ବଜାରରେ ମହଙ୍ଗା ମାଡ, ପରିବାରେ ହାତ ମାରିବାକୁ ଲାଗୁଛି ଡର

The Sakala Picture
Published On

ଭୁବନେଶ୍ବର : ଆସନ୍ତା ୨୦ରେ କୁମାର ପୂର୍ଣ୍ଣିମା ପଡ଼ୁଥିବାବେଳେ ୨୧ ତାରିଖରୁ ଧର୍ମମାସ କାର୍ତ୍ତିକ ଆରମ୍ଭ ହେଉଛି । ତେବେ ଚଳିତ ବର୍ଷ କରୋନା ଜନିତ କଟକଣା କାରଣରୁ ହବିଷ୍ୟାଳିମାନେ ଚିନ୍ତାରେ ଅଛନ୍ତି । ପୂର୍ବ ବର୍ଷ ଗୁଡ଼ିକ ତୁଳନାରେ ଧର୍ମମାସରେ ପୂଜାବ୍ରତ ଉପରେ ବିଶେଷ ପ୍ରଭାବ ପଡ଼ିବ ବୋଲି ଓଡ଼ିଶାବାସୀ ଆଶଙ୍କାରେ ରହିଛନ୍ତି । ଅନ୍ୟପଟେ କରୋନା କଟକଣାକୁ ଦୃଷ୍ଟିରେ ରଖି ଧର୍ମମାସ ପାଇଁ ଅନେକ ଆଗୁଆ ସଜବାଜ ଆରମ୍ଭ କରି ଦେଇଛନ୍ତି । ଧର୍ମମାସରେ […]

ଭୁବନେଶ୍ବର : ଆସନ୍ତା ୨୦ରେ କୁମାର ପୂର୍ଣ୍ଣିମା ପଡ଼ୁଥିବାବେଳେ ୨୧ ତାରିଖରୁ ଧର୍ମମାସ କାର୍ତ୍ତିକ ଆରମ୍ଭ ହେଉଛି । ତେବେ ଚଳିତ ବର୍ଷ କରୋନା ଜନିତ କଟକଣା କାରଣରୁ ହବିଷ୍ୟାଳିମାନେ ଚିନ୍ତାରେ ଅଛନ୍ତି । ପୂର୍ବ ବର୍ଷ ଗୁଡ଼ିକ ତୁଳନାରେ ଧର୍ମମାସରେ ପୂଜାବ୍ରତ ଉପରେ ବିଶେଷ ପ୍ରଭାବ ପଡ଼ିବ ବୋଲି ଓଡ଼ିଶାବାସୀ ଆଶଙ୍କାରେ ରହିଛନ୍ତି । ଅନ୍ୟପଟେ କରୋନା କଟକଣାକୁ ଦୃଷ୍ଟିରେ ରଖି ଧର୍ମମାସ ପାଇଁ ଅନେକ ଆଗୁଆ ସଜବାଜ ଆରମ୍ଭ କରି ଦେଇଛନ୍ତି । ଧର୍ମମାସରେ ପରିବା ଚଢ଼ାଦର ଓ କରୋନା କଟକଣା ମଧ୍ୟରେ କିଣାବିକା ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇଛି । ଧର୍ମମାସରେ ଅଧିକାଂଶ ଆମିଷ ତ୍ୟାଗ କରିଥା’ନ୍ତି । ତେବେ ପନିପରିବା ଦରକୁ ନେଇ ଗ୍ରାହକ ଚିନ୍ତାରେ ପଡ଼ିଛନ୍ତି । ଆଳୁ ଓ ଟମାଟୋ ଠାରୁ ଆରମ୍ଭ କରି ପ୍ରତ୍ୟେକ ପନିପରିବା ଚଢ଼ାଦରରେ ବିକ୍ରି ହେବା ଆରମ୍ଭ ହୋଇଗଲାଣି ।

ଆହୁରି ପଢ଼ନ୍ତୁ: ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ନିର୍ମାଣାଧୀନ ପାଣି ଟାଙ୍କି ଉପରୁ ଠେଲି ସାଙ୍ଗକୁ ହତ୍ୟା !

ଅହେତୁକ ଦରଦାମ ବୃଦ୍ଧି କାରଣରୁ ଏହାର ସିଧାସଳଖ ପ୍ରଭାବ ଗ୍ରାହକଙ୍କ ପକେଟ ଉପରେ ପଡ଼ିଛି । ବଜାରରେ ପରିବା ଦର ୫୦ ଟଙ୍କା ତଳକୁ ନାହିଁ। ପୋଟଳ କିଲୋ ପ୍ରତି ୬୦ ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଥିବା ବେଳେ କଲରା ୭୦, ଖମ୍ବଆଳୁ ୬୦, ବାଇଗଣ ୪୦, ଟମାଟୋ ୫୦ ଟଙ୍କା ରହିଛି। ପିଆଜ କିଲୋ ପ୍ରତି ୫୦ ଟଙ୍କା, ଝୁଡ଼ଙ୍ଗ ୮୦ ଥିବାବେଳେ ବିନ୍ସ ଦର ୧୦୦ ଟଙ୍କାରେ ବିକ୍ରି ହେଉଛି। କଞ୍ଚାଲଙ୍କ କେଜି ପ୍ରତି ୧୫୦ ଟଙ୍କାରେ ବିକ୍ରି ହେଉଥିବାବେଳେ ସିମଳା ଲଙ୍କାର ଦାମ ମଧ୍ୟ ୧୪୦ରୁ ୧୫୦ ଟଙ୍କା ରହିଛି । ସେହିପରି ବିଟ୍ ଓ ଗାଜର ୪୦ରୁ ୫୦ ଟଙ୍କା ପ୍ରତି କେଜି ବିକ୍ରି ହେଉଛି । ଅନ୍ୟପଟେ ଲାଉ ୩୦ଟଙ୍କା ଓ ଭେଣ୍ଡି ୬୦ ଟଙ୍କାରେ ବିକ୍ରି ହେଉଛି । ଫୁଲ କୋବି ଗୋଟା ପ୍ରତି ୫୦ ଟଙ୍କା ଓ ବନ୍ଧାକୋବି କେଜି ପ୍ରତି ୫୦ ଟଙ୍କା ରହିଛି । ସେହିପରି ଝୁଡ଼ଙ୍ଗ ମଧ୍ୟ କେଜି ପ୍ରତି ୬୦ ଟଙ୍କାରେ ବିକ୍ରି ହେଉଛି । ତେବେ କାର୍ତ୍ତିକରେ ଶାଗର ଚାହିଦା ଯଥେଷ୍ଟ ଅଧିକ ରହୁଥିବାବେଳେ ଏହା ବିଡ଼ା ପ୍ରତି ୧୦ ଟଙ୍କାରେ ବିକ୍ରି ହେଉଛି । ଏବେଠୁ ଦର ଏମିତି ରହିଥିବାବେଳେ ପୂରା ୩୦ ଦିନରେ ପରିବା ଖର୍ଚ୍ଚକୁ ନେଇ ଲୋକଙ୍କୁ ଚିନ୍ତା ଘାରିବାରେ ଲାଗିଛି ।

ଆହୁରି ପଢ଼ନ୍ତୁ: ସୁନ୍ଦରଗଡ଼ରେ ଲଜ୍ଜା: କର୍ମା ପୂଜା ଦେଖି ଫେରୁଥିବା ବେଳେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୪ ଅଟକ

ପରିବା ଦର ବୃଦ୍ଧି କେବଳ ଖାଉଟିଙ୍କ ଉପରେ ପ୍ରଭାବ ପକାଇଛି, ତା ନୁହେଁ ବ୍ୟବସାୟୀଙ୍କ ଉପରେ ବି ପ୍ରଭାବ ପକାଇଛି । ଯେଉଁ ଗ୍ରାହକ କେଜିଏ, ଦୁଇ କେଜି ପରିବା ନେଉଥିଲେ ସେମାନେ ଅଢ଼େଇ ଶହ ନେଇ କାମ ଚଳାଉଛନ୍ତି । ଫଳରେ ବିକ୍ରି କମୁଛି । ଆଉ ବିକ୍ରି କମିବା ଯୋଗୁଁ ବ୍ୟବସାୟୀଙ୍କ ରୋଜଗାର ପ୍ରଭାବିତ ହୋଇଛି । ପରିବା ଦର ବଢ଼ୁଥିଲେ ବି କେବେ କମିବ କାହା ପାଖରେ ଉତ୍ତର ନାହିଁ । ଆଗକୁ କାର୍ତିକ ମାସ ଆସୁଥିବାରୁ ପରିବା ଦର ବୃଦ୍ଧିକୁ ନେଇ ଚିନ୍ତାରେ ସମସ୍ତେ ଅଛନ୍ତି।

ଆହୁରି ପଢ଼ନ୍ତୁ: ଚଳନ୍ତା ବାଇକ୍ ଉପରେ ପଡ଼ିଲା ଗଛ ଡାଳ, ଯୁବକଙ୍କ ପେଟରେ ପଶିଲା ଶୁଖିଲା କାଠ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର