ଆରମ୍ଭ ହେଲା ରଥ ଟଣା, ଲକ୍ଷଲକ୍ଷ ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ତ…

ପୁରୀ: ଆରମ୍ଭ ହେଲା ରଥ ଟଣା । ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ବାହାରିଲେ ମହାବାହୁ। ଗଡ଼ିଲା ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ । ଧାର୍ଯ୍ୟ ସମୟ ଠାରୁ ପ୍ରାୟ ୧ ଘଣ୍ଟା ଆଗରୁ ରଥ ଟଣା ଆରମ୍ବ ହୋଇଛିୟ  ଗଜପତି ମହାରାଜ ଛେରାପହଁରା କରିବା ପରେ ପ୍ରଥମେ ଗଡ଼ିଲା ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ। ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ନନ୍ଦିଘୋଷରେ ବିଜେ କରି ଆସୁଛନ୍ତି କାଳିଆ ଠାକୁର। ଶ୍ରୀମନ୍ଦିର ଅଭିମୁଖେ ୩ ଠାକୁରଙ୍କ […]

ପୁରୀ: ଆରମ୍ଭ ହେଲା ରଥ ଟଣା । ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ବାହାରିଲେ ମହାବାହୁ। ଗଡ଼ିଲା ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ । ଧାର୍ଯ୍ୟ ସମୟ ଠାରୁ ପ୍ରାୟ ୧ ଘଣ୍ଟା ଆଗରୁ ରଥ ଟଣା ଆରମ୍ବ ହୋଇଛିୟ  ଗଜପତି ମହାରାଜ ଛେରାପହଁରା କରିବା ପରେ ପ୍ରଥମେ ଗଡ଼ିଲା ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ। ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ନନ୍ଦିଘୋଷରେ ବିଜେ କରି ଆସୁଛନ୍ତି କାଳିଆ ଠାକୁର। ଶ୍ରୀମନ୍ଦିର ଅଭିମୁଖେ ୩ ଠାକୁରଙ୍କ ରଥଟଣା ଆରମ୍ଭ ହୋଇଛି । ବଡ଼ଦାଣ୍ଡ ଲୋକାରଣ୍ୟ ହୋଇଛି। ୩ ଠାକୁରଙ୍କୁ ରଥରେ ଦର୍ଶନ କରି ଭାବ ବିହ୍ୱଳ ହୋଇପଡୁଛନ୍ତି ଭକ୍ତ ।

ଏ ଦୁର୍ଲଭ ଦର୍ଶନ ବର୍ଷକରେ ଥରେ ଦେଖିବାକୁ ମିଳିଥାଏ। ରଥାରୁଢ ଚତୁର୍ଦ୍ଧା ମୂର୍ତ୍ତୀଙ୍କୁ ସ୍ବଚକ୍ଷୁରେ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ହୋଇଥାଏ ବୋଲି ବିଶ୍ୱାସ ରହିଛି । ବଡ଼ ଦାଣ୍ଡରେ ପାଦ ରଖି ରଥ ଦଉଡିକୁ ଛୁଇଁ ଦେଲେ ସବୁ ପାପ ଧୋଇ ହୋଇଯାଏ। ଦାରୁ ବ୍ରହ୍ମଙ୍କ ଦର୍ଶନ ପାଇ ଭକ୍ତ ଆତ୍ମ ତୃପ୍ତି ହୋଇଛି । ଭୋର ୪ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ ଏବେ ପହଣ୍ଡି ସରିବାର ନୀତି ସମ୍ପର୍ଣ୍ଣ ହୋଇ ରଥ ଟଣା ଆରମ୍ଭ ହୋଇଛି।

About The Author: The Sakala