ଭୁବନେଶ୍ବର: ଗୋଡ଼ିବାରୀ ଚନ୍ଦକା ଡ଼ମପଡା ଅଭୟାରଣ୍ୟ କୁମାରଖୁଣ୍ଟିର ପାଠ ଶାଳରେ ରହୁଥିବା ଛୁଆ ହାତୀ ‘ମାମା’ର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ‘ମାମା’ର ବୟସ ସାଢେ ସାତ ବର୍ଷ ବୋଲି ଜଣାପଡ଼ିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ହାର୍ପିସ୍ ଭୂତାଣୁ ଆକ୍ରାନ୍ତରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ପୋଷ୍ଟମର୍ଟମ ପରେ କାରଣ ଜଣାପଡ଼ିବ ବୋଲି ଚନ୍ଦକା ଡିଏଫ୍ଓ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, କୁମକି ଟ୍ରେନିଂ ପାଇଁ ‘ମାମା’କୁ ନନ୍ଦନକାନନରୁ ୨୦୨୩ ମସିହା ମାର୍ଟ୍ଟ ୮ ତାରିଖରେ ଗୋଡ଼ିବାରୀ କୁମାରଖୁଣ୍ଟିକୁ ଅଣାଯାଇଥଲା। ‘ମାମା’କୁ ପ୍ରଥମେ ୨୦୧୭ ମସିହା ନଭେମ୍ବର ୩ ତାରିଖରେ ଖୋର୍ଦ୍ଧା ରାମେଶ୍ୱରରୁ ଉଦ୍ଧାର କରାଯାଇ ନନ୍ଦନକାନନ ଅଣାଯାଇଥିଲା। ତାକୁ ସେତେବେଳେ ୬ ମାସ ବୟସ ହୋଇଥିଲା।