ବଲାଙ୍ଗିର: ଆଜି ବଲାଙ୍ଗିରରେ ସମସ୍ତ ସ୍କୁଲ ଛୁଟି। ଅତି ପ୍ରବଳ ବର୍ଷା ପାଇଁ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାର ସବୁ ସରକାରୀ, ବେସରକାରୀ ସ୍କୁଲ ସହ ଅଙ୍ଗନବାଡ଼ି ଛୁଟି ହୋଇଛି। ସମସ୍ତ ସ୍କୁଲ ଛୁଟି ନେଇ ବଲାଙ୍ଗିର ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଗତ କାଲି ରାତିରୁ ଲାଗି ରହିଛି ପ୍ରବଳ ବର୍ଷା।
ବର୍ଷାକୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଜିଲ୍ଲାରେ କଣ୍ଟ୍ରୋଲ ରୁମ ଖୋଲା ଯାଇଛି। ବିଶେଷ କରି ତେଲ ନଦୀ କୂଳରେ ଥିବା ନଦୀ କୂଳିଆ ଗାଁକୁ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି ଗୁଡାଭେଳା ବ୍ଲକ ପ୍ରଶାସନ। ବଲାଙ୍ଗିର ସହରରେ ସଜାଗ ରହିଛି ପୌର ପରିଷଦ।