ପିଲାଙ୍କ ଓଜନ ବୃଦ୍ଧି ଚିନ୍ତା : ସବୁ ରାଜ୍ୟକୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଚିଠି ମଧ୍ୟାହ୍ନଭୋଜନରୁ ୧୦ ପ୍ରତିଶତ କମାନ୍ତୁ ତେଲ

The Sakala Picture
Published On

ଭୁବନେଶ୍ବର: ସ୍କୁଲ ପିଲାଙ୍କଠାରେ ମୋଟାପଣ ବଢିବାରେ ଲାଗିଛି। ବିଶେଷକରି ୫ରୁ ୧୯ବର୍ଷ ପିଲାଙ୍କ ଓଜନ ଆବଶ୍ୟକଠାରୁ ବହୁ ଅଧିକ ରହୁଛି। ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ଏବଂ ‘ପରୀକ୍ଷା ପେ ଚର୍ଚ୍ଚା’ରେ ଆଲୋଚନା କରିବା ପରେ ଏବେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏହାକୁ ନେଇ ପଦକ୍ଷେପ ନେଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ମଧ୍ୟାହ୍ନଭୋଜନକୁ ସୁଷମ କରିବାକୁ ପଦକ୍ଷେପ ନେଇଛି। ପୂର୍ବାପେକ୍ଷା ୧୦ପ୍ରତିଶତ କମ୍ ତେଲ ବ୍ୟବହାର […]

ଭୁବନେଶ୍ବର: ସ୍କୁଲ ପିଲାଙ୍କଠାରେ ମୋଟାପଣ ବଢିବାରେ ଲାଗିଛି। ବିଶେଷକରି ୫ରୁ ୧୯ବର୍ଷ ପିଲାଙ୍କ ଓଜନ ଆବଶ୍ୟକଠାରୁ ବହୁ ଅଧିକ ରହୁଛି। ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ଏବଂ ‘ପରୀକ୍ଷା ପେ ଚର୍ଚ୍ଚା’ରେ ଆଲୋଚନା କରିବା ପରେ ଏବେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏହାକୁ ନେଇ ପଦକ୍ଷେପ ନେଇଛି।

ଆହୁରି ପଢ଼ନ୍ତୁ: MMDR ଆଇନ ବିରୋଧରେ ଆସନ୍ତାକାଲି ରାଜରାସ୍ତାକୁ ଓହ୍ଲାଇବ ଓଡ଼ିଶା କଂଗ୍ରେସ

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ମଧ୍ୟାହ୍ନଭୋଜନକୁ ସୁଷମ କରିବାକୁ ପଦକ୍ଷେପ ନେଇଛି। ପୂର୍ବାପେକ୍ଷା ୧୦ପ୍ରତିଶତ କମ୍ ତେଲ ବ୍ୟବହାର କରିବାକୁ ମାର୍ଗଦର୍ଶିକା ଜାରି କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ, ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ, ସମଗ୍ର ଶିକ୍ଷାର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ, ଏନ୍‌ସିଇଆରଟି ନିର୍ଦ୍ଦେଶକ, ସିବିଏସ୍‌ଇ ଅଧ୍ୟକ୍ଷ, କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ସଂଗଠନର କମିଶନରଙ୍କୁ ହୋଇଥିବା ଚିଠିରେ ଦର୍ଶାଯାଇଛି ଯେ ମଧ୍ୟାହ୍ନଭୋଜନରେ କମ୍ ତେଲ ବ୍ୟବହାର ହେବ। ଆଗରୁ ଯେତିକି ତେଲ ବ୍ୟବହାର କରାଯାଉଥିଲା, ସେଥିରୁ ୧୦ ପ୍ରତିଶତ କମ୍ ବ୍ୟବହାର କରାଯିବ। ଫର୍ଟିଫାଏଡ୍ ଭିଟାମିନ୍ ଏ ଓ ଡି ଯୁକ୍ତ ଖାଇବା ତେଲ ବ୍ୟବହାର ହେବ। ଏହାସହ କମ୍ ଓ ଡବଲ ଫର୍ଟିଫାଏଡ୍ ଲୁଣ ବ୍ୟବହାର କରିବାକୁ ମଧ୍ୟ କୁହାଯାଇଛି। ପୋଷଣ ବିଶେଷଜ୍ଞ ସୁଷମ ଖାଦ୍ୟ ପ୍ରସ୍ତୁତି ପାଇଁ ପରାମର୍ଶ ଦେବେ। ଜଣେ ପିଲାଙ୍କୁ ସ୍ୱାସ୍ଥ୍ୟ ଆମ୍ବାସାଡର୍‌ ଭାବେ ନିଯୁକ୍ତ କରିବାକୁ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି।

ଆହୁରି ପଢ଼ନ୍ତୁ: ପୁରୀରେ ଖଜା ତିଆରି ଗୋଦାମରେ ଚଢ଼ାଉ; ୫ଟି ୟୁନିଟ୍ ସିଲ୍, ୪ କୁଇଣ୍ଟାଲ ଖଜା ଜବତ


ଏଥି ସହିତ ପ୍ରଧାନମନ୍ତ୍ରୀ ପୋଷଣ ଅଧୀନରେ ରୋଷେୟା-ସହାୟକମାନଙ୍କୁ ସୁସ୍ଥ ରୋଷେଇ ପଦ୍ଧତି ଗ୍ରହଣ କରିବା ପାଇଁ ତାଲିମ ଦେବା ପାଇଁ ବ୍ୟବସ୍ଥା କରାଯାଉଛି। ସ୍କୁଲ ମାନଙ୍କରେ ପ୍ରତିଯୋଗିତା ଏବଂ ଆଲୋଚନା ମାଧ୍ୟମରେ ଛାତ୍ର, ଅଭିଭାବକ ଏବଂ ଶିକ୍ଷକଙ୍କ ମଧ୍ୟରେ ଏଥି ନେଇ ସଚେତନତା ବୃଦ୍ଧି କରିବା ସହ ବ୍ୟାୟାମ ଏବଂ ଯୋଗ ଭଳି ଫିଟନେସ୍ କାର୍ଯ୍ୟକଳାପକୁ ଉତ୍ସାହିତ କରିବା ପାଇଁ ମଧ୍ୟ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟକୁ ରାଜ୍ୟମାନଙ୍କୁ କରାଯାଇଥିବା ଚିଠିରେ ଉଲ୍ଳେଖ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର