ବଢ଼ିଲା କରଜ: ୨୪ ବର୍ଷରେ ଯେତିକି, ମାତ୍ର ୯ ମାସରେ ସେତିକିି ଋଣ
ଭୁବନେଶ୍ୱର: ୨୪ ବର୍ଷରେ ବିଜେଡି ସରକାର ଯାହା କରି ପାରି ନ ଥିଲା, ତାହା ୯ ମାସରେ ହୋଇ ପାରିଛି ବୋଲି ବିଜେପି ନେତା, ସରକାରଙ୍କ ମନ୍ତ୍ରୀମାନେ କହୁଥିବା କଥା ବାସ୍ତବତଃ ସତ୍ୟରେ ପରିଣତ ହୋଇଛି। ୨୦୨୪ରେ ବିଜେଡି ସରକାର ଛାଡ଼ିବା ବେଳେ ରାଜ୍ୟର ଋଣ ୯୪ ହଜାର କୋଟିରେ ପହଞ୍ଚିଥିଲା। ମାତ୍ର ବିଜେପି ସରକାର ୯ ମାସରେ ୯୦ ହଜାର କୋଟି ଟଙ୍କା ଋଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷରେ ସରକାର ୪୩ […]
ଭୁବନେଶ୍ୱର: ୨୪ ବର୍ଷରେ ବିଜେଡି ସରକାର ଯାହା କରି ପାରି ନ ଥିଲା, ତାହା ୯ ମାସରେ ହୋଇ ପାରିଛି ବୋଲି ବିଜେପି ନେତା, ସରକାରଙ୍କ ମନ୍ତ୍ରୀମାନେ କହୁଥିବା କଥା ବାସ୍ତବତଃ ସତ୍ୟରେ ପରିଣତ ହୋଇଛି। ୨୦୨୪ରେ ବିଜେଡି ସରକାର ଛାଡ଼ିବା ବେଳେ ରାଜ୍ୟର ଋଣ ୯୪ ହଜାର କୋଟିରେ ପହଞ୍ଚିଥିଲା। ମାତ୍ର ବିଜେପି ସରକାର ୯ ମାସରେ ୯୦ ହଜାର କୋଟି ଟଙ୍କା ଋଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷରେ ସରକାର ୪୩ ହଜାର କୋଟି ଟଙ୍କା ଋଣ କରିବାକୁ ନିଷ୍ପତ୍ତି ନେଇଥିଲେ ଓ ୨୦୨୫-୨୬ ଆର୍ଥିକ ବର୍ଷରେ ୪୭ ହଜାର କୋଟି ଋଣ କରିବାକୁ ବଜେଟରେ ଲକ୍ଷ୍ୟ ରଖିଛନ୍ତି। ଏକପକ୍ଷରେ ରାଜସ୍ୱ ଆୟ ବୃଦ୍ଧି ପାଉ ନ ଥିବା ସମୟରେ ଋଣଭାର ବୃଦ୍ଧି ରାଜ୍ୟ ଉପରେ ବୋଝ ହେବାକୁ ଯାଉଛି। ଗତ ଆର୍ଥିକ ବର୍ଷ ଶେଷ ବେଳକୁ ରାଜ୍ୟବାସୀଙ୍କ ମୁଣ୍ଡପିଛା ଋଣ ୨୦ ହଜାର ଥିବାବେଳେ ୯ ମାସରେ ଏହା ବୃଦ୍ଧି ପାଇ ୨୮ ହଜାରରେ ପହଞ୍ଚିଛି ଓ ଆଗାମୀ ଆର୍ଥିକ ବର୍ଷ ଶେଷ ବେଳକୁ ଏହା ୩୫ ହଜାରରେ ପହଞ୍ଚିବ ବୋଲି ଆକଳନ କରାଯାଉଛି।
୨୦୦୦ ମସିହାରେ ବିଜେଡି ସରକାର କ୍ଷମତାକୁ ଆସିବା ସମୟରେ ଓଡିଶାର ଋଣ ଭାର ୧୮ ହଜାର କୋଟି ଟଙ୍କା ଥିଲା। ୨୪ ବର୍ଷ ଭିତରେ ସରକାର ୭୮ ହଜାର କୋଟି ଟଙ୍କା ଋଣ କରିଥିଲେ। ମାତ୍ର ରାଜ୍ୟରେ ଡବଲ ଇଞ୍ଜିନ୍ ସରକାର କ୍ଷମତାକୁ ଆସିବାର ୯ ମାସ ଭିତରେ ଆଉ ୯୦ ହଜାର କୋଟି ଟଙ୍କା ଋଣ କରିବାକୁ ଯୋଜନା କରି ସାରିଲେଣି। ଦେଶରେ ଅଧିକାଂଶ ବିଜେପି ଶାସିତ ରାଜ୍ୟରେ ଋଣ ଭାର ଓ ମୁଣ୍ଡ ପିଛା ଋଣ ଯଥେଷ୍ଟ ଅଧିକ ରହିଥିବା ବେଳେ ଓଡିଶା ଏବେ ସେହି ଦିଗରେ ଅଗ୍ରସର ହେଉଛି। ୨୦୦୦ ମସିହାରେ ସରକାରୀ ଟ୍ରେଜେରୀ ଖାଲି ଥିବାରୁ ସରକାର ଋଣ ଉପରେ ଭରସା କରିଥିଲେ; କିନ୍ତୁ ପ୍ରତି ବର୍ଷ ବଜେଟରେ ଋଣ ପରିଶୋଧ ଉପରେ ଗୁରୁତ୍ୱ ଦିଆଯାଇ ଥିଲା। ଏଥିସହ ବିତ୍ତୀୟ ପରିଚାଳନା ମଧ୍ୟ ସମାନ ଆଭିମୁଖ୍ୟ ନେଇ ଚାଲିଥିଲା। ପରିଣାମସ୍ୱରୂପ ରାଜ୍ୟର ଋଣ ଭାର ୧୨୯୩୫୬ କୋଟି ଟଙ୍କାରୁ ହ୍ରାସ ପାଇ ୯୬୩୧୦ କୋଟି ଟଙ୍କାରେ ପହଞ୍ଚିଥିଲା। ବିଜେପି ସରକାରଙ୍କ ଆଗାମୀ ଆର୍ଥିକ ବର୍ଷରେ ବି ପୁଣି ଋଣ କରିବାକୁ ଯୋଜନା କରିଛନ୍ତି। ୨୦୨୪-୨୫ରେ ସରକାରୀ ଋଣ ପରିମାଣ ୪୩୪୯୫ କୋଟି ଟଙ୍କା ଥିବା ବେଳେ ୨୦୨୫-୨୬ ଆର୍ଥିକ ବର୍ଷରେ ୪୭୪୦୦ କୋଟି ଟଙ୍କା ଋଣ ଲକ୍ଷ୍ୟ ରହିଛି।
ଅର୍ଥନୀତି ବିଶାରଦମାନେ ରାଜ୍ୟ ସରକାରଙ୍କ ଏପରି କାର୍ଯ୍ୟକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଯଦି ସରକାର ବଜେଟ ପାଣ୍ଠି ଭଲ ଭାବେ ବ୍ୟୟ କରୁଛନ୍ତି ଏବଂ ତା ସହିତ ଋଣ କରୁଛନ୍ତି ତା ହେଲେ ବିକାଶ ତ୍ୱରାନ୍ୱିତ ହେବ। କିନ୍ତୁ ଚଳିତ ଆର୍ଥିକ ବର୍ଷରେ ବଜେଟ ବ୍ୟୟ ନୈରାଶ୍ୟଜନକ ରହିଥିବା ବେଳେ ପୂର୍ବାପେକ୍ଷା ଅଧିକ ଋଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ବିତ୍ତୀୟ ପରିଚାଳନାରେ ସମଗ୍ର ଦେଶରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ଆସୁଥିବା ଓଡିଶା ଏବେ ପଛକୁ ହଟିବା ଆରମ୍ଭ କରିବ। ସୁଭଦ୍ରା ଯୋଜନାରେ ବର୍ଷିକୁ ୧୦ ହଜାର କୋଟି ଟଙ୍କା ବଣ୍ଟା ଯାଉଥିବା ବେଳେ ଦୁଇ ବର୍ଗର ହିତାଧିକାରୀଙ୍କୁ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ଏବଂ ଚାଷୀଙ୍କୁ ଇନ୍ପୁଟ୍ ସବ୍ସିଡି ବାବଦରେ ବିପୁଳ ଅର୍ଥ ଖର୍ଚ୍ଚ ହେଉଛି। ସଦ୍ୟ ପ୍ରକାଶିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ମଧ୍ୟ ବହୁ ନକାରାତ୍ମକ ଦିଗକୁ ଇଙ୍ଗିତ କରାଯାଇଛି। ଶିଳ୍ପ, କୃଷି, ସେବା କ୍ଷେତ୍ର, ନିଯୁକ୍ତିରେ ଅଗ୍ରଗତି ନଥିବା ବେଳେ ବିତ୍ତୀୟ ନିଅଣ୍ଟ ଆହ୍ୱାନ ସୃଷ୍ଟି କରିଛି।