ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପଛକୁ ପଛ ଗାଡ଼ି ପିଟିହୋଇ ୩ ମୃତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଜାମୁଝାଡ଼ି ରିଣୀ ଛକ ନିକଟରେ ଆଜି ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ତେଲ ଟ୍ୟାଙ୍କର ପ୍ରଥମେ ଏକ ସ୍କର୍ପିଓକୁ ପିଟିଥିବା ବେଳେ ପରେ ସ୍କର୍ପିଓଟି କାର୍‌ ସହ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ସ୍କର୍ପିଓରେ ଥିବା ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କାରରେ ଥିବା ୪ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ତେଲ ଟ୍ୟାଙ୍କରଟି ସାମନା ପଟୁ […]

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଜାମୁଝାଡ଼ି ରିଣୀ ଛକ ନିକଟରେ ଆଜି ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ତେଲ ଟ୍ୟାଙ୍କର ପ୍ରଥମେ ଏକ ସ୍କର୍ପିଓକୁ ପିଟିଥିବା ବେଳେ ପରେ ସ୍କର୍ପିଓଟି କାର୍‌ ସହ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ସ୍କର୍ପିଓରେ ଥିବା ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କାରରେ ଥିବା ୪ ଜଣ ଗୁରୁତର ହୋଇଛନ୍ତି।

ସୂଚନା ଅନୁଯାୟୀ, ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ତେଲ ଟ୍ୟାଙ୍କରଟି ସାମନା ପଟୁ ପ୍ରଥମେ ଏକ ସ୍କର୍ପିଓକୁ ପିଟିଥିଲା । ତେଲ ଟ୍ୟାଙ୍କରର ଚକା ଫାଟିଯିବାରୁ ଭାରସାମ୍ୟ ହରାଇ ତାହା ସ୍କର୍ପିଓରେ ପିଟି ହୋଇଥିବା ପ୍ରତ୍ୟକ୍ଷର୍ଶୀଙ୍କ ସୂତ୍ରରୁ ପ୍ରକାଶ। ଟ୍ୟାଙ୍କର ମାଡ଼ରେ ଭାଙ୍ଗି ଚୁରମାର ହୋଇଯାଇଥିବା ସ୍କର୍ପିଓଟି ପାଖରେ ଯାଉଥିବା ଏକ କାର୍‌ରେ ପିଟି ହୋଇ ଯାଇଥିଲା। ଉଭୟ ସ୍କର୍ପିଓ ଓ କାର୍‌ ପଶ୍ଚିମବଙ୍ଗରୁ ପୁରୀ ଅଭିମୁଖେ ଆସୁଥିବାର ଜଣାଯାଇଛି।  ସ୍କର୍ପିଓରେ ଥିବା ୩ଜଣଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ଘଟଣାସ୍ଥଳରେ ଓ ଜଣଙ୍କର ମେଡିକାଲରେ ମୃତ୍ୟୁ ହୋଇଛି। କାରରେ ଥିବା ୪ ଜଣ ଗୁରୁତର ହୋଇପଡ଼ିଛନ୍ତି। ସ୍ଥାନୀୟ ଲୋକେ ଓ ପୁଲିସ ତୁରନ୍ତ ପହଞ୍ଚି ଗୁରତରଙ୍କୁ ସୋର ମେଡିକାଲରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ମଧ୍ୟରେ ୩ ମହିଳା ଓ ୨ ପୁରୁଷ ଅଛନ୍ତି ।

About The Author: The Sakala