ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ: SIR ପାଇଁ ମଧ୍ୟାହ୍ନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ଫିଲ୍ଡ ଭିଜିଟ୍‌ ନ କରିବାକୁ CEOଙ୍କ ପରାମର୍ଶ

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଏକ ଗୁରୁତ୍ୱପୂର୍ଣ୍ଣ ଆଡଭାଇଜରି ବା ପରାମର୍ଶ ଜାରି କରିଛନ୍ତି। ହିଟ୍‌ ୱେଭ୍‌କୁ ନଜରରେ ରଖି ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (SIR) ପାଇଁ ସମୟସୂଚୀରେ ପରିବର୍ତ୍ତନ କରିଛନ୍ତି ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ । ୧୨ଟାରୁ ୩ଟା ପର୍ଯ୍ୟନ୍ତ ଫିଲ୍ଡ ଭିଜିଟ୍‌ ନ କରିବାକୁ ପରାମର୍ଶ ଦେଇଛନ୍ତି । ସକାଳ ୬ରୁ ଦିନ ୧୧, ଅପରାହ୍ଣ ୪ରୁ ସନ୍ଧ୍ୟ ୭ଟା ପର୍ଯ୍ୟନ୍ତ ଫିଲ୍ଡ ୱାର୍କ କରିବାକୁ ନିର୍ଦ୍ଦେଶ । ସମସ୍ତ ଜିଲ୍ଲାପାଳ, ଡିଇଓ (DEO) ଏବଂ ବିଏମସି (BMC) ଅଧିକାରୀମାନଙ୍କୁ ଏହି ନିର୍ଦ୍ଦେଶାବଳୀ ପାଳନ କରିବାକୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ -୨୦୨୬ କାର୍ଯ୍ୟକ୍ରମ ସମୟରେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷା ପାଇଁ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ (CEO) କାର୍ଯ୍ୟାଳୟ ପକ୍ଷରୁ ଏକ ବ୍ୟାପକ ଆଡଭାଇଜରୀ ଜାରି କରାଯାଇଛି । ଆଡଭାଇଜରୀରେ ସ୍ପଷ୍ଟ କରାଯାଇଛି ଯେ, ତୀବ୍ର ଗ୍ରୀଷ୍ମ ପ୍ରବାହ ସମୟ ଅର୍ଥାତ୍ ଦିନ ୧୨ଟାରୁ ୩ଟା ମଧ୍ୟରେ ଫିଲ୍ଡ ଭିଜିଟ୍, ଡୋର-ଟୁ-ଡୋର ଭେରିଫିକେସନ୍ ଓ ଅନ୍ୟାନ୍ୟ ବାହ୍ୟ କାର୍ଯ୍ୟକୁ ସମ୍ଭବତ ଏଡ଼ାଇବାକୁ ହେବ। ଏହାର ପରିବର୍ତ୍ତେ ସକାଳ ୬ଟାରୁ ୧୧ଟା ଓ ଅପରାହ୍ନ ୪ଟାରୁ ୭ଟା ପର୍ଯ୍ୟନ୍ତ କାମ କରିବାକୁ ପରାମର୍ଶ ଦିଆଯାଇଛି। ସ୍ଥାନୀୟ ପାଣିପାଗ ଅନୁଯାୟୀ ଡିଇଓ ଓ ଇଆରଓମାନେ ସମୟରେ ପରିବର୍ତ୍ତନ କରିପାରିବେ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ଫିଲ୍ଡରେ କାମ କରୁଥିବା BLO, BLO ସୁପରଭାଇଜର, AERO ଓ EROମାନଙ୍କ ପାଇଁ କିଛି ଅନିବାର୍ଯ୍ୟ ସୁରକ୍ଷା ନିୟମ ମଧ୍ୟ ଜାରି କରାଯାଇଛି। ପର୍ଯ୍ୟାପ୍ତ ପାଣି, ORS ଓ ଇଲେକ୍ଟ୍ରୋଲାଇଟ୍ ପିଇବା, ହାଲୁକା ରଙ୍ଗର ସୁତି ପୋଷାକ ପିନ୍ଧିବା, କ୍ୟାପ୍ କିମ୍ବା ଛତା ବ୍ୟବହାର କରିବା ଓ ସୂର୍ଯ୍ୟର ପ୍ରତ୍ୟକ୍ଷ ତାପରୁ ଦୂରେ ରହିବାକୁ କୁହାଯାଇଛି। ପ୍ରତ୍ୟେକ ଫିଲ୍ଡ କର୍ମଚାରୀଙ୍କ ପାଖରେ ପାଣି ବୋତଲ, ORS ପ୍ୟାକେଟ୍, କ୍ୟାପ୍ କିମ୍ବା ଛତା ଓ ଯୋଗାଯୋଗ ପାଇଁ ମୋବାଇଲ୍ ଫୋନ୍ ରଖିବାକୁ ନିର୍ଦ୍ଦେଶ ରହିଛି। କୌଣସି କର୍ମଚାରୀଙ୍କଠାରେ ମୁଣ୍ଡବୁଲା, ଥକ୍କାପଣ କିମ୍ବା ଖରାଘାତ ଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇଦେବାକୁ ସୁପରଭାଇଜରମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ, ସମସ୍ତ ପଞ୍ଜୀକରଣ କେନ୍ଦ୍ରରେ ସାଧାରଣ ଲୋକଙ୍କ ନିମନ୍ତେ ଛାଇ, ଉପଯୁକ୍ତ ପବନ ଚଳାଚଳ ଓ ବସିବା ବ୍ୟବସ୍ଥା କରିବାକୁ ସିଇଓ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର