ରାଜ୍ୟ ପାଇଁ ଲଜ୍ଜା: ଖେଳାଳିଙ୍କୁ ମିଳିଲାନି ଉପଯୁକ୍ତ ସମ୍ମାନ, ଟ୍ରେନ୍ ଟଏଲଟ୍ ପାଖରେ ବସି ଯାତ୍ରା କଲେ ଓଡ଼ିଶାର ସ୍କୁଲ୍ ଛାତ୍ରଛାତ୍ରୀ...

ଭିଡିଓ ଭାଇରାଲ୍ ପରେ ତଦନ୍ତ ନିର୍ଦ୍ଦେଶ

Deviprasad Mohanty Picture
Published On

ଭୁବନେଶ୍ୱର: ରାଜ୍ୟ ପାଇଁ ଗୌରବ ଆଣିବାକୁ ଯାଇଥିବା ଖେଳାଳିଙ୍କୁ ମିଳିଲାନି ଉପଯୁକ୍ତ ସମ୍ମାନ। ଜାତୀୟ ସ୍ତରର ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯାଉଥିବା ଓଡ଼ିଶାର ସ୍କୁଲ୍ ଛାତ୍ରଛାତ୍ରୀମାନେ ଟ୍ରେନ୍ ଯାତ୍ରା ସମୟରେ ଅବହେଳାର ଶିକାର ହୋଇଛନ୍ତି। ଉତ୍ତରପ୍ରଦେଶକୁ ସ୍କୁଲ ଗେମ୍ ଖେଳିବା ପାଇଁ ଯାତ୍ରା କରୁଥିବା ବେଳେ ଟିକେଟ୍ କନଫର୍ମ ନ ହେବାରୁ ଖେଳାଳିମାନେ ଟ୍ରେନ୍‌ର ଶୌଚାଳୟ (ଟଏଲଟ୍) ପାଖରେ ବସି ଯାତ୍ରା କରିଥିବା ଦେଖିବାକୁ ମିଳିଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ନ୍ୟାସନାଲ୍ ଗେମ୍ ପାଇଁ ଯାଉଥିବା ରାଜ୍ୟର କ୍ରୀଡ଼ା ଭବିଷ୍ୟତଙ୍କ ଏଭଳି କଦର୍ଯ୍ୟ ଟ୍ରେନ୍ ଯାତ୍ରାକୁ ନେଇ ସବୁ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

ସୂଚନା ଅନୁଯାୟୀ, ଜାତୀୟ କୁସ୍ତି ଚାମ୍ପିଅନସିପ୍ ଖେଳିବା ପାଇଁ ଏହି ଖେଳାଳିମାନେ ଉତ୍ତରପ୍ରଦେଶ ଯାଇଥିଲେ। କିନ୍ତୁ କନଫର୍ମ ଟିକେଟ୍ ନ ମିଳିବାରୁ ସେମାନେ ଯିବା ସମୟରେ ଏବଂ ଫେରିବା ସମୟରେ ଟ୍ରେନ୍ ଟଏଲଟ୍ ପାଖରେ ବସି ଯାତ୍ରା କରିବାକୁ ବାଧ୍ୟ ହୋଇଥିଲେ। ରାଜ୍ୟ ସ୍କୁଲ କୁସ୍ତିଯୋଦ୍ଧାଙ୍କ ଏହି ଦୁର୍ଦ୍ଦଶାର ଚିତ୍ର ସାମ୍ନାକୁ ଆସିବା ପରେ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ଗଣଶିକ୍ଷା ବିଭାଗ ତତ୍ପର ହୋଇଉଠିଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ରାଉରକେଲା ଅବକାରୀ ଅଧୀକ୍ଷକ: ୫ ଲକ୍ଷ ଟଙ୍କାର ଲାଞ୍ଚ ଜବତ

ଗଣଶିକ୍ଷା ମନ୍ତ୍ରୀ ଏନେଇ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ବିଷୟଟି ତାଙ୍କ ନଜରକୁ ଆସିଛି ଏବଂ ସରକାର ଏହାର ସତ୍ୟାସତ୍ୟ ଅନୁଧ୍ୟାନ କରିବେ। କେଉଁ ପରିସ୍ଥିତିରେ ଖେଳାଳିଙ୍କୁ ଏଭଳି ଭାବେ ନିଆଗଲା, ସେ ନେଇ ତଦନ୍ତ କରାଯିବ। ତଦନ୍ତ ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ବ୍ରିକ୍ସ ସମ୍ମିଳନୀରେ ମହକିବ ଓଡ଼ିଶାର କୋରାପୁଟ କଫି: ବିଦେଶୀ ଅତିଥି ଚାଖିବେ 'ଟାଇଗର ବ୍ରାଇଟ୍'

ଅନ୍ୟପକ୍ଷରେ, ଭାଇରାଲ୍ ଭିଡିଓ ଦେଖିବା ପରେ ଅତିରିକ୍ତ ଗଣଶିକ୍ଷା ସଚିବ ତୁରନ୍ତ ପଦକ୍ଷେପ ନେଇଛନ୍ତି। ଘଟଣାର ତଦନ୍ତ କରି ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ଲେଖାଯାଇଛି। ଆସନ୍ତାକାଲି ସୁଦ୍ଧା ଗଣଶିକ୍ଷା ସଚିବଙ୍କ ନିକଟରେ ଏହି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର