ମହିଳାଙ୍କୁ ମରଣାତ୍ମକ ଆକ୍ରମଣ ମାମଲାର ତଦନ୍ତ ପାଇଁ ଗାଁକୁ ଯାଇଥିବାବେଳେ ପୋଲିସ ଅଧିକାରୀଙ୍କୁ କାମୁଡିଲା ଅଭିଯୁକ୍ତ

କାମାକ୍ଷାନଗର: ପୂର୍ବ ଶତୃତାକୁ ନେଇ ବିବାହିତା ମହିଳାଙ୍କୁ ମରଣାତ୍ମକ ଆକ୍ରମଣ। ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି। ସୂଚନା ଅନୁସାରେ କାମାକ୍ଷାନଗର ଥାନା ରାଙ୍କିଆ ଗ୍ରାମର ବିଜୟ ମାହାନ୍ତି ଓ ପ୍ରକାଶ ମାହାନ୍ତି ଦୁଇ ପରିବାର ମଧ୍ୟରେ ପୂର୍ବରୁ କଳିଝଗଡା ଲାଗି ରହିବା ସହିତ ମାଡପିଟ ଲାଗିରହିଥିଲା। ତେବେ ଆଜି ସକାଳୁ ପ୍ରକାଶ ମାହାନ୍ତିଙ୍କ ସ୍ତ୍ରୀ ବାସନ୍ତି ମାହାନ୍ତିଙ୍କୁ ବିଜୟ ମାହାନ୍ତି ଅତର୍କିତ ଆକ୍ରମଣ କରିଥିଲା। ଫଳରେ ତାଙ୍କ ହାତ ଓ ଜଙ୍ଘରେ ଗଭୀର ଆଘାତ ଲାଗିଥିବା […]

କାମାକ୍ଷାନଗର: ପୂର୍ବ ଶତୃତାକୁ ନେଇ ବିବାହିତା ମହିଳାଙ୍କୁ ମରଣାତ୍ମକ ଆକ୍ରମଣ। ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି। ସୂଚନା ଅନୁସାରେ କାମାକ୍ଷାନଗର ଥାନା ରାଙ୍କିଆ ଗ୍ରାମର ବିଜୟ ମାହାନ୍ତି ଓ ପ୍ରକାଶ ମାହାନ୍ତି ଦୁଇ ପରିବାର ମଧ୍ୟରେ ପୂର୍ବରୁ କଳିଝଗଡା ଲାଗି ରହିବା ସହିତ ମାଡପିଟ ଲାଗିରହିଥିଲା। ତେବେ ଆଜି ସକାଳୁ ପ୍ରକାଶ ମାହାନ୍ତିଙ୍କ ସ୍ତ୍ରୀ ବାସନ୍ତି ମାହାନ୍ତିଙ୍କୁ ବିଜୟ ମାହାନ୍ତି ଅତର୍କିତ ଆକ୍ରମଣ କରିଥିଲା। ଫଳରେ ତାଙ୍କ ହାତ ଓ ଜଙ୍ଘରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି। ପରିବାର ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତିକରାଯାଇଛି । ପୋଲିସ ମେଡିକାଲରେ ପହଞ୍ଚି ଘଟଣା ସଂପର୍କରେ ବୁଝିବା ସହ ରାଙ୍କିଆ ଗ୍ରାମକୁ ଯାଇଥିବା ବେଳେ ସଂପୃକ୍ତ ଯୁବକ ପୋଲିସ ଅଧିକାରୀ ପ୍ରମୋଦ କୁମାର ଲେଙ୍କାଙ୍କୁ କାମୁଡି ଦେଇଥିବା ଜଣାପଡିଛି। ପୋଲିସ ଅଧିକାରୀଙ୍କ ଗୋଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି।

About The Author: The Sakala