ଅଗଷ୍ଟ ୧୫ ଯାଏଁ ଇଗ୍ନୋରେ ନାମଲେଖା ସହ ପୁନଃ ପଞ୍ଜୀକରଣ କରିପାରିବେ ଆଶାୟୀ

ଭୁବନେଶ୍ୱର: ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ଜୁଲାଇ ସତ୍ର ପାଇଁ ନାମଲେଖା ଏବଂ ପୁନଃ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ନାମଲେଖା ସହ ପୁନଃ ପଞ୍ଜୀକରଣ କରିପାରିବେ ଆଶାୟୀ। ଅଧାରୁ ପାଠ ଛାଡ଼ିଥିବା ବା ଉଚ୍ଚଶିକ୍ଷାରୁ ବଞ୍ଚିତ ପ୍ରାର୍ଥୀମାନେ ସ୍ନାତକ, ସ୍ନାତକୋତ୍ତର, ସ୍ନାତକୋତ୍ତର ଡିପ୍ଲୋମା ଏବଂ ସାର୍ଟିଫିକେଟ୍‌ ପାଠ୍ୟକ୍ରମ ପଢ଼ିପାରିବେ। ସ୍ନାତକରେ କଳା, ବିଜ୍ଞାନ ଓ ବାଣିଜ୍ୟ ପଢ଼ିବାକୁ ଆଗ୍ରହୀ ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀଙ୍କ ପାଇଁ […]

ଭୁବନେଶ୍ୱର: ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ଜୁଲାଇ ସତ୍ର ପାଇଁ ନାମଲେଖା ଏବଂ ପୁନଃ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ନାମଲେଖା ସହ ପୁନଃ ପଞ୍ଜୀକରଣ କରିପାରିବେ ଆଶାୟୀ। ଅଧାରୁ ପାଠ ଛାଡ଼ିଥିବା ବା ଉଚ୍ଚଶିକ୍ଷାରୁ ବଞ୍ଚିତ ପ୍ରାର୍ଥୀମାନେ ସ୍ନାତକ, ସ୍ନାତକୋତ୍ତର, ସ୍ନାତକୋତ୍ତର ଡିପ୍ଲୋମା ଏବଂ ସାର୍ଟିଫିକେଟ୍‌ ପାଠ୍ୟକ୍ରମ ପଢ଼ିପାରିବେ। ସ୍ନାତକରେ କଳା, ବିଜ୍ଞାନ ଓ ବାଣିଜ୍ୟ ପଢ଼ିବାକୁ ଆଗ୍ରହୀ ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀଙ୍କ ପାଇଁ ୫୦ ପ୍ରତିଶତ ଫି’ ଛାଡ଼ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଇଗ୍ନୋ ୱେବସାଇଟ୍‌କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ ବୋଲି ଆଞ୍ଚଳିକ କେନ୍ଦ୍ର ଭୁବନେଶ୍ୱରର ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡ. ମନୋଜ କୁମାର ଦାଶ ସୂଚନା ଦେଇଛନ୍ତି।

About The Author: The Sakala