ବଦଳୁଛି ନିବେଶ ତରିକା; ବ୍ୟାଙ୍କ ସ୍ଥାନ ନେଉଛି ସେୟାର ବଜାର

The Sakala Picture
Published On

ନୂଆଦିଲ୍ଲୀ:  ଦିନ ଥିଲା ଲୋକେ ବ୍ୟାଙ୍କରେ ଅର୍ଥ ଜମା କରି ଭଲ ଦି ପଇସା ସୁଧ ନେଉଥିଲେ। ହେଲେ ବ୍ୟାଙ୍କ ସୁଧ ହାର ଏବେ ଖୁବ୍‌ କମ୍‌ ରହିଛି। ଯାହାଫଳରେ ଲୋକେ ବ୍ୟାଙ୍କରେ ଟଙ୍କା ରଖିବାକୁ ଆଉ ପୂର୍ବଭଳି ଆଗ୍ରହ ପ୍ରକାଶ କରୁନାହଁାନ୍ତି। ଏବେ ସମୟ ବଦଳିବା ସହ ନିବେଶର ତରିକା ମଧ୍ୟ ବଦଳିଛି। ବ୍ୟାଙ୍କର ସ୍ଥାନ ନେଇଛି ସେୟାର ବଜାର। ବର୍ତ୍ତମାନ ସମୟରେ ଲୋକେ ବ୍ୟାଙ୍କରେ ଟଙ୍କା ଜମା କରିବା ପରିବର୍ତ୍ତେ ବଜାର-ସଂଯୁକ୍ତ (ମାର୍କେଟ୍‌ ଲିଙ୍କଡ୍‌) […]

ନୂଆଦିଲ୍ଲୀ:  ଦିନ ଥିଲା ଲୋକେ ବ୍ୟାଙ୍କରେ ଅର୍ଥ ଜମା କରି ଭଲ ଦି ପଇସା ସୁଧ ନେଉଥିଲେ। ହେଲେ ବ୍ୟାଙ୍କ ସୁଧ ହାର ଏବେ ଖୁବ୍‌ କମ୍‌ ରହିଛି। ଯାହାଫଳରେ ଲୋକେ ବ୍ୟାଙ୍କରେ ଟଙ୍କା ରଖିବାକୁ ଆଉ ପୂର୍ବଭଳି ଆଗ୍ରହ ପ୍ରକାଶ କରୁନାହଁାନ୍ତି। ଏବେ ସମୟ ବଦଳିବା ସହ ନିବେଶର ତରିକା ମଧ୍ୟ ବଦଳିଛି। ବ୍ୟାଙ୍କର ସ୍ଥାନ ନେଇଛି ସେୟାର ବଜାର। ବର୍ତ୍ତମାନ ସମୟରେ ଲୋକେ ବ୍ୟାଙ୍କରେ ଟଙ୍କା ଜମା କରିବା ପରିବର୍ତ୍ତେ ବଜାର-ସଂଯୁକ୍ତ (ମାର୍କେଟ୍‌ ଲିଙ୍କଡ୍‌) ନିବେଶ ଉତ୍ପାଦ ପ୍ରତି ଅଧିକ ଆଗ୍ରହ ଦେଖାଉଛନ୍ତି। କାରଣ ଏଥିରେ ଲୋକେ ଭଲ ଦି ପଇସା ଲାଭ କରିବାକୁ ଚାହୁଁଛନ୍ତି। ଏବେ ଏହି କାରଣରୁ ବ୍ୟାଙ୍କରେ ଜମା କମିଲାଣି, ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଲାଣି। ବର୍ତ୍ତମାନ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସଂସଦକୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ:  INS ଚିଲିକାରେ ଆଉ ଜଣେ ଅଗ୍ନିବୀରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ଏହା ସରକାରଙ୍କ ପାଇଁ ମଧ୍ୟ କ୍ଷତି ପହଞ୍ଚାଇପାରେ ବୋଲି ମନ୍ତ୍ରଣାଳୟ ଚେତାବନୀ ଦେଇଛି। ଯେତେବେଳେ ବଜାରରେ ଉତ୍ଥାନ-ପତନ ହୁଏ କିମ୍ବା ନିବେଶ ବିଷୟରେ ଭଲ ବୁଝାମଣା ନ ଥାଏ, ସେତେବେଳେ ଏହି ବିପଦ ବୃଦ୍ଧି ପାଏ। ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ ଜମା ହ୍ରାସ ଯୋଗୁଁ ଆଗାମୀ ଦିନରେ ବ୍ୟାଙ୍କଗୁଡ଼ିକ ମଧ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ସେମାନଙ୍କୁ ଟଙ୍କା ଯୋଗାଡ଼ କରିବାରେ ସମସ୍ୟା ସଅଷ୍ଟି ହୋଇପାରେ। ଏଭଳି ସମୟରେ ଏକ ସଂସଦୀୟ କମିଟି ସରକାରଙ୍କୁ ବ୍ୟାଙ୍କଗୁଡ଼ିକୁ ସାହାଯ୍ୟ କରିବାକୁ ପରାମର୍ଶ ଦେଇଛି। ଲୋକଙ୍କ ମଧ୍ୟରେ ଏ ନେଇ ସଚେତନତା ବ୍ୟାପକ କରାଯାଉ ଯାହାଦ୍ଵାରା ସେମାନେ ସତର୍କତାର ସହ ବିଚାର କରି ଏ ସମ୍ପର୍କରେ ନିବେଶ ନିଷ୍ପତ୍ତି ନେଇପାରିବେ। ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗ ସଂସଦର ସ୍ଥାୟୀ କମିଟିକୁ ଏହି ସୂଚନା ଦେଇଛି। ଅନୁଦାନ ଦାବି ଉପରେ ଏହି ସୂଚନା ଦିଆଯାଇଥିଲା। ବିଭାଗ କହିଛି ଯେ ଲୋକମାନେ ବ୍ୟାଙ୍କରୁ ଟଙ୍କା ଉଠାଇ ବଜାରରେ ନିବେଶ କରୁଛନ୍ତି। ସେମାନେ ଭାବନ୍ତି ଯେ ବଜାରରେ ଅଧିକ ଲାଭ ଅଛି। କିନ୍ତୁ, ଏହା ସେମାନଙ୍କୁ ବିପଦରେ ମଧ୍ୟ ପକାଇପାରେ। ଯଦି ବଜାର ତଳମୁହାଁ ହୁଏ ତେବେ ତେବେ ସେମାନଙ୍କୁ କ୍ଷତି ସହିବାକୁ ପଡ଼ିପାରେ। ବିଭାଗ ଏହା ମଧ୍ୟ କହିଛି ଯେ ବ୍ୟାଙ୍କଗୁଡ଼ିକରେ ଜମା ହ୍ରାସ ବ୍ୟାଙ୍କଗୁଡ଼ିକ ପାଇଁ ସମସ୍ୟା ସୃଷ୍ଟି କରିପାରେ। ଏଥିଯୋଗୁ ବ୍ୟାଙ୍କଗୁଡ଼ିକ ପୁଞ୍ଜି ସଂଗ୍ରହ କରିବାରେ ଅସୁବିଧାର ସମ୍ମୁଖୀନ ହେବେ। ସେମାନେ ଶସ୍ତାରେ ଟଙ୍କା ପାଇବେ ନାହିଁ। ଏହି କାରଣରୁ ବ୍ୟାଙ୍କଗୁଡ଼ିକୁ ଅଧିକ ସୁଧ ଦେବାକୁ ପଡିବ।

ଆହୁରି ପଢ଼ନ୍ତୁ: ବାର୍ଷିକ ରିଭିଜନରେ ଓଡ଼ିଶାର ୧୦ ଲକ୍ଷ ଭୋଟରଙ୍କ ନାମ ବାଦ୍‌; ନିର୍ବାଚନ କମିସନଙ୍କ କାର୍ଯ୍ୟକୁ ନେଇ ବିଜେଡିର ସନ୍ଦେହ

ସଂସଦୀୟ କମିଟି ଏହି ବିଷୟରେ ଏକ ରିପୋର୍ଟ ଦାଖଲ କରିଛି। କମିଟି ସରକାରଙ୍କୁ କିଛି ପରାମର୍ଶ ଦେଇଛି। କମିଟି କହିଛି ଯେ ସରକାର ବ୍ୟାଙ୍କଗୁଡ଼ିକୁ ସାହାଯ୍ୟ କରିବା ଉଚିତ। ବ୍ୟାଙ୍କଗୁଡ଼ିକ ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ପଦକ୍ଷେପ ନେବା ଉଚିତ। ବିଶେଷକରି ସେହି ଅଞ୍ଚଳଗୁଡ଼ିକରେ ଯେଉଁଠାରେ ବ୍ୟାଙ୍କ ସେବା କମ୍ ଅଛି।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଏପ୍ରିଲ ୨୭ରୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଛୁଟି

21 Mar 2025 By The Sakala

ବଦଳୁଛି ନିବେଶ ତରିକା; ବ୍ୟାଙ୍କ ସ୍ଥାନ ନେଉଛି ସେୟାର ବଜାର

ନୂଆଦିଲ୍ଲୀ:  ଦିନ ଥିଲା ଲୋକେ ବ୍ୟାଙ୍କରେ ଅର୍ଥ ଜମା କରି ଭଲ ଦି ପଇସା ସୁଧ ନେଉଥିଲେ। ହେଲେ ବ୍ୟାଙ୍କ ସୁଧ ହାର ଏବେ ଖୁବ୍‌ କମ୍‌ ରହିଛି। ଯାହାଫଳରେ ଲୋକେ ବ୍ୟାଙ୍କରେ ଟଙ୍କା ରଖିବାକୁ ଆଉ ପୂର୍ବଭଳି ଆଗ୍ରହ ପ୍ରକାଶ କରୁନାହଁାନ୍ତି। ଏବେ ସମୟ ବଦଳିବା ସହ ନିବେଶର ତରିକା ମଧ୍ୟ ବଦଳିଛି। ବ୍ୟାଙ୍କର ସ୍ଥାନ ନେଇଛି ସେୟାର ବଜାର। ବର୍ତ୍ତମାନ ସମୟରେ ଲୋକେ ବ୍ୟାଙ୍କରେ ଟଙ୍କା ଜମା କରିବା ପରିବର୍ତ୍ତେ ବଜାର-ସଂଯୁକ୍ତ (ମାର୍କେଟ୍‌ ଲିଙ୍କଡ୍‌) ନିବେଶ ଉତ୍ପାଦ ପ୍ରତି ଅଧିକ ଆଗ୍ରହ ଦେଖାଉଛନ୍ତି। କାରଣ ଏଥିରେ ଲୋକେ ଭଲ ଦି ପଇସା ଲାଭ କରିବାକୁ ଚାହୁଁଛନ୍ତି। ଏବେ ଏହି କାରଣରୁ ବ୍ୟାଙ୍କରେ ଜମା କମିଲାଣି, ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଲାଣି। ବର୍ତ୍ତମାନ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସଂସଦକୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି।

ଏହା ସରକାରଙ୍କ ପାଇଁ ମଧ୍ୟ କ୍ଷତି ପହଞ୍ଚାଇପାରେ ବୋଲି ମନ୍ତ୍ରଣାଳୟ ଚେତାବନୀ ଦେଇଛି। ଯେତେବେଳେ ବଜାରରେ ଉତ୍ଥାନ-ପତନ ହୁଏ କିମ୍ବା ନିବେଶ ବିଷୟରେ ଭଲ ବୁଝାମଣା ନ ଥାଏ, ସେତେବେଳେ ଏହି ବିପଦ ବୃଦ୍ଧି ପାଏ। ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ ଜମା ହ୍ରାସ ଯୋଗୁଁ ଆଗାମୀ ଦିନରେ ବ୍ୟାଙ୍କଗୁଡ଼ିକ ମଧ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ସେମାନଙ୍କୁ ଟଙ୍କା ଯୋଗାଡ଼ କରିବାରେ ସମସ୍ୟା ସଅଷ୍ଟି ହୋଇପାରେ। ଏଭଳି ସମୟରେ ଏକ ସଂସଦୀୟ କମିଟି ସରକାରଙ୍କୁ ବ୍ୟାଙ୍କଗୁଡ଼ିକୁ ସାହାଯ୍ୟ କରିବାକୁ ପରାମର୍ଶ ଦେଇଛି। ଲୋକଙ୍କ ମଧ୍ୟରେ ଏ ନେଇ ସଚେତନତା ବ୍ୟାପକ କରାଯାଉ ଯାହାଦ୍ଵାରା ସେମାନେ ସତର୍କତାର ସହ ବିଚାର କରି ଏ ସମ୍ପର୍କରେ ନିବେଶ ନିଷ୍ପତ୍ତି ନେଇପାରିବେ। ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗ ସଂସଦର ସ୍ଥାୟୀ କମିଟିକୁ ଏହି ସୂଚନା ଦେଇଛି। ଅନୁଦାନ ଦାବି ଉପରେ ଏହି ସୂଚନା ଦିଆଯାଇଥିଲା। ବିଭାଗ କହିଛି ଯେ ଲୋକମାନେ ବ୍ୟାଙ୍କରୁ ଟଙ୍କା ଉଠାଇ ବଜାରରେ ନିବେଶ କରୁଛନ୍ତି। ସେମାନେ ଭାବନ୍ତି ଯେ ବଜାରରେ ଅଧିକ ଲାଭ ଅଛି। କିନ୍ତୁ, ଏହା ସେମାନଙ୍କୁ ବିପଦରେ ମଧ୍ୟ ପକାଇପାରେ। ଯଦି ବଜାର ତଳମୁହାଁ ହୁଏ ତେବେ ତେବେ ସେମାନଙ୍କୁ କ୍ଷତି ସହିବାକୁ ପଡ଼ିପାରେ। ବିଭାଗ ଏହା ମଧ୍ୟ କହିଛି ଯେ ବ୍ୟାଙ୍କଗୁଡ଼ିକରେ ଜମା ହ୍ରାସ ବ୍ୟାଙ୍କଗୁଡ଼ିକ ପାଇଁ ସମସ୍ୟା ସୃଷ୍ଟି କରିପାରେ। ଏଥିଯୋଗୁ ବ୍ୟାଙ୍କଗୁଡ଼ିକ ପୁଞ୍ଜି ସଂଗ୍ରହ କରିବାରେ ଅସୁବିଧାର ସମ୍ମୁଖୀନ ହେବେ। ସେମାନେ ଶସ୍ତାରେ ଟଙ୍କା ପାଇବେ ନାହିଁ। ଏହି କାରଣରୁ ବ୍ୟାଙ୍କଗୁଡ଼ିକୁ ଅଧିକ ସୁଧ ଦେବାକୁ ପଡିବ।

ସଂସଦୀୟ କମିଟି ଏହି ବିଷୟରେ ଏକ ରିପୋର୍ଟ ଦାଖଲ କରିଛି। କମିଟି ସରକାରଙ୍କୁ କିଛି ପରାମର୍ଶ ଦେଇଛି। କମିଟି କହିଛି ଯେ ସରକାର ବ୍ୟାଙ୍କଗୁଡ଼ିକୁ ସାହାଯ୍ୟ କରିବା ଉଚିତ। ବ୍ୟାଙ୍କଗୁଡ଼ିକ ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ପଦକ୍ଷେପ ନେବା ଉଚିତ। ବିଶେଷକରି ସେହି ଅଞ୍ଚଳଗୁଡ଼ିକରେ ଯେଉଁଠାରେ ବ୍ୟାଙ୍କ ସେବା କମ୍ ଅଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର