ରାଜ୍ୟରୁ କେବେ ଉଠିବ ଆଉଟ୍ ସୋର୍ସିଂ; 'ଶୌଚାଳୟ ଠାରୁ ଆରମ୍ଭ କରି ସରକାର ପର୍ଯ୍ୟନ୍ତ ସବୁକିଛି ଚାଲିଛି ଆଉଟ୍ ସୋର୍ସିଂରେ'

Deviprasad Mohanty Picture
Published On

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କାର୍ଯ୍ୟଧାରାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠାଇଛି କଂଗ୍ରେସ। ଶୌଚାଳୟ ଠାରୁ ଆରମ୍ଭ କରି ସରକାର ପର୍ଯ୍ୟନ୍ତ, ସବୁକିଛି ଆଉଟ୍ ସୋର୍ସିଂ (Outsourcing) ଜରିଆରେ ଚାଲିଥିବା ନେଇ ଅଭିଯୋଗ ଆଣିଛନ୍ତି ଜାତୀୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଡ. ସ୍ମୃତି ରଞ୍ଜନ ଲେଙ୍କା। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ଓସେପା (OSEPA) ନିଯୁକ୍ତିରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ଡ. ଲେଙ୍କା ଅଭିଯୋଗ କରିଛନ୍ତି ଯେ, ଓସେପାରେ ବଡ଼ ଧରଣର କେଳେଙ୍କାରୀ ହୋଇଛି। ଆଉଟ୍ ସୋର୍ସିଂ ନିମନ୍ତେ ମୋଟ ୧୧୦ଟି କମ୍ପାନୀ ଆବେଦନ କରିଥିବା ବେଳେ ରାଜ୍ୟ ସରକାର ମୋଟ ୨୧ଟି କମ୍ପାନୀକୁ ଦାୟିତ୍ୱ ଦେଇଛନ୍ତି। ତେବେ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି, ଏହି ୨୧ଟି କମ୍ପାନୀ ମଧ୍ୟରୁ ୧୭ଟି କମ୍ପାନୀ ରାଜ୍ୟ ବାହାରର। ରାଜ୍ୟ ସରକାରଙ୍କ ଗୋଚରରେ ଏଭଳି କାମ ହୋଇଥିବା ସେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

କଂଗ୍ରେସ ନେତା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଚୟନ ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ କରାଯାଇ ନାହିଁ। କିଛି ବ୍ଲାକ୍ ଲିଷ୍ଟେଡ୍ (କଳା ତାଲିକାଭୁକ୍ତ) କମ୍ପାନୀକୁ ମଧ୍ୟ ସରକାର ଦାୟିତ୍ୱ ପ୍ରଦାନ କରିଛନ୍ତି। ଏହା ଦ୍ୱାରା ରାଜ୍ୟର ଧନ୍ଦାମୂଳକ ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କ ଭବିଷ୍ୟତକୁ ସରକାର ଅନ୍ଧାରକୁ ଠେଲି ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

କୁଆଡେ ଗଲା ଓଡ଼ିଆ ଅସ୍ମିତା?

ନିର୍ବାଚନ ସମୟରେ ଓଡ଼ିଆ ଅସ୍ମିତାର ଦ୍ୱାହି ଦେଉଥିବା ସରକାର ଏବେ କାହିଁକି ଚୁପ୍ ବୋଲି ଡ. ଲେଙ୍କା ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, "ଓଡ଼ିଆ ଅସ୍ମିତା ନାଁରେ ସରକାର କେବଳ ରାଜନୀତି କରୁଛନ୍ତି, କିନ୍ତୁ ବାସ୍ତବରେ ଓଡ଼ିଆ ପିଲାଙ୍କ ହକ୍ ମାରି ବାହାର ରାଜ୍ୟର କମ୍ପାନୀକୁ ପୋଷୁଛନ୍ତି।" ଏହି ଦୁର୍ନୀତିର ଉଚିତ୍ ତଦନ୍ତ ଦାବି କରିଛି ଯୁବ କଂଗ୍ରେସ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର