ଭିସୁଟରେ ପୁଣି ରାଗିଂ ଅଭିଯୋଗ, ଅଭିଯୁକ୍ତ ୪ ସିନିଅର ଛାତ୍ରଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କଲା କର୍ତ୍ତୃପକ୍ଷ

ସମ୍ବଲପୁର: ସମ୍ବଲପୁର ଭିସୁଟରେ ପୁଣି ରାଗିଂ ଅଭିଯୋଗ । ମେକାନିକାଲ ବିଭାଗର ଜଣେ ଛାତ୍ରଙ୍କୁ ରାଗିଂ ଅଭିଯୋଗ । ରାଗିଂ ଅଭିଯୋଗରେ ୪ ଜଣ ବରିଷ୍ଠ ଛାତ୍ରଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କଲା ଭିସୁଟ କର୍ତ୍ତୃପକ୍ଷ । ଜଣେ ଛାତ୍ରଙ୍କୁ ୧୦ ହଜ଼ାର ଓ ଅନ୍ୟ ୩ ଜଣ ଛାତ୍ରଙ୍କୁ ୫ ହଜ଼ାର ଲେଖାଏଁ ଅର୍ଥଦଣ୍ଡ । ଆଣ୍ଟି ରାଗିଂ ସେଲ ଓ ଫେକ୍ଟ ଫାଇଣ୍ଡିଙ୍ଗ ଟିମର ତଦନ୍ତ ପରେ ନିଆଯାଇଛି ଏଭଳି ନିଷ୍ପତି । ୪ ଜଣ ବରିଷ୍ଠ ଛାତ୍ର ଜଣେ କନିଷ୍ଠ ଛାତ୍ରଙ୍କୁ ଗାଳି ଗୁଲଜ କରୁଥିବା ବେଳେ ଆଉ ଜଣେ କନିଷ୍ଠ ଛାତ୍ର ଏହାର ଭିଡିଓ ଉତ୍ତୋଳନ କରୁଥିଲେ । ଯାହାକୁ ନେଇ ବରିଷ୍ଠ ଛାତ୍ରମାନେ ଉକ୍ତ ଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିବା ନେଇ ଭିସୁଟ କୁଳପତି ପ୍ରଫେସର ଦୀପକ ସାହୁ ସୂଚନା ଦେଇଛନ୍ତି । 

About The Author: Madhusudan Das