ଆଜି ବିଶ୍ବ କୁମ୍ଭୀର ଦିବସ: କୁମ୍ଭୀର ମାନଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି ନନ୍ଦନକାନନ, ୨୫ ଅଣ୍ଡାରୁ ବିଶ୍ବ ପରିଚୟ

The Sakala Picture
Published On

ନନ୍ଦନକାନନ: ବିଶ୍ଵରେ କୁମ୍ଭୀର ମାନଙ୍କ ସଂରକ୍ଷଣ ହେତୁ ଜନସାଧାରଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଲାଗି ଜୁନ ୧୭ ତାରିଖକୁ ବିଶ୍ଵ କୁମ୍ଭୀର ଦିବସ ରୂପେ ପାଳନ କରାଯାଉଛି। ଏପରିସ୍ଥଳେ କୁମ୍ଭୀର ସଂରକ୍ଷଣ ଓ ପ୍ରଜନନ କ୍ଷେତ୍ରରେ ରାଜ୍ୟ ପ୍ରଣୀ ଉଦ୍ୟାନ ନନ୍ଦନକାନନ ବିଶ୍ବରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଛି। କୁମ୍ଭୀରମାନଙ୍କୁ କୁତ୍ରିମ ଜଳାଶୟରେ ରଖି ପ୍ରଜନନ କରାଇବା ବିଶ୍ବରେ ନନ୍ଦନକାନ ପ୍ରଥମ। କୁମ୍ଭୀର ମାନଙ୍କ ପାଇଁ ନନ୍ଦନକାନନ ଭୂସ୍ୱର୍ଗ ପାଲଟିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଯେତେବେଳେ […]

ନନ୍ଦନକାନନ: ବିଶ୍ଵରେ କୁମ୍ଭୀର ମାନଙ୍କ ସଂରକ୍ଷଣ ହେତୁ ଜନସାଧାରଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଲାଗି ଜୁନ ୧୭ ତାରିଖକୁ ବିଶ୍ଵ କୁମ୍ଭୀର ଦିବସ ରୂପେ ପାଳନ କରାଯାଉଛି। ଏପରିସ୍ଥଳେ କୁମ୍ଭୀର ସଂରକ୍ଷଣ ଓ ପ୍ରଜନନ କ୍ଷେତ୍ରରେ ରାଜ୍ୟ ପ୍ରଣୀ ଉଦ୍ୟାନ ନନ୍ଦନକାନନ ବିଶ୍ବରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଛି। କୁମ୍ଭୀରମାନଙ୍କୁ କୁତ୍ରିମ ଜଳାଶୟରେ ରଖି ପ୍ରଜନନ କରାଇବା ବିଶ୍ବରେ ନନ୍ଦନକାନ ପ୍ରଥମ।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡ଼ିଲା ମଦ୍ୟପାନ; ସ୍କୁଲ୍ ପରିସରରେ ମଦ ପିଇ ପ୍ରଧାନ ଶିକ୍ଷକ ନିଲମ୍ବିତ

କୁମ୍ଭୀର ମାନଙ୍କ ପାଇଁ ନନ୍ଦନକାନନ ଭୂସ୍ୱର୍ଗ ପାଲଟିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଯେତେବେଳେ ଓଡ଼ିଶାରେ କୁମ୍ଭୀରମାନଙ୍କ ସଂଖ୍ୟା କମି କମି ଯିବା ଦେଖାଯାଉଥିବା ବେଳେ ନନ୍ଦନକାନନ ସେମାନଙ୍କ ସଂରକ୍ଷଣ ଓ ପ୍ରଜନନ କରାଇ ରାଜ୍ୟରେ କୁମ୍ଭୀରମାନଙ୍କ ସଂଖ୍ୟା ବୃଦ୍ଧି କରିବାରେ ପ୍ରମୁଖ  ଭୂମିକା ଗ୍ରହଣ କରିଛି । ଯାହାକି ନନ୍ଦନକାନ କୁମ୍ଭୀରମାନଙ୍କ ପ୍ରଜନନ କରାଇ ୬୦୦ରୁ ଊର୍ଦ୍ଧ୍ବ ହେବ କୁମ୍ଭୀରଙ୍କୁ ପ୍ରାକୃତିକ ପରିବେଶ ଓ ଅନ୍ୟ ଚିଡିଆଖାନାକୁ ପଠାଇ ସାରିଲାଣି।

ଆହୁରି ପଢ଼ନ୍ତୁ: ଓରାଙ୍ଗଉଟାନ ଚାଲାଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଜଙ୍ଗଲ ମନ୍ତ୍ରୀ

୧୯୮୦ ମସିହା ମାର୍ଚ୍ଚ ମାସରେ ଜର୍ମାନୀର ଫ୍ରାଙ୍କଫ୍ରୁଟରୁ ଆସିଥିବା ଅଣ୍ଡିରା କୁମ୍ଭୀର ଓ ତ୍ରିଭାନ୍ଦମରୁ ଆସିଥିବା ମାଈ କୁମ୍ଭୀରଙ୍କ ଠାରୁ ନନ୍ଦନକାନରେ ପ୍ରଥମକରି ୨୫ଟି ଅଣ୍ଡା ପ୍ରଜନନ ହେଇଥିଲା। ଏହାପରେ ନନ୍ଦନକାନନ କୁମ୍ଭୀର ପ୍ରଜନନ କ୍ଷେତ୍ରରେ ଆଗକୁ ଆଗକୁ ବଢି ଚାଲିଛି । ଏସିଏଫ ଅମୁଲ୍ୟ ପରିଡାଙ୍କ କହିବା ଅନୁସାରେ ନନ୍ଦନକାନନରେ କୁମ୍ଭୀର ପ୍ରଜନନ କାର୍ଯ୍ୟକ୍ରମ ପିସିସିଏଫ ଶଶୀ ପଲଙ୍କ ନେତୃତ୍ବରେ ଆଗେଇଚାଲିଛି। ଏଥିରେ କାର୍ଯ୍ୟକରୁଥିବା ୩ ନନ୍ଦନକାନନର ଅଧିକାରୀଙ୍କଠାରୁ କର୍ମଚାରୀମାନେ ସେମାନଙ୍କ ନିଷ୍ଠା, ଉଦ୍ୟମ ଓ ପ୍ରଚେଷ୍ଟା ବଳରେ କୁମ୍ଭୀରଙ୍କ ପ୍ରଜନନ କରାଇ ଦେଶରେ ସେମାନଙ୍କ ସଂଖ୍ୟା ବୃଦ୍ଧି ହେଇପାରିଛି । ଭାରତରେ ୩ଟି ଭାରତୀୟ ପ୍ରଜାତି ଯେମିତିକି ଘଡ଼ିଆଳ , ମଗର, ବଉଳା କୁମ୍ଭୀରମାନଙ୍କ ପ୍ରଜନନ କେବଳ ନନ୍ଦନକାନରେ ହିଁ ଏପର୍ଯ୍ୟନ୍ତ ହେଇପାରିଛି। ଗତ ଜାନୁଆରୀ ମାସରେ ୬ଟି ଘଡ଼ିଆଳ କୁମ୍ଭୀର ମହାନଦୀର ସାତକୋଶିଆ ଗଣ୍ଡରେ ଛଡାଯାଇଥିଲା। ସେଠାରେ ୨୮ଟି କୁମ୍ଭୀର ଛୁଆ ଜନ୍ମ ହେଇଥିବା ଦେଖାଯାଇଛି। ଆମ ରାଜ୍ୟ ତଥା ଦେଶ ପାଇଁ ଗୌରବ କଥା ।

ଆହୁରି ପଢ଼ନ୍ତୁ: ଘରୋଇକରଣ ପରେ ବହୁଗୁଣା ହୋଇପାରେ ବିମାନବନ୍ଦର ସେବା ଦେୟ, ୬୦ରୁ ୨୦୦ ଟଙ୍କା ହୋଇପାରେ ପାର୍କିଂ ଫି

ବନାଞ୍ଚଳ ଅଧିକାରୀ ସୁଦୀପ୍ତ ପଣ୍ଡାଙ୍କ  ସୂଚନାସରେ ବର୍ତ୍ତମାନ ନନ୍ଦନକାନରେ ୭ଟି ପ୍ରଜାତିର କୁମ୍ଭୀର ଅଛନ୍ତି। ସେମାନଙ୍କ ମଧ୍ୟରେ ଭାରତୀୟ ୩ ପ୍ରଜାତିର କୁମ୍ଭୀର ଯଥା ଘଡ଼ିଆଳ -୧୧୩, ମଗର-୨୧, ବଉଳା-୧ ଅଛନ୍ତି। ବାହାର ଦେଶର ଚାରି ପ୍ରଜାତିର କୁମ୍ଭୀର ଯଥା ମାର୍ଲେଟ-୨, ସିଆମିଜ- ୧୮, ବାମନ କୁମ୍ଭୀର -୫ ଓ ନାଇଲ କୁମ୍ଭୀର -୩ଟି ଅଛନ୍ତି । ମାଡ୍ରାସ କ୍ରୋକଡାଇଲ ଟ୍ରଷ୍ଟରୁ ୨୨ ଅକ୍ଟୋବର ୨୦୧୯ରେ ୩ଟି ମାଈ ନାଇଲି କୁମ୍ଭୀର, ୨୦୨୦ ମସିହା ଜୁଲାଇରେ ୫ଟି ବାମନ କୁମ୍ଭୀର ଅଣାଯାଇଥିଲା।

ଚିତ୍ରରେ କୁମ୍ଭୀର ସଚେତନତା ଏହି ଅବସରରେ କୁମ୍ଭୀରମାନଙ୍କ ସଂରକ୍ଷଣ ଉଦ୍ଦେଶ୍ୟରେ ଏକ ଅନଲାଇନ ଚିତ୍ରାଙ୍କନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ନନ୍ଦନକାନନ ଶିକ୍ଷାଅଧିକାରୀ ମିଳନ ପଣ୍ଡାଙ୍କ କହିବା ଅନୁସାରେ ସଚେତନତା ବୃଦ୍ଧି ପାଇବାପାଇଁ ଏହି କାର୍ଯ୍ୟକ୍ରମଟିକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଏଥିରେ ଦୁଇଟି ବର୍ଗରେ ୨ଟି ପ୍ରତିଯୋଗିତା କାର୍ଯ୍ୟକ୍ରମ ରଖାଯାଇଛି। ଗୋଟିଏରେ କେବଳ ସ୍କୁଲ ପିଲାଙ୍କ ପାଇଁ ଓ ଅନ୍ୟଟି ସମସ୍ତ ବର୍ଗଙ୍କ ଉଦ୍ଦେଶ୍ୟରେ ରଖାଯାଇଛି। ସ୍କୁଲ ପିଲାଙ୍କ ପାଇଁ ” ଲାଇଫ ଅଫ ଘଡ଼ିଆଳ’ ଓ ଅନ୍ୟ ବର୍ଗଙ୍କ ପାଇଁ ”ସେଜିଂ ଅଫ ଘଡ଼ିଆଳ’ ବିଷୟ ଆଧାରିତ ଚିତ୍ରାଙ୍କନ କାର୍ଯ୍ୟକ୍ରମ ରଖାଯାଇଛି। ୧୭ ତାରିଖ ଦିନ ୧୦ ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରତିଯୋଗୀମାନେ ଡବ୍ଲ୍ୟୁଡବୁ ଡବ୍ଲୁ ନନ୍ଦନକାନନ.ଓଆରଜି. କମକୁ ଯାଇ ଭାଗ ନେଇପାରିବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର