ଆଇନଜୀବୀ ମାନେ ଜିଏସଟି ଓ ସେବା ଟିକସ ପରିସରଭୁକ୍ତ ନୁହନ୍ତି : ହାଇକୋର୍ଟ

The Sakala Picture
Published On

କଟକ: ବ୍ୟକ୍ତିଗତ ଭାବେ ଓକିଲାତି କରୁଥିବା ଆଇନଜୀବୀ ମାନଙ୍କୁ ଜିଏସଟି କିମ୍ବା ସେବା ଟିକସ ପରିଭୁକ୍ତ କରାଯାଇପାରିବ ନାହିଁ । ଏହି ଆଇନଜୀବୀ ମାନେ ସେମାନଙ୍କ ଆଇନ ପେସାରୁ କରୁଥିବା ଆୟ ଉପରେ ଜିଏସଟି କିମ୍ବା ଆୟକର ପ୍ରଦାନରୁ ମୁକ୍ତ ବୋଲି ହାଇକୋର୍ଟ କହିଛନ୍ତି। ଭୁବନେଶ୍ୱର ନିବାସୀ ଜନୈକ ଆଇନଜୀବୀଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ରାୟ […]

କଟକ: ବ୍ୟକ୍ତିଗତ ଭାବେ ଓକିଲାତି କରୁଥିବା ଆଇନଜୀବୀ ମାନଙ୍କୁ ଜିଏସଟି କିମ୍ବା ସେବା ଟିକସ ପରିଭୁକ୍ତ କରାଯାଇପାରିବ ନାହିଁ । ଏହି ଆଇନଜୀବୀ ମାନେ ସେମାନଙ୍କ ଆଇନ ପେସାରୁ କରୁଥିବା ଆୟ ଉପରେ ଜିଏସଟି କିମ୍ବା ଆୟକର ପ୍ରଦାନରୁ ମୁକ୍ତ ବୋଲି ହାଇକୋର୍ଟ କହିଛନ୍ତି। ଭୁବନେଶ୍ୱର ନିବାସୀ ଜନୈକ ଆଇନଜୀବୀଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ରାୟ ପ୍ରଦାନ କରିଛନ୍ତି। ଏଥିସହ ଆବେଦନକାରୀଙ୍କୁ ଭୁବନେଶ୍ୱର ଜିଏସଟି ଅଧୀକ୍ଷକଙ୍କ ପକ୍ଷରୁ ୨୦୨୧ଏପ୍ରିଲ୧୫ରେ ପ୍ରଦାନ କରାଯାଇଥିବା ୨ଲକ୍ଷ୧୪ହଜାର୬୦୦ଟଙ୍କାର ସେବା କର ଆଦାୟ ନୋଟିସ ଓ ୨୦୨୫ଜାନୁଆରି୨୮ର ୨,୩୪୬୦୦ଟଙ୍କାର ଜରିମାନା ଯୁକ୍ତ କର ପଇଠ ବାବଦ ନୋଟିସକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ଅନ୍ୟପଟରେ, ଗତ ୨୦୧୮-୧୯ ଓ ୨୦୨୦-୨୧ ବର୍ଷ ପାଇଁ ଆବେଦନକାରୀ ନିଜର ଗୃହ ସମ୍ପତ୍ତିରୁ କରିଥିବା ଆୟ ଦର୍ଶାଇଥିବାରୁ ଏହି ଆୟ ଉପରେ ସମ୍ପୃକ୍ତ ବିଭାଗ ଆଇନ ଅନୁସାରେ ଟିକସ ଆଦାୟ କରିପାରିବ ବୋଲି କହିଛନ୍ତି ଖଣ୍ଡପୀଠ। ବ୍ୟକ୍ତିଗତ ତଥା ସ୍ୱାଧିନ ଭାବେ ଓକିଲାତି କରୁଥିବା ଆଇନଜୀବୀ ମାନଙ୍କୁ ଜିଏସଟି ନୋଟିସ ନେଇ ୨୦୨୧ମାର୍ଚ୍ଚ୩୧ରେ ହାଇକୋର୍ଟ ମଧ୍ୟ ଉଦବେଗ ପ୍ରକାଶ କରିଥିଲେ। ଅଯଥାରେ ଏଭଳି ନୋଟିସ ପଠାଇ ନିର୍ଯାତନା ନଦେବାକୁ ସେହି ସମୟରେ ହାଇକୋର୍ଟ କହିଥିଲେ। ଏହି ଆଧାରରେ ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ମଧ୍ୟ ଜାରି ହୋଇଥିବା ନେଇ ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

30 Apr 2025 By The Sakala

ଆଇନଜୀବୀ ମାନେ ଜିଏସଟି ଓ ସେବା ଟିକସ ପରିସରଭୁକ୍ତ ନୁହନ୍ତି : ହାଇକୋର୍ଟ

କଟକ: ବ୍ୟକ୍ତିଗତ ଭାବେ ଓକିଲାତି କରୁଥିବା ଆଇନଜୀବୀ ମାନଙ୍କୁ ଜିଏସଟି କିମ୍ବା ସେବା ଟିକସ ପରିଭୁକ୍ତ କରାଯାଇପାରିବ ନାହିଁ । ଏହି ଆଇନଜୀବୀ ମାନେ ସେମାନଙ୍କ ଆଇନ ପେସାରୁ କରୁଥିବା ଆୟ ଉପରେ ଜିଏସଟି କିମ୍ବା ଆୟକର ପ୍ରଦାନରୁ ମୁକ୍ତ ବୋଲି ହାଇକୋର୍ଟ କହିଛନ୍ତି। ଭୁବନେଶ୍ୱର ନିବାସୀ ଜନୈକ ଆଇନଜୀବୀଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ରାୟ ପ୍ରଦାନ କରିଛନ୍ତି। ଏଥିସହ ଆବେଦନକାରୀଙ୍କୁ ଭୁବନେଶ୍ୱର ଜିଏସଟି ଅଧୀକ୍ଷକଙ୍କ ପକ୍ଷରୁ ୨୦୨୧ଏପ୍ରିଲ୧୫ରେ ପ୍ରଦାନ କରାଯାଇଥିବା ୨ଲକ୍ଷ୧୪ହଜାର୬୦୦ଟଙ୍କାର ସେବା କର ଆଦାୟ ନୋଟିସ ଓ ୨୦୨୫ଜାନୁଆରି୨୮ର ୨,୩୪୬୦୦ଟଙ୍କାର ଜରିମାନା ଯୁକ୍ତ କର ପଇଠ ବାବଦ ନୋଟିସକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି ।

ଅନ୍ୟପଟରେ, ଗତ ୨୦୧୮-୧୯ ଓ ୨୦୨୦-୨୧ ବର୍ଷ ପାଇଁ ଆବେଦନକାରୀ ନିଜର ଗୃହ ସମ୍ପତ୍ତିରୁ କରିଥିବା ଆୟ ଦର୍ଶାଇଥିବାରୁ ଏହି ଆୟ ଉପରେ ସମ୍ପୃକ୍ତ ବିଭାଗ ଆଇନ ଅନୁସାରେ ଟିକସ ଆଦାୟ କରିପାରିବ ବୋଲି କହିଛନ୍ତି ଖଣ୍ଡପୀଠ। ବ୍ୟକ୍ତିଗତ ତଥା ସ୍ୱାଧିନ ଭାବେ ଓକିଲାତି କରୁଥିବା ଆଇନଜୀବୀ ମାନଙ୍କୁ ଜିଏସଟି ନୋଟିସ ନେଇ ୨୦୨୧ମାର୍ଚ୍ଚ୩୧ରେ ହାଇକୋର୍ଟ ମଧ୍ୟ ଉଦବେଗ ପ୍ରକାଶ କରିଥିଲେ। ଅଯଥାରେ ଏଭଳି ନୋଟିସ ପଠାଇ ନିର୍ଯାତନା ନଦେବାକୁ ସେହି ସମୟରେ ହାଇକୋର୍ଟ କହିଥିଲେ। ଏହି ଆଧାରରେ ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ମଧ୍ୟ ଜାରି ହୋଇଥିବା ନେଇ ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର