ଘୁଞ୍ଚିଲା OSSSC CRE-2025 ପରୀକ୍ଷା ତାରିଖ: ଜୁନ୍ ୨୮ରେ ହେବ ପରୀକ୍ଷା, ଏହି ଦିନରୁ ମିଳିବ ଆଡମିଟ୍ କାର୍ଡ

Madhusudan Das Picture
Published On

ଭୁବନେଶ୍ୱର: ଓଡ଼ିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ୍ (OSSSC) ପକ୍ଷରୁ ଆୟୋଜିତ ସମ୍ମିଳିତ ନିଯୁକ୍ତି ପରୀକ୍ଷା ବା କମ୍ବାଇଣ୍ଡ ରିକ୍ରୁଟମେଣ୍ଟ ଏକ୍ସାମିନେସନ୍ (CRE-2025) ର ଲିଖିତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ପୂର୍ବରୁ ଏହି ପରୀକ୍ଷା ଜୁନ୍ ୨୦, ୨୦୨୬ ତାରିଖରେ ହେବାର ଥିଲା, ମାତ୍ର ବର୍ତ୍ତମାନ ଏହାକୁ ଜୁନ୍ ୨୮, ୨୦୨୬ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ଆୟୋଗ ପକ୍ଷରୁ ଜାରି କରାଯାଇଥିବା ସରକାରୀ ବିଜ୍ଞପ୍ତି ଅନୁଯାୟୀ, NEET (UG) 2026 ପରୀକ୍ଷା ସୂଚୀ ସହିତ ତାରିଖ ଏକା ହୋଇଯାଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ରେଭେନ୍ୟୁ ଇନ୍ସପେକ୍ଟର (RI), ଆଇସିଡିଏସ୍ ସୁପରଭାଇଜର (ICDS Supervisor), ଭିଲେଜ୍ ଏଗ୍ରିକଲଚରାଲ୍ ୱାର୍କର୍ (VAW), ଜୁନିୟର ଆସିଷ୍ଟାଣ୍ଟ, ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର (ARI), ଅମିନ ଏବଂ ଷ୍ଟାଟିଷ୍ଟିକାଲ୍ ଫିଲ୍ଡ ସର୍ଭେୟର୍ (SFS) ଆଦି ଏକାଧିକ ପଦବୀ ପୂରଣ କରାଯିବ।

ଆହୁରି ପଢ଼ନ୍ତୁ: ଅସୁସ୍ଥ ସ୍ୱାମୀଙ୍କ ପାଖକୁ ନେବା ବାହାନାରେ ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ, ୨ ଗିରଫ

ପରୀକ୍ଷାର୍ଥୀମାନଙ୍କୁ ସେମାନଙ୍କର ସଂଶୋଧିତ ଆଡମିଟ୍ କାର୍ଡ ଡାଉନଲୋଡ୍ କରିବା ପାଇଁ ଆୟୋଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ କୁ ଯାଇ ନିଜର ୟୁଜର୍ ଆଇଡି ଏବଂ ପାସୱାର୍ଡ ବ୍ୟବହାର କରି ଏହାକୁ ଡାଉନଲୋଡ୍ କରିପାରିବେ। ଆସନ୍ତା ଜୁନ୍ ୨୪, ୨୦୨୬ ତାରିଖରୁ ଏହି ସଂଶୋଧିତ ଆଡମିଟ୍ କାର୍ଡ ଉପଲବ୍ଧ ହେବ। 

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

OSSSC ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ପରୀକ୍ଷା କେନ୍ଦ୍ର, ସମୟ ଏବଂ ସ୍ଥାନ ସମ୍ପର୍କରେ କେବଳ ସଂଶୋଧିତ ଆଡମିଟ୍ କାର୍ଡରେ ହିଁ ସୂଚନା ଦିଆଯିବ। ନିୟମିତ ଅପଡେଟ୍ ପାଇଁ ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରିବାକୁ ପରୀକ୍ଷାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର