ରାଜ୍ୟ ବଜେଟ୍ ୨୦୨୬-୨୭ରେ ୪୭,୮୦୦ କୋଟି ଟଙ୍କା ଋଣ କରିବେ ସରକାର

Madhusudan Das Picture
Published On

ଭୁବନେଶ୍ୱର: ବିଧାନସଭାରେ ମୁଖ୍ୟମନ୍ତ୍ରୀ ଗତକାଲି ଉପସ୍ଥାପନ କରିଛନ୍ତି ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ । ଏଥିରେ ଅନେକ ନୂଆ ଯୋଜନା ପ୍ରଣୟନ କରିଛନ୍ତି, ବିଭିନ୍ନ କାର୍ଯ୍ୟକ୍ରମ ପ୍ରଚଳନ ପାଇଁ ପ୍ରସ୍ତାବ ରଖିଛନ୍ତି । ମାତ୍ର ଏହି ଯୋଜନା ଓ କାର୍ଯ୍ୟକ୍ରମ ପାଇଁ ସରକାରଙ୍କ ପାଖରେ ଧନ ନାହିଁ । ରାଜ୍ୟ ସରକାରଙ୍କ ପ୍ରଶାସନିକ ଖର୍ଚ୍ଚ ଅର୍ଥାତ୍‌ ସରକାରୀ କର୍ମଚାରୀଙ୍କ ଦରମା, ପେନସନ ଓ ଅନ୍ୟାନ୍ୟ ବ୍ୟୟ ପାଇଁ ସରକାର ୧.୯୧ ଲକ୍ଷ କୋଟି ଟଙ୍କା ବରାଦ କରିଛନ୍ତି । ବିଡ଼ମ୍ବନା ହେଉଛି ଏତିକି ବ୍ୟୟ ପାଇଁ ସରକାରଙ୍କ ପାଖରେ ବି ଧନ ନାହିଁ । ନିଜସ୍ୱ ରାଜସ୍ୱ ଓ ଅଣରାଜସ୍ୱ ଆୟରୁ ମାତ୍ର ୧.୪୧ ଲକ୍ଷ କୋଟି ଆୟ ହୋଇପାରିବ ବୋଲି ସରକାର ଆକଳନ କରିଛନ୍ତି । ଅନୁରୂପ ଭାବରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଅନୁଦାନ ବାବଦରେ ସରକାର ୪୦୦୩୯ କୋଟି ଟଙ୍କା ଓ ଟିକସ ଅଂଶ ଭାବରେ ୬୭୪୬୦ କୋଟି ଟଙ୍କା ମିଳିିବ । ତେଣୁ ସବୁ ମିଶାଣ ଫେଡ଼ାଣ ପରେ ବଜେଟ ନିଅଣ୍ଟ ପ୍ରାୟ ୬୦ ହଜାର କୋଟି ଟଙ୍କା ହେବ ଏବଂ ଏହି ଅର୍ଥକୁ ଋଣ ଓ ଅନ୍ୟାନ୍ୟ ସୂତ୍ରରୁ ଭରଣା କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ଆସନ୍ତା ଆର୍ଥିକ ବର୍ଷରେ ସରକାର ଖୋଲାବଜାର ଓ ଅନ୍ୟାନ୍ୟ ସୂତ୍ରରୁ ୪୭୮୦୦ କୋଟି ଟଙ୍କା ଋଣ କରିବେ ବୋଲି ବଜେଟ୍‌ ପୁସ୍ତିକାରେ ସୂଚନା ଦିଆଯାଇଛି । ସେହିପରି ପ୍ରୋଭିଡେ଼ଣ୍ଟ ଫଣ୍ଡ ଓ ଅନ୍ୟାନ୍ୟ ସୂତ୍ରରୁ ୧୩୦୦୦ କୋଟି ଟଙ୍କା ସରକାର ଆହରଣ କରିବେ । ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟ ସରକାର ଆଗାମୀ ବର୍ଷ ନିଜସ୍ୱ ସୂତ୍ରରୁ ୭୦ ହଜାର କୋଟି ଟଙ୍କା ରାଜସ୍ୱ ପାଇବେ । ସେହିପରି ଅଣରାଜସ୍ୱ ସୂତ୍ରରୁ ୭୧ ହଜାର କୋଟି ଟଙ୍କା, କେନ୍ଦ୍ରୀୟ ଟିକସ ଅଂଶ ଓ କେନ୍ଦ୍ରୀୟଅନୁଦାନ ବାବଦରେ୧ଲକ୍ଷ ୭ ହଜାର କୋଟି ଟଙ୍କା ପାଇବେ ବୋଲି ଆକଳନ କରିଛନ୍ତି । ଏହାବ୍ୟତୀତ ଅଗ୍ରୀମ ସୂତ୍ରରୁ ୭୦୦ କୋଟି ଟଙ୍କା ପାଇବେ ବୋଲି ହିସାବ ରଖିଛନ୍ତି । 

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

 ୨୦୦୦ ମସିହାରେ ବିଜେଡି ସରକାର କ୍ଷମତାକୁ ଆସିବା ସମୟରେ ଓଡିଶାର ଋଣ ଭାର ୧୮ ହଜାର କୋଟି ଟଙ୍କା ଥିଲା । ୨୪ ବର୍ଷ ଭିତରେ ସରକାର ୭୮ ହଜାର କୋଟି ଟଙ୍କା ଋଣ କରିଥିଲେ। ୨୦୨୪ରେ ବିଜେଡି ସରକାର ଛାଡ଼ିବା ବେଳେ ରାଜ୍ୟର ଋଣ ଭାର ଥିଲା ୯୪ ହଜାର କୋଟି।  ରାଜ୍ୟରେ ବିଜେପି ସରକାର ଗଢ଼ିବା ପରେ ୨୦୨୪-୨୫ ଆର୍ଥିକ ବର୍ଷରେ ୪୩ ହଜାର କୋଟି ଟଙ୍କା ଋଣ କରିବାକୁ ନିଷ୍ପତ୍ତି ନେଇଥିଲେ ଓ ୨୦୨୫-୨୬ ଆର୍ଥିକ ବର୍ଷରେ ୪୭ ହଜାର କୋଟି ଋଣ କରିବାକୁ ବଜେଟରେ ବ୍ୟବସ୍ଥା କରିଥିଲେ। ଆଗାମୀ ଆର୍ଥିକ ବର୍ଷ ପାଇଁ ୪୮୭୦୦ କୋଟି ଟଙ୍କା ଋଣ କରିବାକୁ ବଜେଟରେ ସରକାର ଯୋଜନା କରିଛନ୍ତି ।  ଏକପକ୍ଷରେ ରାଜସ୍ୱ ଆୟ ବୃଦ୍ଧି ପାଉ ନ ଥିବା ସମୟରେ ଋଣଭାର ବୃଦ୍ଧି ରାଜ୍ୟ ଉପରେ ବୋଝ ହେବାକୁ ଯାଉଛି। 

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ଅର୍ଥନୀତି ବିଶାରଦମାନେ ରାଜ୍ୟ ସରକାରଙ୍କ ଏପରି କାର୍ଯ୍ୟକୁ ନେଇ ଉଦବେଗ  ପ୍ରକାଶ କରିଛନ୍ତି  । ଯଦି ସରକାର ବଜେଟ ପାଣ୍ଠି ଭଲ ଭାବେ ବ୍ୟୟ କରୁଛନ୍ତି ଏବଂ ତା ସହିତ ଋଣ କରୁଛନ୍ତି ତା ହେଲେ ବିକାଶ ତ୍ୱରାନ୍ୱିତ ହେବ। କିନ୍ତୁ ଚଳିତ ଆର୍ଥିକ ବର୍ଷରେ ବଜେଟ ବ୍ୟୟ ନୈରାଶ୍ୟଜନକ ରହିଥିବା ବେଳେ ପୂର୍ବାପେକ୍ଷା ଅଧିକ ଋଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ବିତ୍ତୀୟ ପରିଚାଳନାରେ ସମଗ୍ର ଦେଶରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ଆସୁଥିବା ଓଡିଶା ପୁଣି ୨୦୦୦ ମସିହା ପୂର୍ବକୁ ଫେରିଯିବ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରୁଛନ୍ତି । ହାତରେ ଧନ ନ ଥାଇ ପୁଅ ବାହାଘରକୁ ମନ କରିବା ପରି ଆବଶ୍ୟକ ଆୟ ସାଧନ ନ ଥିବା ସତ୍ତେ୍ୱ ସରକାର ମାଳମାଳ ଯୋଜନା କରି ଚାଲିଛନ୍ତି ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି ।

21 Feb 2026 By Madhusudan Das

ରାଜ୍ୟ ବଜେଟ୍ ୨୦୨୬-୨୭ରେ ୪୭,୮୦୦ କୋଟି ଟଙ୍କା ଋଣ କରିବେ ସରକାର

ଭୁବନେଶ୍ୱର: ବିଧାନସଭାରେ ମୁଖ୍ୟମନ୍ତ୍ରୀ ଗତକାଲି ଉପସ୍ଥାପନ କରିଛନ୍ତି ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ । ଏଥିରେ ଅନେକ ନୂଆ ଯୋଜନା ପ୍ରଣୟନ କରିଛନ୍ତି, ବିଭିନ୍ନ କାର୍ଯ୍ୟକ୍ରମ ପ୍ରଚଳନ ପାଇଁ ପ୍ରସ୍ତାବ ରଖିଛନ୍ତି । ମାତ୍ର ଏହି ଯୋଜନା ଓ କାର୍ଯ୍ୟକ୍ରମ ପାଇଁ ସରକାରଙ୍କ ପାଖରେ ଧନ ନାହିଁ । ରାଜ୍ୟ ସରକାରଙ୍କ ପ୍ରଶାସନିକ ଖର୍ଚ୍ଚ ଅର୍ଥାତ୍‌ ସରକାରୀ କର୍ମଚାରୀଙ୍କ ଦରମା, ପେନସନ ଓ ଅନ୍ୟାନ୍ୟ ବ୍ୟୟ ପାଇଁ ସରକାର ୧.୯୧ ଲକ୍ଷ କୋଟି ଟଙ୍କା ବରାଦ କରିଛନ୍ତି । ବିଡ଼ମ୍ବନା ହେଉଛି ଏତିକି ବ୍ୟୟ ପାଇଁ ସରକାରଙ୍କ ପାଖରେ ବି ଧନ ନାହିଁ । ନିଜସ୍ୱ ରାଜସ୍ୱ ଓ ଅଣରାଜସ୍ୱ ଆୟରୁ ମାତ୍ର ୧.୪୧ ଲକ୍ଷ କୋଟି ଆୟ ହୋଇପାରିବ ବୋଲି ସରକାର ଆକଳନ କରିଛନ୍ତି । ଅନୁରୂପ ଭାବରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଅନୁଦାନ ବାବଦରେ ସରକାର ୪୦୦୩୯ କୋଟି ଟଙ୍କା ଓ ଟିକସ ଅଂଶ ଭାବରେ ୬୭୪୬୦ କୋଟି ଟଙ୍କା ମିଳିିବ । ତେଣୁ ସବୁ ମିଶାଣ ଫେଡ଼ାଣ ପରେ ବଜେଟ ନିଅଣ୍ଟ ପ୍ରାୟ ୬୦ ହଜାର କୋଟି ଟଙ୍କା ହେବ ଏବଂ ଏହି ଅର୍ଥକୁ ଋଣ ଓ ଅନ୍ୟାନ୍ୟ ସୂତ୍ରରୁ ଭରଣା କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ଆସନ୍ତା ଆର୍ଥିକ ବର୍ଷରେ ସରକାର ଖୋଲାବଜାର ଓ ଅନ୍ୟାନ୍ୟ ସୂତ୍ରରୁ ୪୭୮୦୦ କୋଟି ଟଙ୍କା ଋଣ କରିବେ ବୋଲି ବଜେଟ୍‌ ପୁସ୍ତିକାରେ ସୂଚନା ଦିଆଯାଇଛି । ସେହିପରି ପ୍ରୋଭିଡେ଼ଣ୍ଟ ଫଣ୍ଡ ଓ ଅନ୍ୟାନ୍ୟ ସୂତ୍ରରୁ ୧୩୦୦୦ କୋଟି ଟଙ୍କା ସରକାର ଆହରଣ କରିବେ । ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟ ସରକାର ଆଗାମୀ ବର୍ଷ ନିଜସ୍ୱ ସୂତ୍ରରୁ ୭୦ ହଜାର କୋଟି ଟଙ୍କା ରାଜସ୍ୱ ପାଇବେ । ସେହିପରି ଅଣରାଜସ୍ୱ ସୂତ୍ରରୁ ୭୧ ହଜାର କୋଟି ଟଙ୍କା, କେନ୍ଦ୍ରୀୟ ଟିକସ ଅଂଶ ଓ କେନ୍ଦ୍ରୀୟଅନୁଦାନ ବାବଦରେ୧ଲକ୍ଷ ୭ ହଜାର କୋଟି ଟଙ୍କା ପାଇବେ ବୋଲି ଆକଳନ କରିଛନ୍ତି । ଏହାବ୍ୟତୀତ ଅଗ୍ରୀମ ସୂତ୍ରରୁ ୭୦୦ କୋଟି ଟଙ୍କା ପାଇବେ ବୋଲି ହିସାବ ରଖିଛନ୍ତି । 

 ୨୦୦୦ ମସିହାରେ ବିଜେଡି ସରକାର କ୍ଷମତାକୁ ଆସିବା ସମୟରେ ଓଡିଶାର ଋଣ ଭାର ୧୮ ହଜାର କୋଟି ଟଙ୍କା ଥିଲା । ୨୪ ବର୍ଷ ଭିତରେ ସରକାର ୭୮ ହଜାର କୋଟି ଟଙ୍କା ଋଣ କରିଥିଲେ। ୨୦୨୪ରେ ବିଜେଡି ସରକାର ଛାଡ଼ିବା ବେଳେ ରାଜ୍ୟର ଋଣ ଭାର ଥିଲା ୯୪ ହଜାର କୋଟି।  ରାଜ୍ୟରେ ବିଜେପି ସରକାର ଗଢ଼ିବା ପରେ ୨୦୨୪-୨୫ ଆର୍ଥିକ ବର୍ଷରେ ୪୩ ହଜାର କୋଟି ଟଙ୍କା ଋଣ କରିବାକୁ ନିଷ୍ପତ୍ତି ନେଇଥିଲେ ଓ ୨୦୨୫-୨୬ ଆର୍ଥିକ ବର୍ଷରେ ୪୭ ହଜାର କୋଟି ଋଣ କରିବାକୁ ବଜେଟରେ ବ୍ୟବସ୍ଥା କରିଥିଲେ। ଆଗାମୀ ଆର୍ଥିକ ବର୍ଷ ପାଇଁ ୪୮୭୦୦ କୋଟି ଟଙ୍କା ଋଣ କରିବାକୁ ବଜେଟରେ ସରକାର ଯୋଜନା କରିଛନ୍ତି ।  ଏକପକ୍ଷରେ ରାଜସ୍ୱ ଆୟ ବୃଦ୍ଧି ପାଉ ନ ଥିବା ସମୟରେ ଋଣଭାର ବୃଦ୍ଧି ରାଜ୍ୟ ଉପରେ ବୋଝ ହେବାକୁ ଯାଉଛି। 

ଅର୍ଥନୀତି ବିଶାରଦମାନେ ରାଜ୍ୟ ସରକାରଙ୍କ ଏପରି କାର୍ଯ୍ୟକୁ ନେଇ ଉଦବେଗ  ପ୍ରକାଶ କରିଛନ୍ତି  । ଯଦି ସରକାର ବଜେଟ ପାଣ୍ଠି ଭଲ ଭାବେ ବ୍ୟୟ କରୁଛନ୍ତି ଏବଂ ତା ସହିତ ଋଣ କରୁଛନ୍ତି ତା ହେଲେ ବିକାଶ ତ୍ୱରାନ୍ୱିତ ହେବ। କିନ୍ତୁ ଚଳିତ ଆର୍ଥିକ ବର୍ଷରେ ବଜେଟ ବ୍ୟୟ ନୈରାଶ୍ୟଜନକ ରହିଥିବା ବେଳେ ପୂର୍ବାପେକ୍ଷା ଅଧିକ ଋଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ବିତ୍ତୀୟ ପରିଚାଳନାରେ ସମଗ୍ର ଦେଶରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ଆସୁଥିବା ଓଡିଶା ପୁଣି ୨୦୦୦ ମସିହା ପୂର୍ବକୁ ଫେରିଯିବ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରୁଛନ୍ତି । ହାତରେ ଧନ ନ ଥାଇ ପୁଅ ବାହାଘରକୁ ମନ କରିବା ପରି ଆବଶ୍ୟକ ଆୟ ସାଧନ ନ ଥିବା ସତ୍ତେ୍ୱ ସରକାର ମାଳମାଳ ଯୋଜନା କରି ଚାଲିଛନ୍ତି ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର