କରମଣ୍ଡଳକୁ କାଳ ଶୁକ୍ରବାର: ୧୪ ବର୍ଷ ତଳର କାଳ ଶୁକ୍ରବାର ପରି ପୁଣି ଭୟଙ୍କର ଦୁର୍ଘଟଣା ଘଟିଛି କରମଣ୍ଡଳ ସହ

ଭୁବନେଶ୍ୱର: ପୁଣି ଦୁର୍ଘଟଣାର ଶିକାର ହୋଇଛି କରମଣ୍ଡଳ ଏକ୍ସପ୍ରେସ । ଓଡ଼ିଶାରେ କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣା ହେବା ଦ୍ୱିତୀୟ ଘଟଣା । ପୁଣି ମନେପକାଇ ଦେଲା ୨୦୦୯ର ଘଟଣା। ପୂର୍ବରୁ ୨୦୦୯ ମସିହାରେ ଯାଜପୁରରେ ଦୁର୍ଘଟଣାର ଶିକାର ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ । ସେଦିନ ବି ଥିଲା ଶୁକ୍ରବାର । ୧୪ ବର୍ଷ ତଳର କାଳ ଶୁକ୍ରବାର ଆଜି ବି କରମଣ୍ଡଳ ସହ ଘଟିଛି। ବାଲେଶ୍ୱର ଜିଲ୍ଲା ବାହାନଗାରେ ବଡ଼ ଧରଣର ଟ୍ରେନ୍‌‌ ଦୁର୍ଘଟଣା ଘଟିଛି । […]

ଭୁବନେଶ୍ୱର: ପୁଣି ଦୁର୍ଘଟଣାର ଶିକାର ହୋଇଛି କରମଣ୍ଡଳ ଏକ୍ସପ୍ରେସ । ଓଡ଼ିଶାରେ କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣା ହେବା ଦ୍ୱିତୀୟ ଘଟଣା । ପୁଣି ମନେପକାଇ ଦେଲା ୨୦୦୯ର ଘଟଣା। ପୂର୍ବରୁ ୨୦୦୯ ମସିହାରେ ଯାଜପୁରରେ ଦୁର୍ଘଟଣାର ଶିକାର ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ । ସେଦିନ ବି ଥିଲା ଶୁକ୍ରବାର । ୧୪ ବର୍ଷ ତଳର କାଳ ଶୁକ୍ରବାର ଆଜି ବି କରମଣ୍ଡଳ ସହ ଘଟିଛି। ବାଲେଶ୍ୱର ଜିଲ୍ଲା ବାହାନଗାରେ ବଡ଼ ଧରଣର ଟ୍ରେନ୍‌‌ ଦୁର୍ଘଟଣା ଘଟିଛି । ଏବେ ସୁଦ୍ଧା ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଆଗକୁ ମୃତ୍ୟୁ ସଂଖ୍ୟା ବଢିବ ବୋଲି କୁହାଯାଉଛି।

ତେବେ ଗତକାଲି ଦୁର୍ଘଟଣାର ଶିକାର ହୋଇଥିବା କରମଣ୍ଡଳ ଏକ୍ସପ୍ରେସ ଏହା ପୂର୍ବରୁ ମଧ୍ୟ ୧୪ ବର୍ଷ ତଳେ ସମାନ ଧରଣର ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଥିଲା। ରାତି ପ୍ରାୟ ୭ଟା ୩୦ରେ ଏହି ଦୁର୍ଘଟଣା ଘଟିଥିଲା । ଘଟଣାଚକ୍ରରେ ସେଦିନ ଥିଲା ଶୁକ୍ରବାର । ଫେବୃଆରୀ ୧୩, ୨୦୦୯ ଶୁକ୍ରବାର ଦିନ କରମଣ୍ଡଳ ଏକ୍ସପ୍ରେସ ଯାଜପୁର ରୋଡ ନିକଟରେ ଦୁର୍ଘଟଣାର ଶିକାର ହୋଇ ୧୬ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୧୬୧ ଜଣ ଆହତ ହୋଇଥିଲେ। ଟ୍ରେନଟି ଦ୍ରୁତ ଗତିରେ ହାଓଡ଼ାରୁ ଚେନ୍ନାଇ ଅଭିମୁଖେ ଯାଉଥିବାବେଳେ ୧୩ଟି ବଗି ଲାଇନଚ୍ୟୁତ ହୋଇଥିଲା ଆଉ ଏଥିରେ ୧୧ଟି ସୁପର ଓ ଦୁଇଟି ଜେନେରାଲ୍‌‌ ବଗି ଥିଲା। ଗତକାଲି ବି ସେହିଭଳି ଦୁର୍ଘଟଣା ଘଟିଛି । ଭୟଙ୍କର, ମର୍ମନ୍ତୁଦ ଓ ହୃଦୟ ବିଦାରକ ଘଟଣା । ମୃତାହତଙ୍କ ସଂଖ୍ୟା ବେଶ୍‌ କେଇ ଗୁଣା ଅଧିକ ।

About The Author: The Sakala