ଜନ୍ମାଷ୍ଟମୀ ପାଇଁ ବଦଳିଲା କାର୍ଯ୍ୟସୂଚୀ: ୨୬ ବଦଳରେ ୨୭ରେ ହେବେ ୟୁଜିସି-ନେଟ୍‌‌

The Sakala Picture
Published On

ଭୁବନେଶ୍ୱର: ଜନ୍ମାଷ୍ଟମୀ ପାଇଁ ୟୁଜିସି-ନେଟ୍‌‌ ସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଆସନ୍ତା ୨୬ତାରିଖରେ ହେବାକୁ ଥିବା ପରୀକ୍ଷା ୨୭ ତାରିଖରେ ଅନୁଷ୍ଠିତ ହେବ। ୨୬ତାରିଖ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପଡ଼ୁଥିବାରୁ ପରୀକ୍ଷା ସୂଚୀରେ ପରିବର୍ତ୍ତନ କରାଯାଇଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌‌ଟିଏ) ପକ୍ଷରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି। ଅଗଷ୍ଟ ୨୪ରୁ ସେପ୍ଟେମ୍ୱର ୪ ତାରିଖ ମଧ୍ୟରେ ୟୁଜିସି-ନେଟ୍‌‌ ପରୀକ୍ଷା ପରୀକ୍ଷା ହେବ। ୨୬ ତାରିଖ ପରୀକ୍ଷା ବ୍ୟତୀତ ଅନ୍ୟ ସମସ୍ତ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ହେବ […]

ଭୁବନେଶ୍ୱର: ଜନ୍ମାଷ୍ଟମୀ ପାଇଁ ୟୁଜିସି-ନେଟ୍‌‌ ସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଆସନ୍ତା ୨୬ତାରିଖରେ ହେବାକୁ ଥିବା ପରୀକ୍ଷା ୨୭ ତାରିଖରେ ଅନୁଷ୍ଠିତ ହେବ। ୨୬ତାରିଖ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପଡ଼ୁଥିବାରୁ ପରୀକ୍ଷା ସୂଚୀରେ ପରିବର୍ତ୍ତନ କରାଯାଇଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌‌ଟିଏ) ପକ୍ଷରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି। ଅଗଷ୍ଟ ୨୪ରୁ ସେପ୍ଟେମ୍ୱର ୪ ତାରିଖ ମଧ୍ୟରେ ୟୁଜିସି-ନେଟ୍‌‌ ପରୀକ୍ଷା ପରୀକ୍ଷା ହେବ। ୨୬ ତାରିଖ ପରୀକ୍ଷା ବ୍ୟତୀତ ଅନ୍ୟ ସମସ୍ତ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ହେବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: କରମା ପୂଜା ପାଇଁ ବାଲି ଆଣିବାକୁ ଯାଇଥିଲେ, ଶଙ୍ଖ ନଦୀରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ

ସୂଚନାଯୋଗ୍ୟ, ପ୍ରଶ୍ନପତ୍ର ପ୍ରଘଟ ଯୋଗୁଁ ଜୁନ୍‌‌ ୧୮ରେ ହେବାକୁ ଥିବା ଏହି ପରୀକ୍ଷାକୁ ବାତିଲ କରାଯାଇଥିଲା। ପୂର୍ବରୁ ଖାତା-କଲମରେ ପରୀକ୍ଷା କରିବାକୁ ସ୍ଥିର କରାଯାଇଥିଲେ ମଧ୍ୟ ପ୍ରଶ୍ନପତ୍ର ପ୍ରଘଟ ପରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ହେବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ନିର୍ମାଣାଧୀନ ପାଣି ଟାଙ୍କି ଉପରୁ ଠେଲି ସାଙ୍ଗକୁ ହତ୍ୟା !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର