସନର ଆଧୁନିକ କରଣ ପାଇଁ ଚିଠି ଲେଖିଥିଲେ ଓ ପୂର୍ବ ରେଳମନ୍ତ୍ରୀ ପିୟୁଷ ଗୋଏଲ ଙ୍କ ସହ ଆଲୋଚନା କରିଥିଲେ। ଆନନ୍ଦର ବିଷୟ ଯେ ସରକାର ଏ ଦିଗରେ ପ୍ରଥମ ପଦକ୍ଷେପ ସ୍ୱରୂପ ସର୍ଭେ କରାଇ ଏକ ଡି.ପି.ଆର ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ମାନ୍ୟବର ରେଳମନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନଙ୍କୁ ଶ୍ରୀ ଧନ୍ୟବାଦ ପ୍ରଦାନ କରିଛନ୍ତି।

About The Author: The Sakala