ଚାଷୀଙ୍କୁ ଘାରିଛି ବର୍ଷା ଆଶଙ୍କା: ଅମଳ ଧାନକୁ ସୁରକ୍ଷା ଦେବାପାଇଁ ଲାଗିପଡିଛି ଚାଷୀ

The Sakala Picture
Published On

ଉଲୁଣ୍ଡା: ଓଡିଶା ଉପକୂଳକୁ ମାଡି ଆସୁଛି ବାତ୍ଯା ଜୱାଦ। ବାତ୍ଯାର ପ୍ରଭାବରେ ହୋଇପାରେ ପ୍ରବଳ ବର୍ଷା। ଚାଷୀଙ୍କୁ ଘାରିଛି ବର୍ଷାର ଆଶଙ୍କା। ପୂର୍ବ ବଙ୍ଗୋପସାଗରରୁ ସୃଷ୍ଟି ହୋଇଥିବା ବାତ୍ଯା ଜୱାଦ ଏବେ ଓଡିଶା ଉପକୂଳକୁ ମାଡି ଆସୁଥିବା ବେଳେ ପ୍ରବଳ ବର୍ଷା ସହିତ ପବନର ଆଶଙ୍କା ପାଣିପାଗ ବିଭାଗ ପକ୍ଷରୁ କରାଯାଉଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବାତ୍ଯାର ପ୍ରଭାବ କମୁଥିବା ବେଳେ ଏବେବି ପ୍ରବଳ ବର୍ଷାର ଆଶଙ୍କା ରହିଛି। ଏହି ବର୍ଷାର ଆଶଙ୍କାରେ ଭୟବିତ ହୋଇ […]

ଉଲୁଣ୍ଡା: ଓଡିଶା ଉପକୂଳକୁ ମାଡି ଆସୁଛି ବାତ୍ଯା ଜୱାଦ। ବାତ୍ଯାର ପ୍ରଭାବରେ ହୋଇପାରେ ପ୍ରବଳ ବର୍ଷା। ଚାଷୀଙ୍କୁ ଘାରିଛି ବର୍ଷାର ଆଶଙ୍କା। ପୂର୍ବ ବଙ୍ଗୋପସାଗରରୁ ସୃଷ୍ଟି ହୋଇଥିବା ବାତ୍ଯା ଜୱାଦ ଏବେ ଓଡିଶା ଉପକୂଳକୁ ମାଡି ଆସୁଥିବା ବେଳେ ପ୍ରବଳ ବର୍ଷା ସହିତ ପବନର ଆଶଙ୍କା ପାଣିପାଗ ବିଭାଗ ପକ୍ଷରୁ କରାଯାଉଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବାତ୍ଯାର ପ୍ରଭାବ କମୁଥିବା ବେଳେ ଏବେବି ପ୍ରବଳ ବର୍ଷାର ଆଶଙ୍କା ରହିଛି।

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

ଏହି ବର୍ଷାର ଆଶଙ୍କାରେ ଭୟବିତ ହୋଇ ପଡିଛି ଚାଷୀ। ନିଜର ଅମଳ ଧାନକୁ କିଭଳି ସୁରକ୍ଷା ଦେବ ସେନେଇ ଅଣ୍ଟା ଭିଡିଛି ଚାଷୀ। କିଛି ଚାଷୀ ଅମଳ ହୋଇଥିବା ଧାନକୁ ସଂଗ୍ରହ କରି ଘରକୁ ନେଉଥିବା ବେଳେ କିଛି ଚାଷୀ ଅମଳ ଧାନ ସଂଗ୍ରହ କରିନପାରି ଧାନକୁ କାଟି ଚାଷ ଜମିରେ ତାଳପତ୍ରି ଘୋଡାଇ ସୁରକ୍ଷା ଦେବାପାଇଁ ଜୋରସୋରରେ ଲାଗି ପଡିଥିବା ଚିତ୍ର ଦେଖାଦେଇଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳରେ। ଧାର କରଜ କରି ଚଳିତ ବର୍ଷ ଚାଷୀ ନିଜର ଚାଷ କରିଥିବା ବେଳେ ଅମଳ ସମୟରେ ବାତ୍ଯା ଯୋଗୁଁ ବର୍ଷାର ଆଶଙ୍କା ରହିଛି ଯଦି ଠିକ୍ ସମୟରେ ଚାଷୀ ନିଜ ଅମଳ ଧାନକୁ ସୁରକ୍ଷା ଦେବାରେ ବିଫଳ ହୁଏ ତାହେଲେ ଗଜା ମରୁଡିର ମଧ୍ଯ ସମ୍ଭାବନା ରହିଛି। ଫଳରେ ଆଜକୁ ପ୍ରାୟ ତିନିଦିନ ହୋଇଯିବ ଚାଷୀ ଦିନରାତି ଏକ କରିଦେଇ ନିଜର ଅମଳ ସଂଗ୍ରହ କରିବାରେ ଲାଗିପଡିଛି।

ଆହୁରି ପଢ଼ନ୍ତୁ: କୁବେର ITDA ସହକାରୀ ନିର୍ବାହୀ ଯନ୍ତ୍ରୀ: ମିଳିଲାଣି ୧କେଜିରୁ ଉର୍ଦ୍ଧ୍ୱ ସୁନା, ଦୁଇ କୋଟି ଟଙ୍କା ସହ ୫ଟି ଆଲିସାନ କୋଠା ଓ ୧୪ଟି ପ୍ଲଟ ଠାବ

ବିଭିନ୍ନ ସ୍ଥାନରେ ଦେଖାଦେଇଛି ଅମଳ ହେବା ପୂର୍ବରୁ ଅର୍ଧପାକୁଳିକ ଅବସ୍ଥାରେ ଥିବା ଧାନକୁ ମଧ୍ଯ କାଟି ନେଉଥିବା ବେଳେ ବିଭିନ୍ନ ସ୍ଥାନରେ କେହି କେହି ଖର୍ଚ୍ଚାନ୍ତର ଶିକାର ହୋଇ ଧାନ ମଡାଉଥିବା ମଧ୍ଯ ଦେଖାଦେଇଛି। କିଏ ମେସିନ ମାଧ୍ୟମରେ ଧାନକୁ ମଡାଇ ସଂଗ୍ରହ କରି ବସ୍ତା ଗୁଡିକରେ ଭର୍ତ୍ତିକରି ଘରକୁ ନେଉଥିବା ବେଳେ କେହି କେହି ଧାନକୁ କାଟି ଧାନଖରି କରି ପାଳ ଘୋଡାଇ ଥିବା ଦେଖାଦେଇଛି। ତେବେ ଯଦି ବର୍ଷା ଲାଗିରହେ ଏବଂ ବାତ୍ଯା ଯୋଗୁଁ ହେବାକୁ ଥିବା ବର୍ଷାର ପ୍ରଭାବ ଯଦି ବଢେ ତାହେଲେ ଚାଷୀର ଅଧିକ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ଶାଶୁ ଓ ଶ୍ୱଶୁରଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ଜ୍ୱାଇଁ

04 Dec 2021 By The Sakala

ଚାଷୀଙ୍କୁ ଘାରିଛି ବର୍ଷା ଆଶଙ୍କା: ଅମଳ ଧାନକୁ ସୁରକ୍ଷା ଦେବାପାଇଁ ଲାଗିପଡିଛି ଚାଷୀ

ଉଲୁଣ୍ଡା: ଓଡିଶା ଉପକୂଳକୁ ମାଡି ଆସୁଛି ବାତ୍ଯା ଜୱାଦ। ବାତ୍ଯାର ପ୍ରଭାବରେ ହୋଇପାରେ ପ୍ରବଳ ବର୍ଷା। ଚାଷୀଙ୍କୁ ଘାରିଛି ବର୍ଷାର ଆଶଙ୍କା। ପୂର୍ବ ବଙ୍ଗୋପସାଗରରୁ ସୃଷ୍ଟି ହୋଇଥିବା ବାତ୍ଯା ଜୱାଦ ଏବେ ଓଡିଶା ଉପକୂଳକୁ ମାଡି ଆସୁଥିବା ବେଳେ ପ୍ରବଳ ବର୍ଷା ସହିତ ପବନର ଆଶଙ୍କା ପାଣିପାଗ ବିଭାଗ ପକ୍ଷରୁ କରାଯାଉଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବାତ୍ଯାର ପ୍ରଭାବ କମୁଥିବା ବେଳେ ଏବେବି ପ୍ରବଳ ବର୍ଷାର ଆଶଙ୍କା ରହିଛି।

ଏହି ବର୍ଷାର ଆଶଙ୍କାରେ ଭୟବିତ ହୋଇ ପଡିଛି ଚାଷୀ। ନିଜର ଅମଳ ଧାନକୁ କିଭଳି ସୁରକ୍ଷା ଦେବ ସେନେଇ ଅଣ୍ଟା ଭିଡିଛି ଚାଷୀ। କିଛି ଚାଷୀ ଅମଳ ହୋଇଥିବା ଧାନକୁ ସଂଗ୍ରହ କରି ଘରକୁ ନେଉଥିବା ବେଳେ କିଛି ଚାଷୀ ଅମଳ ଧାନ ସଂଗ୍ରହ କରିନପାରି ଧାନକୁ କାଟି ଚାଷ ଜମିରେ ତାଳପତ୍ରି ଘୋଡାଇ ସୁରକ୍ଷା ଦେବାପାଇଁ ଜୋରସୋରରେ ଲାଗି ପଡିଥିବା ଚିତ୍ର ଦେଖାଦେଇଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳରେ। ଧାର କରଜ କରି ଚଳିତ ବର୍ଷ ଚାଷୀ ନିଜର ଚାଷ କରିଥିବା ବେଳେ ଅମଳ ସମୟରେ ବାତ୍ଯା ଯୋଗୁଁ ବର୍ଷାର ଆଶଙ୍କା ରହିଛି ଯଦି ଠିକ୍ ସମୟରେ ଚାଷୀ ନିଜ ଅମଳ ଧାନକୁ ସୁରକ୍ଷା ଦେବାରେ ବିଫଳ ହୁଏ ତାହେଲେ ଗଜା ମରୁଡିର ମଧ୍ଯ ସମ୍ଭାବନା ରହିଛି। ଫଳରେ ଆଜକୁ ପ୍ରାୟ ତିନିଦିନ ହୋଇଯିବ ଚାଷୀ ଦିନରାତି ଏକ କରିଦେଇ ନିଜର ଅମଳ ସଂଗ୍ରହ କରିବାରେ ଲାଗିପଡିଛି।

ବିଭିନ୍ନ ସ୍ଥାନରେ ଦେଖାଦେଇଛି ଅମଳ ହେବା ପୂର୍ବରୁ ଅର୍ଧପାକୁଳିକ ଅବସ୍ଥାରେ ଥିବା ଧାନକୁ ମଧ୍ଯ କାଟି ନେଉଥିବା ବେଳେ ବିଭିନ୍ନ ସ୍ଥାନରେ କେହି କେହି ଖର୍ଚ୍ଚାନ୍ତର ଶିକାର ହୋଇ ଧାନ ମଡାଉଥିବା ମଧ୍ଯ ଦେଖାଦେଇଛି। କିଏ ମେସିନ ମାଧ୍ୟମରେ ଧାନକୁ ମଡାଇ ସଂଗ୍ରହ କରି ବସ୍ତା ଗୁଡିକରେ ଭର୍ତ୍ତିକରି ଘରକୁ ନେଉଥିବା ବେଳେ କେହି କେହି ଧାନକୁ କାଟି ଧାନଖରି କରି ପାଳ ଘୋଡାଇ ଥିବା ଦେଖାଦେଇଛି। ତେବେ ଯଦି ବର୍ଷା ଲାଗିରହେ ଏବଂ ବାତ୍ଯା ଯୋଗୁଁ ହେବାକୁ ଥିବା ବର୍ଷାର ପ୍ରଭାବ ଯଦି ବଢେ ତାହେଲେ ଚାଷୀର ଅଧିକ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର