ସୁବର୍ଣ୍ଣରେଖାରେ ପୁଣି ବନ୍ୟା ପରିସ୍ଥିତି, ୮୦ରୁ ଉର୍ଦ୍ଧ୍ବ ଗାଁ ପ୍ରଭାବିତ ହେବା ସହ ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

The Sakala Picture
Published On

ଭୋଗରାଇ: ଲଘୁଚାପଜନିତ ଲଗାଣ ବର୍ଷା ଓ ସୁବର୍ଣ୍ଣରେଖା ନଦୀର ଉପରମୁଣ୍ଡରେ ବିଭିନ୍ନ ଡ୍ୟାମରୁ ଜଳ ଛଡ଼ା ଯିବାରୁ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଭୋଗରାଇ ବ୍ଲକର ୧୮ ପଂଚାୟତର ୮୦ରୁ ଉର୍ଦ୍ଧ୍ବ ଗାଁ ପ୍ରଭାବିତ ହୋଇଛି। ୧୦ ହେକ୍ଟର ରୁ ଅଧିକ ଚାଷ ଜମି ଜଳମଗ୍ନ ହୋଇଛି। ୧୫ରୁ ଅଧିକ ରାସ୍ତା ଉପରେ ୩ରୁ ୪ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଅନେକ ଗାଁର ରାସ୍ତା ବୁଡ଼ିଯାଇ ଯାତାୟାତ ବାଧା ପ୍ରାପ୍ତ […]

ଭୋଗରାଇ: ଲଘୁଚାପଜନିତ ଲଗାଣ ବର୍ଷା ଓ ସୁବର୍ଣ୍ଣରେଖା ନଦୀର ଉପରମୁଣ୍ଡରେ ବିଭିନ୍ନ ଡ୍ୟାମରୁ ଜଳ ଛଡ଼ା ଯିବାରୁ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଭୋଗରାଇ ବ୍ଲକର ୧୮ ପଂଚାୟତର ୮୦ରୁ ଉର୍ଦ୍ଧ୍ବ ଗାଁ ପ୍ରଭାବିତ ହୋଇଛି। ୧୦ ହେକ୍ଟର ରୁ ଅଧିକ ଚାଷ ଜମି ଜଳମଗ୍ନ ହୋଇଛି। ୧୫ରୁ ଅଧିକ ରାସ୍ତା ଉପରେ ୩ରୁ ୪ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଅନେକ ଗାଁର ରାସ୍ତା ବୁଡ଼ିଯାଇ ଯାତାୟାତ ବାଧା ପ୍ରାପ୍ତ ହୋଇଛି।ଲୋକେ ଘରୁ ବାହାର କୁ ବାହାରି ପାରୁ ନାହାନ୍ତି।ଜରୁରୀ କାମରେ ଡଙ୍ଗା ସାଜିଛି ସାହା ଭରସା। ସେହିପରି ସମସ୍ତ ତଳିଆ ଅଞ୍ଚଳରେ ନଳ କୂପ ବୁଡ଼ି ଯାଇଥିବାରୁ ଲୋକେ ଟୋପାଏ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ପ୍ରକାଶଯେ ଗତ ୭ଦିନ ପୂର୍ବରୁ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସି ଏହି ବ୍ଲକର ତଳିଆ ଅଞ୍ଚଳ ଜଳ ମଗ୍ନ ହୋଇଥିଲା। ଏପର୍ଯ୍ୟନ୍ତ ଅନେକ ଗାଁରୁ ବନ୍ୟା ଜଳ ନିଷ୍କାସିତ ହୋଇ ନ ଥିଲା ବେଳେ ପୁଣି ବନ୍ୟା ଆସିବା ଫଳରେ ଏହି ତଳିଆ ଗାଁ ଗୁଡ଼ିକରେ ସାଙ୍ଘାତିକ ଅବସ୍ଥା ସୃଷ୍ଟି ହୋଇଛି। ଦୀର୍ଘ ୧୫ ଦିନ ହେବ ଚାଷ ଜମିରେ ପାଣି ଜମି ରହିବା କାରଣରୁ ରୁଆ ଧାନ ସଢ଼ି ଯାଇଛି। ଆଜି ଦିନ ୧୨ଟା ସୁଦ୍ଧା ନଦୀର ଜଳ ପତ୍ତନ ରାଜଘାଟ ଠାରେ ବିପଦ ସଙ୍କେତ ୧୦.୩୬ ମିଟରକୁ ଟପି ୧୦.୩୭ ମିଟରରେ ପହଁଚିଛି। ଯାହାଫଳରେ ଗତ କାଲି ଠାରୁ ବନ୍ୟାପାଣି ନଦୀ ବନ୍ଧ ଡେଇଁ ବିଭିନ୍ନ ଗାଁକୁ ପ୍ରବେଶ କରିଛି। ଗତକାଲି ଅପେକ୍ଷା ଆଜି ବନ୍ୟା ଜଳ ବହୁଳ ଭାବେ ପ୍ରବେଶ କରିବାରେ ଲାଗିଛି। ଏହି ବ୍ଲକର ଆରୁହାବୃତ୍ତି-ନଂ୦୧ ପଂଚାୟତ ମନୁନଗର ଗାଁ ଭିତରେ ବନ୍ୟା ଜଳ ପଶିଥିବା ବେଳେ ଏହି ପଂଚାୟତ ନଥିପୁର, ରସଲପୁର,ଆରୁହାବୃତ୍ତି,ବାରବାଟିଆ, ଖରିଦପିପଲ ପଂଚାୟତର ଦହମୁଣ୍ଡା, ଆରୁହାବୃତ୍ତି ନଂ୨,ନାଚିନ୍ଦ। ପଂଚାୟତର ଉଲୁଡା, ମହମ୍ମଦପୁର, ଡେଉଁର, ରଘୁଚକ, ନିଶ୍ଚିନ୍ତାଡିହା, କୁସୁଡ଼ା ପଂଚାୟତର ଗୁଜଡ଼ିହା, କୁସୁଡ଼ା, ଗବଗାଁ ପଂଚାୟତ ର ଚିରକୁଲା, ନିଳପୁରା, ପୁରୁଷୋତ୍ତମ ପୁର, ବଧିଆ,କୃଷ୍ଣ ପୁର, ରାମଦେଇଚକ, ଗବ ଗାଁ, କୁମ୍ଭୀରଗଡି ପଂଚାୟତର ଅଡଙ୍ଗ ପନ୍ତେଇ, ବାଉଁଶଖଣା,କୁଲ୍ହା,ଖଳା ବାଡ଼ିଆ, କୁମ୍ଭୀରଗଡ଼ି,ଜୟରାମ ପୁର ପଂଚାୟତ ର ନାନାକାର,ଖଡ଼ିକାବାଡ଼ି, ନହରା ପଂଚାୟତର ବଡ଼ ମନ୍ଦାରୁଣୀ ,ମସାନ ବାଡ଼ିଆ, ମୁଣ୍ଡମାରି, ଇତ୍ୟାଦି ଗାଁରେ ବନ୍ୟା ଜଳ ପ୍ରବେଶ କରିଛି।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

ଏହି ସବୁ ଗାଁରେ ଚାଷଜମି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇ ଯାଇଛି।ସେହିପରି କମର୍ଦ୍ଦା- ଉଲୁଡା ରାସ୍ତା, ଜଳେଶ୍ୱର-ଚନ୍ଦନେଶ୍ୱର ରାଜ୍ୟ ରାଜ ପଥ ଠାରୁ ବଡ଼ ମନ୍ଦା ରୁଣି- ଜଳଧା ରାସ୍ତା, ଭୁଆ ବନ୍ଧ – କୁଳିଦା ରାସ୍ତା, ବେଣୁଦା- ମହାଗବ ରାସ୍ତା, ବେଣୁଦା-କୁସୁଟି ରାସ୍ତା, କୁମ୍ଭୀର ଗଡ଼ି-ଭୂଷଣ୍ଡେଶ୍ୱର ରାସ୍ତା, ଭୋଗରାଇ ଲକ- ଆରୁହାବୃତ୍ତି, ନିଳପୁରା-କୁସୁଡ଼ା, ଚିରକୁଲା-କୁସୁଡ଼ା ଇତ୍ୟାଦି ରାସ୍ତାର ବିଭିନ୍ନ ସ୍ଥାନରେ ୪ରୁ ୫ଫୁଟ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଅନ୍ୟପକ୍ଷରେ ପୁଟିଣା,ଦାରୁହା, କଚୁଆଡ଼ି, କୁଳିଦା, ମହାଗବ, କୁମ୍ଭୀରଗଡ଼ି ପଂଚାୟତ ର ବହୁ ତଳିଆ ଗାଁ ରେ ବନ୍ୟା ଜଳ ପ୍ରବେଶ କରିଥିବାରୁ ଗାଁ ରାସ୍ତା ସହିତ ବହୁ ଘର ପାଣି ଘେର ମଧ୍ୟରେ ରହିଛି।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର