ଚଳିତ ବର୍ଷ ୪ଥର ପଞ୍ଚଗ୍ରହ କୂଟ: ସରଗରମ ରହିବ ରାଜ୍ୟ ରାଜନୀତି; ସମୟ ଉପଯୋଗୀ ବୃଷ୍ଟିପାତ ଓ ଉତ୍ତମ ଫସଲ ଉତ୍ପାଦନ

The Sakala Picture
Published On

ପୁରୀ: ସୌରମାସ ଗଣନା ଅନୁସାରେ ସୋମବାର ମହାବିଷୁବ ସଂକ୍ରାନ୍ତିରୁ ଆରମ୍ଭ ହୋଇଛି ଓଡ଼ିଆ ନୂଆବର୍ଷ ଓ ମେଷ ମାସ। ଦୋଳ ପୂର୍ଣ୍ଣିମାରେ ଦୋଳଗୋବିନ୍ଦଙ୍କ ନିକଟରେ ସମର୍ପଣ ହୋଇଥିବା ପାଞ୍ଜି ଆଜିଠାରୁ ପ୍ରଚଳନ ଆରମ୍ଭ ହୋଇଛି। ଚଳିତ ବର୍ଷ ରାଜ୍ୟରେ ସମୟୋପଯୋଗୀ ବୃଷ୍ଟିପାତ ହେବ ଓ ଉତ୍ତମ ଫସଲ ଉତ୍ପାଦନ ହେବ ବୋଲି ପାଞ୍ଜିକାରମାନେ ଭବିଷ୍ୟବାଣୀ କରିଛନ୍ତି। ପ୍ରଚଳନ ହୋଇଛି ନୂଆ ପଞ୍ଜିକା ଗ୍ରହମାନଙ୍କ ଅବସ୍ଥିତିରୁ ଚଳିତବର୍ଷର୍ ବୃହଷ୍ପତି ରାଜା ଓ ରବି ମନ୍ତ୍ରୀ ରହିଛନ୍ତି। ପୁରୋହିତ ଅଛନ୍ତି […]

ପୁରୀ: ସୌରମାସ ଗଣନା ଅନୁସାରେ ସୋମବାର ମହାବିଷୁବ ସଂକ୍ରାନ୍ତିରୁ ଆରମ୍ଭ ହୋଇଛି ଓଡ଼ିଆ ନୂଆବର୍ଷ ଓ ମେଷ ମାସ। ଦୋଳ ପୂର୍ଣ୍ଣିମାରେ ଦୋଳଗୋବିନ୍ଦଙ୍କ ନିକଟରେ ସମର୍ପଣ ହୋଇଥିବା ପାଞ୍ଜି ଆଜିଠାରୁ ପ୍ରଚଳନ ଆରମ୍ଭ ହୋଇଛି। ଚଳିତ ବର୍ଷ ରାଜ୍ୟରେ ସମୟୋପଯୋଗୀ ବୃଷ୍ଟିପାତ ହେବ ଓ ଉତ୍ତମ ଫସଲ ଉତ୍ପାଦନ ହେବ ବୋଲି ପାଞ୍ଜିକାରମାନେ ଭବିଷ୍ୟବାଣୀ କରିଛନ୍ତି।

ଆହୁରି ପଢ଼ନ୍ତୁ: ପୁରୀ ପେଣ୍ଠକଟାରେ ଚାଞ୍ଚଲ୍ୟ, ଧାରୁଆ ଅସ୍ତ୍ରରେ ହାଣି ଯୁବକଙ୍କୁ ନିର୍ମମ ହତ୍ୟା

ପ୍ରଚଳନ ହୋଇଛି ନୂଆ ପଞ୍ଜିକା

ଆହୁରି ପଢ଼ନ୍ତୁ: ବିଜୁ ବାବୁଙ୍କୁ ବିଜେପି ସାଂସଦଙ୍କ ଅପମାନ: ସାରା ରାଜ୍ୟରେ ପ୍ରତିକ୍ରିୟା; ବିଜେଡିର ତୀବ୍ର ପ୍ରତିବାଦ

ଗ୍ରହମାନଙ୍କ ଅବସ୍ଥିତିରୁ ଚଳିତବର୍ଷର୍ ବୃହଷ୍ପତି ରାଜା ଓ ରବି ମନ୍ତ୍ରୀ ରହିଛନ୍ତି। ପୁରୋହିତ ଅଛନ୍ତି ବୁଧ। ତେଣୁ ସୁବୃଷ୍ଟି ଯୋଗୁଁ ଉତ୍ତମ ଶସ୍ୟ ଉତ୍ପାଦନ ହେବ ଓ ଶିଳ୍ପ କ୍ଷେତ୍ରରେ ଉନ୍ନତି ଘଟିବ। ମାତ୍ର ଶନିଙ୍କ ଅବସ୍ଥିତି ଯୋଗୁଁ ରାଜ୍ୟରେ ବନ୍ୟା ଓ ବାତ୍ୟା ଭୟ, ପାରସ୍ପରିକ କଳହ, ଭୂକମ୍ପ ଆଶଙ୍କା ରହିଛି। ଅନୁରୂପ ଭାବରେ ମଙ୍ଗଳଙ୍କ ଅବସ୍ଥିତି ଯୋଗୁୁଁ ରାଜା ଓ ପ୍ରଜା ମଧ୍ୟରେ ଅବିଶ୍ୱାସର ବାତାବରଣ ସୃଷ୍ଟି ହେବ।

ଆହୁରି ପଢ଼ନ୍ତୁ: ସରକାର ଓ ପୁଲିସ ବିରୋଧରେ ସାଂଘାତିକ ଅଭିଯୋଗ: 'କ୍ରସ୍‌ ଭୋଟିଂ ନ କରିବାରୁ ବିଜେଡି ବିଧାୟିକାଙ୍କୁ ନିର୍ଯାତନା'

ଜ୍ୟୋତିର୍ବିଦ୍‌ ଡ. ନରେଶ ଚନ୍ଦ୍ର ଦାଶ କହିଛନ୍ତି ଯେ ଆମ ଦେଶ ପାଇଁ ଏହି ବର୍ଷଟି ଶୁଭଦାୟକ ହେବାର ସମ୍ଭାବନା ଅଛି। ଭାରତରେ ଧାର୍ମିକ ଭାବନା ଓ ଧର୍ମକାର୍ଯ୍ୟ ବୃଦ୍ଧି ପାଇବ। ଦେଶର ଅର୍ଥ ବ୍ୟବସ୍ଥାରେ ବିଶେଷ ଉନ୍ନତି ଘଟିବ। ଅନ୍ତରୀକ୍ଷ ବିଜ୍ଞାନ କ୍ଷେତ୍ରରେ ଅଗ୍ରଗତି ଘଟିବ। ପୂର୍ବୋତ୍ତର କ୍ଷେତ୍ରରେ ଭୂକମ୍ପ, ମୃତ୍ତିକା ସ୍ଖଳନାଦି ବିପର୍ଯ୍ୟୟ ଘଟିବ। ଦେଶର ସୁରକ୍ଷା ପ୍ରତି ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବେ। ଦେଶର ସୀମାନ୍ତରେ ସୈନ୍ୟମାନେ ସଜାଗ ହୋଇ ଅନୁପ୍ରବେଶକାରୀଙ୍କୁ ଦୃଢ ହସ୍ତରେ ଦମନ କରିବେ। ସେହିପରି ଉପକୂଳବର୍ତ୍ତୀ ଅଞ୍ଚଳରେ ବାରମ୍ବାର ଲଘୁଚାପଜନିତ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବ। ରାଜ୍ୟରେ ରାଜନୈତିକ ବାତାବରଣ ସରଗରମ ରହିବ। ଶିଳ୍ପ ଓ ଉନ୍ନୟନ କ୍ଷେତ୍ରରେ ଆଶୁନୁରୂପ ଉନ୍ନତି ଘଟିବ। ଏ ବର୍ଷ ଚାରିଥର ପଞ୍ଚଗ୍ରହକୂଟ ଥିବାରୁ ବାରମ୍ବାର ରାସ୍ତା ଦୁର୍ଘଟଣା, ବ୍ୟୋମଯାନ ଦୁର୍ଘଟଣା, ଅଗ୍ନ୍ୟୁତ୍ପାତ, ଚୋରି, ଡକାୟତି ଓ ହିଂସା ଯୋଗୁ ଧନଜୀବନ ହାନିର ସମ୍ଭାବନା ରହିଛି। ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି ସରକାରଙ୍କର ସ୍ୱତନ୍ତ୍ର ଦୃଷ୍ଟି ରହିବ।

ଏ ସମ୍ବତ୍ସରରେ ମେଘଙ୍କର ନାମ ସମ୍ବର୍ତ୍ତକ। ତେଣୁ ସୁଜଳ ବୃଷ୍ଟି ଓ ଶସ୍ୟ ବୃଦ୍ଧି ସମ୍ଭାବନା ରହିଛି। ବର୍ଷ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅଗ୍ନି ହନୁମାନଙ୍କ ଲାଙ୍ଗୁଡ଼ରେ ରହିବେ, ଏଣୁ ବ୍ୟାପକ ଅଗ୍ନିଭୟ ଦେଖାଦେବ। ବିଶେଷକରି ଦକ୍ଷିଣ ପଶ୍ଚିମାଞ୍ଚଳରେ ଅଗ୍ନି ଭୟ ଅଧିକ ରହିବ। ଚଳିତବର୍ଷ ସମଗ୍ର ଭୂମଣ୍ଡଳକୁ ୨ଟି ସୂର୍ଯ୍ୟୋପରାଗ ଏବଂ ୨ଟି ଚନ୍ଦ୍ରଗ୍ରହଣ ସଂଘଟିତ ହେବ। ଭାରତ ବର୍ଷ ତଥା ଓଡ଼ିଶା ଭୂଭାଗକୁ କେବଳ ୨ଟି ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ୨୦୨୫ ସେପ୍ଟେମ୍ବର ୭ ତାରିଖ ଭାଦ୍ର ପୂର୍ଣ୍ଣିମାରେ ଏବଂ ୨୦୨୬ ମାର୍ଚ୍ଚ ୩ ତାରିଖ ଫାଲଗୁନ ପୂର୍ଣ୍ଣିମାରେ ଏହି ଚନ୍ଦ୍ରଗ୍ରହଣ ସଂଘଟିତ ହେବ।

15 Apr 2025 By The Sakala

ଚଳିତ ବର୍ଷ ୪ଥର ପଞ୍ଚଗ୍ରହ କୂଟ: ସରଗରମ ରହିବ ରାଜ୍ୟ ରାଜନୀତି; ସମୟ ଉପଯୋଗୀ ବୃଷ୍ଟିପାତ ଓ ଉତ୍ତମ ଫସଲ ଉତ୍ପାଦନ

ପୁରୀ: ସୌରମାସ ଗଣନା ଅନୁସାରେ ସୋମବାର ମହାବିଷୁବ ସଂକ୍ରାନ୍ତିରୁ ଆରମ୍ଭ ହୋଇଛି ଓଡ଼ିଆ ନୂଆବର୍ଷ ଓ ମେଷ ମାସ। ଦୋଳ ପୂର୍ଣ୍ଣିମାରେ ଦୋଳଗୋବିନ୍ଦଙ୍କ ନିକଟରେ ସମର୍ପଣ ହୋଇଥିବା ପାଞ୍ଜି ଆଜିଠାରୁ ପ୍ରଚଳନ ଆରମ୍ଭ ହୋଇଛି। ଚଳିତ ବର୍ଷ ରାଜ୍ୟରେ ସମୟୋପଯୋଗୀ ବୃଷ୍ଟିପାତ ହେବ ଓ ଉତ୍ତମ ଫସଲ ଉତ୍ପାଦନ ହେବ ବୋଲି ପାଞ୍ଜିକାରମାନେ ଭବିଷ୍ୟବାଣୀ କରିଛନ୍ତି।

ପ୍ରଚଳନ ହୋଇଛି ନୂଆ ପଞ୍ଜିକା

ଗ୍ରହମାନଙ୍କ ଅବସ୍ଥିତିରୁ ଚଳିତବର୍ଷର୍ ବୃହଷ୍ପତି ରାଜା ଓ ରବି ମନ୍ତ୍ରୀ ରହିଛନ୍ତି। ପୁରୋହିତ ଅଛନ୍ତି ବୁଧ। ତେଣୁ ସୁବୃଷ୍ଟି ଯୋଗୁଁ ଉତ୍ତମ ଶସ୍ୟ ଉତ୍ପାଦନ ହେବ ଓ ଶିଳ୍ପ କ୍ଷେତ୍ରରେ ଉନ୍ନତି ଘଟିବ। ମାତ୍ର ଶନିଙ୍କ ଅବସ୍ଥିତି ଯୋଗୁଁ ରାଜ୍ୟରେ ବନ୍ୟା ଓ ବାତ୍ୟା ଭୟ, ପାରସ୍ପରିକ କଳହ, ଭୂକମ୍ପ ଆଶଙ୍କା ରହିଛି। ଅନୁରୂପ ଭାବରେ ମଙ୍ଗଳଙ୍କ ଅବସ୍ଥିତି ଯୋଗୁୁଁ ରାଜା ଓ ପ୍ରଜା ମଧ୍ୟରେ ଅବିଶ୍ୱାସର ବାତାବରଣ ସୃଷ୍ଟି ହେବ।

ଜ୍ୟୋତିର୍ବିଦ୍‌ ଡ. ନରେଶ ଚନ୍ଦ୍ର ଦାଶ କହିଛନ୍ତି ଯେ ଆମ ଦେଶ ପାଇଁ ଏହି ବର୍ଷଟି ଶୁଭଦାୟକ ହେବାର ସମ୍ଭାବନା ଅଛି। ଭାରତରେ ଧାର୍ମିକ ଭାବନା ଓ ଧର୍ମକାର୍ଯ୍ୟ ବୃଦ୍ଧି ପାଇବ। ଦେଶର ଅର୍ଥ ବ୍ୟବସ୍ଥାରେ ବିଶେଷ ଉନ୍ନତି ଘଟିବ। ଅନ୍ତରୀକ୍ଷ ବିଜ୍ଞାନ କ୍ଷେତ୍ରରେ ଅଗ୍ରଗତି ଘଟିବ। ପୂର୍ବୋତ୍ତର କ୍ଷେତ୍ରରେ ଭୂକମ୍ପ, ମୃତ୍ତିକା ସ୍ଖଳନାଦି ବିପର୍ଯ୍ୟୟ ଘଟିବ। ଦେଶର ସୁରକ୍ଷା ପ୍ରତି ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବେ। ଦେଶର ସୀମାନ୍ତରେ ସୈନ୍ୟମାନେ ସଜାଗ ହୋଇ ଅନୁପ୍ରବେଶକାରୀଙ୍କୁ ଦୃଢ ହସ୍ତରେ ଦମନ କରିବେ। ସେହିପରି ଉପକୂଳବର୍ତ୍ତୀ ଅଞ୍ଚଳରେ ବାରମ୍ବାର ଲଘୁଚାପଜନିତ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବ। ରାଜ୍ୟରେ ରାଜନୈତିକ ବାତାବରଣ ସରଗରମ ରହିବ। ଶିଳ୍ପ ଓ ଉନ୍ନୟନ କ୍ଷେତ୍ରରେ ଆଶୁନୁରୂପ ଉନ୍ନତି ଘଟିବ। ଏ ବର୍ଷ ଚାରିଥର ପଞ୍ଚଗ୍ରହକୂଟ ଥିବାରୁ ବାରମ୍ବାର ରାସ୍ତା ଦୁର୍ଘଟଣା, ବ୍ୟୋମଯାନ ଦୁର୍ଘଟଣା, ଅଗ୍ନ୍ୟୁତ୍ପାତ, ଚୋରି, ଡକାୟତି ଓ ହିଂସା ଯୋଗୁ ଧନଜୀବନ ହାନିର ସମ୍ଭାବନା ରହିଛି। ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି ସରକାରଙ୍କର ସ୍ୱତନ୍ତ୍ର ଦୃଷ୍ଟି ରହିବ।

ଏ ସମ୍ବତ୍ସରରେ ମେଘଙ୍କର ନାମ ସମ୍ବର୍ତ୍ତକ। ତେଣୁ ସୁଜଳ ବୃଷ୍ଟି ଓ ଶସ୍ୟ ବୃଦ୍ଧି ସମ୍ଭାବନା ରହିଛି। ବର୍ଷ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅଗ୍ନି ହନୁମାନଙ୍କ ଲାଙ୍ଗୁଡ଼ରେ ରହିବେ, ଏଣୁ ବ୍ୟାପକ ଅଗ୍ନିଭୟ ଦେଖାଦେବ। ବିଶେଷକରି ଦକ୍ଷିଣ ପଶ୍ଚିମାଞ୍ଚଳରେ ଅଗ୍ନି ଭୟ ଅଧିକ ରହିବ। ଚଳିତବର୍ଷ ସମଗ୍ର ଭୂମଣ୍ଡଳକୁ ୨ଟି ସୂର୍ଯ୍ୟୋପରାଗ ଏବଂ ୨ଟି ଚନ୍ଦ୍ରଗ୍ରହଣ ସଂଘଟିତ ହେବ। ଭାରତ ବର୍ଷ ତଥା ଓଡ଼ିଶା ଭୂଭାଗକୁ କେବଳ ୨ଟି ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ୨୦୨୫ ସେପ୍ଟେମ୍ବର ୭ ତାରିଖ ଭାଦ୍ର ପୂର୍ଣ୍ଣିମାରେ ଏବଂ ୨୦୨୬ ମାର୍ଚ୍ଚ ୩ ତାରିଖ ଫାଲଗୁନ ପୂର୍ଣ୍ଣିମାରେ ଏହି ଚନ୍ଦ୍ରଗ୍ରହଣ ସଂଘଟିତ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର