ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ବିଲ୍ ପାସ୍ କରାଇବା ପାଇଁ ନେଉଥିଲେ ଲାଞ୍ଚ …

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ। ୧୦ ହଜାର ଟଙ୍କା ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଭୁବନେଶ୍ବର ବାଲିଆନ୍ତା ବ୍ଲକ ସହକାରୀ ଯନ୍ତ୍ରୀ ସଙ୍ଘମିତ୍ରା ପଟ୍ଟନାୟକ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଜଣେ ଠିକାଦାରଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଖବର ଅନୁଯାୟୀ, ଅଭିଯୋଗକାରୀ ଠିକାଦାରଙ୍କ ରହିଯାଇଥିବା ବିଲ୍ ଟଙ୍କାକୁ ପାସ୍ କରିବା ପାଇଁ ୧୦ ଟଙ୍କା ମାଗିଥିଲେ ସଙ୍ଘମିତ୍ରା ଓ ତାଙ୍କର ଜଣେ ସହଯୋଗୀ […]

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ। ୧୦ ହଜାର ଟଙ୍କା ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଭୁବନେଶ୍ବର ବାଲିଆନ୍ତା ବ୍ଲକ ସହକାରୀ ଯନ୍ତ୍ରୀ ସଙ୍ଘମିତ୍ରା ପଟ୍ଟନାୟକ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଜଣେ ଠିକାଦାରଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଖବର ଅନୁଯାୟୀ, ଅଭିଯୋଗକାରୀ ଠିକାଦାରଙ୍କ ରହିଯାଇଥିବା ବିଲ୍ ଟଙ୍କାକୁ ପାସ୍ କରିବା ପାଇଁ ୧୦ ଟଙ୍କା ମାଗିଥିଲେ ସଙ୍ଘମିତ୍ରା ଓ ତାଙ୍କର ଜଣେ ସହଯୋଗୀ ବେଣୁଧର ପରିଡା । ଏହାପରେ ଉକ୍ତ ଠିକାଦାର ଜଣଙ୍କ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଆଉ ଆଜି ଯୋଜନା ମୁତାବକ ଲାଞ୍ଚ ଟଙ୍କା ନେବାବେଳେ ଉକ୍ତ ଯନ୍ତ୍ରୀଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍। ଏଥିସହ ତାଙ୍କ ଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇଛି। ଅପରପକ୍ଷରେ ତାଙ୍କ ପାଖରେ ଆୟ ବହିର୍ଭୁତ ସମ୍ପତ୍ତି ଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୨ଟି ସ୍ଥାନରେ ଚଢାଉ କରାଯାଇଛି।

About The Author: The Sakala