ଦିଲ୍ଲୀରେ ‘ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଓ ଐତିହ୍ୟ ଲାଇବ୍ରେରୀ’ ପ୍ରତିଷ୍ଠା ପାଇଁ ଯୋଜନା ନାହିଁ; ମାନସ ପ୍ରଶ୍ନରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ଉତ୍ତର...

Madhusudan Das Picture
Published On

ଭୁବନେଶ୍ୱର: ରାଜଧାନୀ ଦିଲ୍ଲୀରେ ‘ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଓ ଐତିହ୍ୟ ଲାଇବ୍ରେରୀ’ ସ୍ଥାପନ ସମ୍ପର୍କରେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ସଂସଦରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କହିଛନ୍ତି ଯେ ନୂଆଦିଲ୍ଲୀରେ ଏକ ନିର୍ଦ୍ଦିଷ୍ଟ ‘ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଓ ଐତିହ୍ୟ ଲାଇବ୍ରେରୀ’ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ କୌଣସି ପ୍ରସ୍ତାବ ମନ୍ତ୍ରଣାଳୟ ପାଖକୁ ଆସିନାହିଁ। ମନ୍ତ୍ରୀ ଆହୁରି କହିଛନ୍ତି ଯେ ଏପରି କୌଣସି ପ୍ରସ୍ତାବ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ନିକଟରେ ମଧ୍ୟ ବିଚାରାଧୀନ ନାହିଁ ଓ ଏହା ସମ୍ୱନ୍ଧରେ କୌଣସି ସମୟସୀମା ନିର୍ଦ୍ଧାରିତ ହୋଇନାହିଁ। ତେଣୁ ନିକଟ ଭବିଷ୍ୟତରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ସମ୍ଭାବନା ନାହିଁ ବୋଲି ସ୍ପଷ୍ଟ ହୋଇଛି। 

ଆହୁରି ପଢ଼ନ୍ତୁ: ରଥଯାତ୍ରା ପରିଚାଳନାରେ ସମ୍ପୂର୍ଣ୍ଣ ଫେଲ୍ ମାରିଛନ୍ତି
ରାଜ୍ୟ ସରକାର: ବିଜେଡି

ଗୁରୁବାର ରାଜ୍ୟସଭାରେ ସାଂସଦ ଶ୍ରୀ ମଙ୍ଗରାଜ, ଓଡ଼ିଶା ସରକାରଙ୍କ ଦ୍ୱାରା ନୂଆଦିଲ୍ଲୀରେ ଏକ ନିର୍ଦ୍ଦିଷ୍ଟ ‘ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଓ ଐତିହ୍ୟ ଲାଇବ୍ରେରୀ’ ସ୍ଥାପନ ପାଇଁ କୌଣସି ପ୍ରସ୍ତାବ ମନ୍ତ୍ରଣାଳୟ ପାଖକୁ ଆସିଛି କି ବୋଲି ପ୍ରଶ୍ନ କରିଥିଲେ। ଏହାସହ ଯଦି ପ୍ରସ୍ତାବ ଆସିଥାଏ, ତେବେ ଏହାର ବିବରଣୀ ଏବଂ ଏହାର ପରୀକ୍ଷଣ/ଅନୁମୋଦନର ବର୍ତ୍ତମାନ ସ୍ଥିତି କ’ଣ ଜଣାଇବାକୁ ଆଗ୍ରହ ପ୍ରକାଶ କରିଥିଲେ। ଯଦି ନାହିଁ, ତେବେ କେନ୍ଦ୍ର ସରକାର କୌଣସି ଯୋଜନା ଅଧୀନରେ କିମ୍ୱା ଓଡ଼ିଶା ସରକାର ସହ ମିଳିତ ଭାବେ ଏହି ପଦକ୍ଷେପ ନେବେ କି? ଉକ୍ତ ସାଂସ୍କୃତିକ କେନ୍ଦ୍ର ଓ ଐତିହ୍ୟ ଲାଇବ୍ରେରୀ କେବେ ସ୍ଥାପିତ ହେବାର ସମ୍ଭାବନା ଅଛି ବୋଲି ଜଣାଇବାକୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରେ ମନ୍ତ୍ରୀ ଶ୍ରୀ ଶେଖାୱତ ଉପରୋକ୍ତ ତଥ୍ୟ ସହ ଏନେଇ କୌଣସି ଯୋଜନା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ: ପତ୍ନୀଙ୍କ ତଣ୍ଟି କାଟିଲା ସ୍ୱାମୀ, ପରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ

ମନ୍ତ୍ରୀ ଆହୁରି କହିଛନ୍ତି, ଦେଶର ବିଭିନ୍ନ ରାଜ୍ୟର ଲୋକକଳା ଓ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରୟାଗରାଜଠାରେ ଉତ୍ତର କେନ୍ଦ୍ରାଞ୍ଚଳ ସାଂସ୍କୃତିକ କେନ୍ଦ୍ର ମାଧ୍ୟମରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ପରିସ୍ଥିତିରେ ଓଡ଼ିଶାର ଏକ ସ୍ୱତନ୍ତ୍ର ସାଂସ୍କୃତିକ କେନ୍ଦ୍ର ସ୍ଥାପନ ପାଇଁ ପ୍ରଥମେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଆସିବା ଆବଶ୍ୟକ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ: ଭଦ୍ରକରେ ବନ୍ୟା ସ୍ଥିତି ସଙ୍ଗିନ: ବିପଦ ସଙ୍କେତ ଉପରେ ବୈତରଣୀ ଓ ସାଳନ୍ଦୀ, ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ

03 Apr 2026 By Madhusudan Das

ଦିଲ୍ଲୀରେ ‘ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଓ ଐତିହ୍ୟ ଲାଇବ୍ରେରୀ’ ପ୍ରତିଷ୍ଠା ପାଇଁ ଯୋଜନା ନାହିଁ; ମାନସ ପ୍ରଶ୍ନରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ଉତ୍ତର...

ଭୁବନେଶ୍ୱର: ରାଜଧାନୀ ଦିଲ୍ଲୀରେ ‘ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଓ ଐତିହ୍ୟ ଲାଇବ୍ରେରୀ’ ସ୍ଥାପନ ସମ୍ପର୍କରେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ସଂସଦରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କହିଛନ୍ତି ଯେ ନୂଆଦିଲ୍ଲୀରେ ଏକ ନିର୍ଦ୍ଦିଷ୍ଟ ‘ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଓ ଐତିହ୍ୟ ଲାଇବ୍ରେରୀ’ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ କୌଣସି ପ୍ରସ୍ତାବ ମନ୍ତ୍ରଣାଳୟ ପାଖକୁ ଆସିନାହିଁ। ମନ୍ତ୍ରୀ ଆହୁରି କହିଛନ୍ତି ଯେ ଏପରି କୌଣସି ପ୍ରସ୍ତାବ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ନିକଟରେ ମଧ୍ୟ ବିଚାରାଧୀନ ନାହିଁ ଓ ଏହା ସମ୍ୱନ୍ଧରେ କୌଣସି ସମୟସୀମା ନିର୍ଦ୍ଧାରିତ ହୋଇନାହିଁ। ତେଣୁ ନିକଟ ଭବିଷ୍ୟତରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ସମ୍ଭାବନା ନାହିଁ ବୋଲି ସ୍ପଷ୍ଟ ହୋଇଛି। 

ଗୁରୁବାର ରାଜ୍ୟସଭାରେ ସାଂସଦ ଶ୍ରୀ ମଙ୍ଗରାଜ, ଓଡ଼ିଶା ସରକାରଙ୍କ ଦ୍ୱାରା ନୂଆଦିଲ୍ଲୀରେ ଏକ ନିର୍ଦ୍ଦିଷ୍ଟ ‘ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଓ ଐତିହ୍ୟ ଲାଇବ୍ରେରୀ’ ସ୍ଥାପନ ପାଇଁ କୌଣସି ପ୍ରସ୍ତାବ ମନ୍ତ୍ରଣାଳୟ ପାଖକୁ ଆସିଛି କି ବୋଲି ପ୍ରଶ୍ନ କରିଥିଲେ। ଏହାସହ ଯଦି ପ୍ରସ୍ତାବ ଆସିଥାଏ, ତେବେ ଏହାର ବିବରଣୀ ଏବଂ ଏହାର ପରୀକ୍ଷଣ/ଅନୁମୋଦନର ବର୍ତ୍ତମାନ ସ୍ଥିତି କ’ଣ ଜଣାଇବାକୁ ଆଗ୍ରହ ପ୍ରକାଶ କରିଥିଲେ। ଯଦି ନାହିଁ, ତେବେ କେନ୍ଦ୍ର ସରକାର କୌଣସି ଯୋଜନା ଅଧୀନରେ କିମ୍ୱା ଓଡ଼ିଶା ସରକାର ସହ ମିଳିତ ଭାବେ ଏହି ପଦକ୍ଷେପ ନେବେ କି? ଉକ୍ତ ସାଂସ୍କୃତିକ କେନ୍ଦ୍ର ଓ ଐତିହ୍ୟ ଲାଇବ୍ରେରୀ କେବେ ସ୍ଥାପିତ ହେବାର ସମ୍ଭାବନା ଅଛି ବୋଲି ଜଣାଇବାକୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରେ ମନ୍ତ୍ରୀ ଶ୍ରୀ ଶେଖାୱତ ଉପରୋକ୍ତ ତଥ୍ୟ ସହ ଏନେଇ କୌଣସି ଯୋଜନା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି, ଦେଶର ବିଭିନ୍ନ ରାଜ୍ୟର ଲୋକକଳା ଓ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରୟାଗରାଜଠାରେ ଉତ୍ତର କେନ୍ଦ୍ରାଞ୍ଚଳ ସାଂସ୍କୃତିକ କେନ୍ଦ୍ର ମାଧ୍ୟମରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ପରିସ୍ଥିତିରେ ଓଡ଼ିଶାର ଏକ ସ୍ୱତନ୍ତ୍ର ସାଂସ୍କୃତିକ କେନ୍ଦ୍ର ସ୍ଥାପନ ପାଇଁ ପ୍ରଥମେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଆସିବା ଆବଶ୍ୟକ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର