ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାଁରେ ମିଛ କହୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ: ବିଜେଡି

The Sakala Picture
Published On

ଭୁବନେଶ୍ୱର: ଧର୍ମେନ୍ଦ୍ର ପ୍ରଧାନ ପୂର୍ବରୁ ମିଛୁଆ ଥିଲେ ଏକଥା ଓଡିଶାବାସୀ ଜାଣିଥିଲେ। ଏବେ ତାଙ୍କର ପ୍ରମୋସନ୍‌ ହୋଇ ସେ ସୁପର ମିଛୁଆ ହୋଇସାରିଛନ୍ତି, ଏହା ପୁଣି ପ୍ରମାଣିତ ହୋଇଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବକଳେବର ବେଳେ କେନ୍ଦ୍ରୀୟ ସହାୟତା ନେଇ ସେ ୩ ଦିନ ତଳେ ସାମ୍ବାଦିକ ସମ୍ମିଳନୀ କରି ମିଛ କହିଥିଲେ, ଯାହା ଧରାପଡିଯାଇଛି ବୋଲି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ମୁଖପାତ୍ର  ସ୍ୱୟଂପ୍ରକାଶ ମହାପାତ୍ର। ଶ୍ରୀ ମହାପାତ୍ର କହିଛନ୍ତି, […]

ଭୁବନେଶ୍ୱର: ଧର୍ମେନ୍ଦ୍ର ପ୍ରଧାନ ପୂର୍ବରୁ ମିଛୁଆ ଥିଲେ ଏକଥା ଓଡିଶାବାସୀ ଜାଣିଥିଲେ। ଏବେ ତାଙ୍କର ପ୍ରମୋସନ୍‌ ହୋଇ ସେ ସୁପର ମିଛୁଆ ହୋଇସାରିଛନ୍ତି, ଏହା ପୁଣି ପ୍ରମାଣିତ ହୋଇଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବକଳେବର ବେଳେ କେନ୍ଦ୍ରୀୟ ସହାୟତା ନେଇ ସେ ୩ ଦିନ ତଳେ ସାମ୍ବାଦିକ ସମ୍ମିଳନୀ କରି ମିଛ କହିଥିଲେ, ଯାହା ଧରାପଡିଯାଇଛି ବୋଲି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ମୁଖପାତ୍ର  ସ୍ୱୟଂପ୍ରକାଶ ମହାପାତ୍ର।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ଶ୍ରୀ ମହାପାତ୍ର କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, କେନ୍ଦ୍ର ସରକାର ରାଜ୍ୟ ଟ୍ରେଜେରୀକୁ ନବକଳେବର ପାଇଁ ୫୦ କୋଟି ଟଙ୍କା ଦେଇଥିଲେ। ସତ କଥା ହେଲା, ୫୦ କୋଟି ନୁହେଁ ଆଇଟିଡିସି ଜରିଆରେ ୧୦ କୋଟି ଟଙ୍କା କେନ୍ଦ୍ର ସରକାର ଦେଇଥିଲେ, ଏଥିରୁ ୬ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଅର୍ଥାତ୍‌, ନବକଳେବର ପାଇଁ କେନ୍ଦ୍ର ସରକାରଙ୍କ ଅବଦାନ ଥିଲା ସାଢେ ୬ କୋଟି ଟଙ୍କା।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

ସେ ଆହୁରି ମଧ୍ୟ କହିଛନ୍ତି, ଆଶ୍ଚର୍ଯ୍ୟ ଲାଗୁଛି, ନିଜ ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ରକ୍ଷା ପାଇଁ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାଁରେ ମିଛ କହିବାକୁ ପଛାଉ ନାହାନ୍ତି ଶ୍ରୀ ପ୍ରଧାନ। ସଂସ୍କୃତି, ପରମ୍ପରା, ଐତିହ୍ୟ ଜପି ହେଉଥିବା ଲୋକଟି ଏଭଳି ମିଛ କିପରି କହିପାରେ? ଅସଲ କଥା ହେଲା, ଶ୍ରୀ ପ୍ରଧାନଙ୍କ ଭଳି ରାଜନେତା, ନିଜ ସ୍ୱାର୍ଥ ପାଇଁ ମହାପ୍ରଭୁଙ୍କ ନାଁକୁ ନେଇ ମଧ୍ୟ ମିଛ କହିପାରନ୍ତି। ଠିକ୍‌ ଯେମିତି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ମିଛ କହି ବିଭ୍ରାନ୍ତି ସୃଷ୍ଟି କରିଥିଲେ।

ଆହୁରି ପଢ଼ନ୍ତୁ: ମିଛ ଗୁଜବ ଶୁଣି ପୁଲିସ ନାକେଦମ୍‌‌; ଶବ ଖୋଜୁଖୋଜୁ ମିଳିଲା ଅଣ୍ଡା

ଆରମ୍ଭ ଦିନରୁ ପରିକ୍ରମା ପ୍ରକଳ୍ପକୁ ବିରୋଧ କରୁଥିଲେ ଶ୍ରୀ ପ୍ରଧାନ। ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରି ଫେରିବା ଦିନ ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡା ମାଡ କରାଇଥିଲେ। କିଛି ଦିନ ତଳେ ସାମ୍ବାଦିକ ସମ୍ମିଳନୀରେ ସେ ନିଜେ କହିଥିଲେ, ପରିକ୍ରମା ପ୍ରକଳ୍ପକୁ ସେ ବିରୋଧ କରୁଛନ୍ତି।

ଏବେ ସାମ୍ବାଦିକ ସମ୍ମିଳନୀ କରି କହୁଛନ୍ତି, ପରିକ୍ରମା ପ୍ରକଳ୍ପ ପଛରେ ସେମାନଙ୍କର ସମର୍ଥନ ରହିଥିଲା। ଏଭଳି ଦୋମୁହାଁ ଚରିତ୍ର ହିଁ ଧର୍ମେନ୍ଦ୍ର ପ୍ରଧାନଙ୍କର ଅସଲ ମାନସିକତାକୁ ପଦାରେ ପକାଉଛି। ଶ୍ରୀଯୁକ୍ତ ପ୍ରଧାନ ବୋଧହୁଏ ବୁଝିପାରୁନାହାନ୍ତି, ସେ କ’ଣ କରୁଛନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା, ଭଗବାନ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର