ଓଡ଼ିଶାରୁ ଉଷୁନା ଚାଉଳ ସଂଗ୍ରହ ନେଇ କେନ୍ଦ୍ର ମନ୍ତ୍ରୀଙ୍କୁ ଦାବି ଜଣାଇଲେ ବିଜେଡିର ସଂସଦୀୟ ଦଳ

The Sakala Picture
Published On

ନୂଆଦିଲ୍ଲୀ: ଓଡ଼ିଶାରୁ ଉଷୁନା ଚାଉଳ ସଂଗ୍ରହ କରୁ ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) । ବୁଧବାର ଏ ନେଇ ବିଜେଡି ସଂସଦୀୟ ଦଳ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ବିଜେଡି ସଂସଦୀୟ ଦଳ ପକ୍ଷରୁ ପ୍ରଦାନ ସ୍ମାରକ ପତ୍ରରେ ଉଲ୍ଲେଖ ରହିଛି ଯେ, ୨୦୨୧-୨୨ ବର୍ଷ ପାଇଁ ରାଜ୍ୟରେ ୫୨ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଅମଳ ହେବାର ଆଶା କରାଯାଉଛି । ଏଥିରୁ ବିଭିନ୍ନ ଯୋଜନା ବାବଦରେ ୨୦ଲକ୍ଷ […]

ନୂଆଦିଲ୍ଲୀ: ଓଡ଼ିଶାରୁ ଉଷୁନା ଚାଉଳ ସଂଗ୍ରହ କରୁ ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) । ବୁଧବାର ଏ ନେଇ ବିଜେଡି ସଂସଦୀୟ ଦଳ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ବିଜେଡି ସଂସଦୀୟ ଦଳ ପକ୍ଷରୁ ପ୍ରଦାନ ସ୍ମାରକ ପତ୍ରରେ ଉଲ୍ଲେଖ ରହିଛି ଯେ, ୨୦୨୧-୨୨ ବର୍ଷ ପାଇଁ ରାଜ୍ୟରେ ୫୨ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଅମଳ ହେବାର ଆଶା କରାଯାଉଛି । ଏଥିରୁ ବିଭିନ୍ନ ଯୋଜନା ବାବଦରେ ୨୦ଲକ୍ଷ ମେଟ୍ରିକ ଟନ୍ ଉଷୁନା ଓ ୪ଲକ୍ଷ ମେଟ୍ରିକ ଟନ୍ ଅରୁଆ ଚାଉଳ ବଣ୍ଟନ ସରିଲା ପରେ ଆଉ ୨୪ଲକ୍ଷ ମେଟ୍ରିକ ଟନ୍ ଉଷୁନା ବଳକା ହୁଏ ।

ଆହୁରି ପଢ଼ନ୍ତୁ: ଅନୁଗୋଳ ଗଣଦୁଷ୍କର୍ମ ମାମଲା: ୪ ଅଭିଯୁକ୍ତଙ୍କୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଲେ ସ୍ୱତନ୍ତ୍ର କୋର୍ଟ

ଯଦି କେନ୍ଦ୍ର ସରକାର ଏହି ଉଷୁନା ଚାଉଳ ଓଡ଼ିଶାରୁ ସଂଗ୍ରହ କରିବେ ନାହିଁ ତାହାହେଲେ ରାଜ୍ୟର ପ୍ରାୟ ୧୦ଲକ୍ଷ ଚାଷୀ ପରିବାର ପ୍ରଭାବିତ ହେବେ। ପୂର୍ବରୁ ଏହି ପ୍ରସଙ୍ଗରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଏବଂ ଖାଦ୍ୟ ମନ୍ତ୍ରୀ କେନ୍ଦ୍ରକୁ ପତ୍ର ଲେଖିଛନ୍ତି। ‌ତେଣୁ ଉଷୁନା ଚାଉଳ ସଂଗ୍ରହ କରାନଯିବା ନେଇ ଡିଏଫ୍‌ପିଡି ପକ୍ଷରୁ ଜାରି ଆଦେଶକୁ ପରିବର୍ତ୍ତନ କରିବା ପାଇଁ ଦାବି ପତ୍ରରେ ଉଲ୍ଲେଖ ରହିଛି । ଏହି ପ୍ରସଙ୍ଗରେ ଆଜି ମଧ୍ୟ ରାଜ୍ୟସଭାର ପ୍ରଶ୍ନକାଳ‌ରେ ବିଜେଡି ସାଂସଦ ସସ୍ମିତ ପାତ୍ର କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଏଫ୍‌ସିଆଇ ଓଡ଼ିଶାରୁ କାହିଁକି ଉଷୁନା ଚାଉଳ ଉଠାଉନାହିଁ ବୋଲି ପ୍ରଶ୍ନ କରିଥିଲେ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ: ଓଡ଼ିଶାରେ ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଏଥି ପାଇଁ ମନ୍ତ୍ରୀ ଏଫ୍‌ସିଆଇକୁ ନିର୍ଦ୍ଦେଶ ଦେବା ପାଇଁ ସେ ଦାବି କରିଥିଲେ। ଏହା କରାନଗଲେ ଚାଷୀମାନେ ଗୁରୁତର ପ୍ରଭାବିତ ହେବେ ବୋଲି ସେ କହିଥି‌ଲେ। ଏହି ପ୍ରସଙ୍ଗରେ ସାହାଯ୍ୟ କରିବା ପାଇଁ ରାଜି ହୋଇଥିଲେ। ଏହା ସତ୍ତ୍ୱେ ଏଫ୍‌ସିଆଇ ଉଷୁନା ଚାଉଳ ସଂଗ୍ରହ କରିବ ନାହିଁ ବୋଲି ନିଷ୍ପତ୍ତି କରିଛି। ଯାହା ଓଡ଼ିଶା ତଥା ଚାଷୀମାନଙ୍କ ଉପରେ ପ୍ରଭାବ ପକାଇବ। ଅନ୍ୟ ପକ୍ଷରେ ଏ ପ୍ରସଂଗରେ ଉପଯୁକ୍ତ ବିଚାର କରାଯିବ ବୋଲି କହିଛନ୍ତି ଶ୍ରୀ ଗୋୟଲ।

ଆହୁରି ପଢ଼ନ୍ତୁ: ଜଟଣୀ ଗଙ୍ଗପଡା ସ୍ଥିତ ଏକ ଘରୋଇ କଲେଜ ହଷ୍ଟେଲରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଏକାଧିକ ଛାତ୍ର ଆହତ

08 Dec 2021 By The Sakala

ଓଡ଼ିଶାରୁ ଉଷୁନା ଚାଉଳ ସଂଗ୍ରହ ନେଇ କେନ୍ଦ୍ର ମନ୍ତ୍ରୀଙ୍କୁ ଦାବି ଜଣାଇଲେ ବିଜେଡିର ସଂସଦୀୟ ଦଳ

ନୂଆଦିଲ୍ଲୀ: ଓଡ଼ିଶାରୁ ଉଷୁନା ଚାଉଳ ସଂଗ୍ରହ କରୁ ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) । ବୁଧବାର ଏ ନେଇ ବିଜେଡି ସଂସଦୀୟ ଦଳ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ବିଜେଡି ସଂସଦୀୟ ଦଳ ପକ୍ଷରୁ ପ୍ରଦାନ ସ୍ମାରକ ପତ୍ରରେ ଉଲ୍ଲେଖ ରହିଛି ଯେ, ୨୦୨୧-୨୨ ବର୍ଷ ପାଇଁ ରାଜ୍ୟରେ ୫୨ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଅମଳ ହେବାର ଆଶା କରାଯାଉଛି । ଏଥିରୁ ବିଭିନ୍ନ ଯୋଜନା ବାବଦରେ ୨୦ଲକ୍ଷ ମେଟ୍ରିକ ଟନ୍ ଉଷୁନା ଓ ୪ଲକ୍ଷ ମେଟ୍ରିକ ଟନ୍ ଅରୁଆ ଚାଉଳ ବଣ୍ଟନ ସରିଲା ପରେ ଆଉ ୨୪ଲକ୍ଷ ମେଟ୍ରିକ ଟନ୍ ଉଷୁନା ବଳକା ହୁଏ ।

ଯଦି କେନ୍ଦ୍ର ସରକାର ଏହି ଉଷୁନା ଚାଉଳ ଓଡ଼ିଶାରୁ ସଂଗ୍ରହ କରିବେ ନାହିଁ ତାହାହେଲେ ରାଜ୍ୟର ପ୍ରାୟ ୧୦ଲକ୍ଷ ଚାଷୀ ପରିବାର ପ୍ରଭାବିତ ହେବେ। ପୂର୍ବରୁ ଏହି ପ୍ରସଙ୍ଗରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଏବଂ ଖାଦ୍ୟ ମନ୍ତ୍ରୀ କେନ୍ଦ୍ରକୁ ପତ୍ର ଲେଖିଛନ୍ତି। ‌ତେଣୁ ଉଷୁନା ଚାଉଳ ସଂଗ୍ରହ କରାନଯିବା ନେଇ ଡିଏଫ୍‌ପିଡି ପକ୍ଷରୁ ଜାରି ଆଦେଶକୁ ପରିବର୍ତ୍ତନ କରିବା ପାଇଁ ଦାବି ପତ୍ରରେ ଉଲ୍ଲେଖ ରହିଛି । ଏହି ପ୍ରସଙ୍ଗରେ ଆଜି ମଧ୍ୟ ରାଜ୍ୟସଭାର ପ୍ରଶ୍ନକାଳ‌ରେ ବିଜେଡି ସାଂସଦ ସସ୍ମିତ ପାତ୍ର କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଏଫ୍‌ସିଆଇ ଓଡ଼ିଶାରୁ କାହିଁକି ଉଷୁନା ଚାଉଳ ଉଠାଉନାହିଁ ବୋଲି ପ୍ରଶ୍ନ କରିଥିଲେ।

ଏଥି ପାଇଁ ମନ୍ତ୍ରୀ ଏଫ୍‌ସିଆଇକୁ ନିର୍ଦ୍ଦେଶ ଦେବା ପାଇଁ ସେ ଦାବି କରିଥିଲେ। ଏହା କରାନଗଲେ ଚାଷୀମାନେ ଗୁରୁତର ପ୍ରଭାବିତ ହେବେ ବୋଲି ସେ କହିଥି‌ଲେ। ଏହି ପ୍ରସଙ୍ଗରେ ସାହାଯ୍ୟ କରିବା ପାଇଁ ରାଜି ହୋଇଥିଲେ। ଏହା ସତ୍ତ୍ୱେ ଏଫ୍‌ସିଆଇ ଉଷୁନା ଚାଉଳ ସଂଗ୍ରହ କରିବ ନାହିଁ ବୋଲି ନିଷ୍ପତ୍ତି କରିଛି। ଯାହା ଓଡ଼ିଶା ତଥା ଚାଷୀମାନଙ୍କ ଉପରେ ପ୍ରଭାବ ପକାଇବ। ଅନ୍ୟ ପକ୍ଷରେ ଏ ପ୍ରସଂଗରେ ଉପଯୁକ୍ତ ବିଚାର କରାଯିବ ବୋଲି କହିଛନ୍ତି ଶ୍ରୀ ଗୋୟଲ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର