ବାଲେଶ୍ୱର ଛାତ୍ରୀ ଆତ୍ମହତ୍ୟା ମାମଲା: ‘ବିଜେପି ସରକାର ଅଭିଯୁକ୍ତଙ୍କୁ ବଞ୍ଚାଅରେ ପରିଣତ ହୋଇଛି’

ନୂଆଦିଲ୍ଲୀ: ବାଲେଶ୍ୱର ଏଫଏମ୍ କଲେଜ ଘଟଣାକୁ ନେଇ ଦିଲ୍ଲୀରେ କଂଗ୍ରେସ ପ୍ରେସମିଟ୍ କରିଛି। ABVP ର ସଦସ୍ୟ ଅଛନ୍ତି ପୀଡ଼ିତା ଛାତ୍ରୀ । କିନ୍ତୁ ସେ ଯେତେବେଳେ ନ୍ୟାୟ ମାଗୁଛି ତାକୁ ନ୍ୟାୟ ଦେବା ବଦଳରେ ତାହା ଉପରେ ଚାପ ପକାଗଲା। ସେଥିରେ ବି ସେ ମୁଣ୍ଡ ନୁଆଇଁଲା ନାହିଁ । ଯାହା ପାଇଁ ନିଜକୁ ନିଜେ ପେଟ୍ରୋଲ ଢାଳି ପୋଡ଼ିଦେଲା। ଆଉ ଆମ ମାନଙ୍କ ପାଇଁ ବାର୍ତ୍ତା ଦେଲା କି ଆମେ ସରକାରଙ୍କ ଠାରୁ ନ୍ୟାୟ […]

ନୂଆଦିଲ୍ଲୀ: ବାଲେଶ୍ୱର ଏଫଏମ୍ କଲେଜ ଘଟଣାକୁ ନେଇ ଦିଲ୍ଲୀରେ କଂଗ୍ରେସ ପ୍ରେସମିଟ୍ କରିଛି। ABVP ର ସଦସ୍ୟ ଅଛନ୍ତି ପୀଡ଼ିତା ଛାତ୍ରୀ । କିନ୍ତୁ ସେ ଯେତେବେଳେ ନ୍ୟାୟ ମାଗୁଛି ତାକୁ ନ୍ୟାୟ ଦେବା ବଦଳରେ ତାହା ଉପରେ ଚାପ ପକାଗଲା। ସେଥିରେ ବି ସେ ମୁଣ୍ଡ ନୁଆଇଁଲା ନାହିଁ । ଯାହା ପାଇଁ ନିଜକୁ ନିଜେ ପେଟ୍ରୋଲ ଢାଳି ପୋଡ଼ିଦେଲା। ଆଉ ଆମ ମାନଙ୍କ ପାଇଁ ବାର୍ତ୍ତା ଦେଲା କି ଆମେ ସରକାରଙ୍କ ଠାରୁ ନ୍ୟାୟ ନୁହେଁ, ନିଜେ ନିଜକୁ ନ୍ୟାୟ ଦେବାର ଅଛି। ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ। ବିଚାର ବିଭାଗୀୟ ତଦନ୍ତ କରନ୍ତୁ ସରକାର । ପ୍ରଧାନମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରନ୍ତୁ ବୋଲି କଂଗ୍ରେସ ବିଧାୟିକା ସୋଫିଆ ଫିରଦୋଷ ଦାବି କରିଛନ୍ତି । ସେହି ପୀଡ଼ିତା ଛାତ୍ରୀଙ୍କୁ ନ୍ୟାୟ ଦିଅନ୍ତୁ। ଓଡ଼ିଶାରେ ମହିଳା ସୁରକ୍ଷିତ ନାହାନ୍ତି । ବେଟି ବଚାଆ କଥା କହୁଥିଲା କିନ୍ତୁ ବିଜେପି ସରକାର ଅଭିଯୁକ୍ତ ବଞ୍ଚାଅରେ ପରିଣତ ହୋଇଛି ବୋଲି ସେ କହିଛନ୍ତି।

 

About The Author: The Sakala