ଦାୟିତ୍ୱ ଗ୍ରହଣ କଲେ ନୂଆ ପୁଲିସ କମିଶନର ସଞ୍ଜୀବ ପଣ୍ଡା

The Sakala Picture
Published On

ଭୁବନେଶ୍ବର: ପୂର୍ବତନ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଠାରୁ ଦାୟିତ୍ୱ ଗ୍ରହଣ କଲେ ନୂଆ ସିପି ସଞ୍ଜୀବ ପଣ୍ଡା । ୧୯୯୪ ବ୍ୟାଚ ଆଇପିଏସ ସଞ୍ଜୀବ ପଣ୍ଡାଙ୍କୁ ଟ୍ବିନ ସିଟି ପୁଲିସ କମିଶନ ଦାୟିତ୍ବ ନେଇଛନ୍ତି।  ଗୁରୁ ଦାୟିତ୍ୱ ପାଇଁ ପ୍ରଥମେ ସେ ଧନ୍ୟବାଦ ଜଣାଇଥିଲେ। ପୁଲିସିଂ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ କାର୍ଯ୍ୟ କରିବି ବୋଲି କହିଛନ୍ତି ନୂଆ କମିଶନର। ପୂର୍ବରୁ ସେ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ସହ ପୁଲିସ ହାଉସିଂ କର୍ପୋରେସନର CMD ଥିଲେ […]

ଭୁବନେଶ୍ବର: ପୂର୍ବତନ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଠାରୁ ଦାୟିତ୍ୱ ଗ୍ରହଣ କଲେ ନୂଆ ସିପି ସଞ୍ଜୀବ ପଣ୍ଡା । ୧୯୯୪ ବ୍ୟାଚ ଆଇପିଏସ ସଞ୍ଜୀବ ପଣ୍ଡାଙ୍କୁ ଟ୍ବିନ ସିଟି ପୁଲିସ କମିଶନ ଦାୟିତ୍ବ ନେଇଛନ୍ତି।  ଗୁରୁ ଦାୟିତ୍ୱ ପାଇଁ ପ୍ରଥମେ ସେ ଧନ୍ୟବାଦ ଜଣାଇଥିଲେ। ପୁଲିସିଂ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ କାର୍ଯ୍ୟ କରିବି ବୋଲି କହିଛନ୍ତି ନୂଆ କମିଶନର। ପୂର୍ବରୁ ସେ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ସହ ପୁଲିସ ହାଉସିଂ କର୍ପୋରେସନର CMD ଥିଲେ । ଏଥିସହ ପୂର୍ବରୁ ମଧ୍ୟ ଏଡିଜି କ୍ରାଇମବ୍ରାଞ୍ଚ, ଆଇଜି ଓଏସ୍ଏପି , ଆଇଜି ପର୍ସନାଲ ଭାବେ ଦାୟିତ୍ୱ ମଧ୍ୟ ତୁଲାଇଥିଲ ।

ଆହୁରି ପଢ଼ନ୍ତୁ: MMDR ଆକ୍ଟ ଓ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ଗୃହରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ବିଧାନସଭା ଅପରାହ୍ନ ୪ଟା ଯାଏଁ ମୁଲତବୀ

5T ଓ ମୋ ସରକାର ଅଧୀନରେ ଟ୍ବିନ ସିଟି ବାସିନ୍ଦାଙ୍କୁ ଉତ୍ତମ ପୁଲିସ ସେବା ଦେବାକୁ ଗୁରୁତ୍ୱ ଦେବି ବୋଲି କହିଛନ୍ତି ନୂଆ ସିପି। ପୁଲିସ ସବୁବେଳେ ଲୋକଙ୍କ ସେବାରେ ରହିଛି ସମସ୍ତ ଚ୍ୟାଲେଞ୍ଜକୁ ଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି।  ଆଗାମୀ ଦିନରେ ନିର୍ବାଚନ ସମୟରେ ଆଇନଶୃଙ୍ଖଳା ରକ୍ଷା ବଡ଼ ଚ୍ୟାଲେଞ୍ଜ ରହିବ । ଅପରାଧ ନିୟନ୍ତ୍ରଣ ସହ ସାଇବର ଅପରାଧ ରୋକିବାକୁ ଖୁବଶୀଘ୍ର ନୂଆ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ। ଆର୍ଟିଫିସିଆଲ ଇଣ୍ଟେଲ୍ଲିଜେନ୍ସ ଓ ଡିପ ଫେକ ଫଟୋ ନେଇ ଖୁବଶୀଘ୍ର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ପଦକ୍ଷେପ ନିଆଯିବ ବୋଲି ନୂଆ ପୁଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି।

ଆହୁରି ପଢ଼ନ୍ତୁ: ଲଗାଣ ବର୍ଷା ପରେ ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି: ଫୁଲୁଛି ନଦୀ, ଖୋଲିଲା ଇନ୍ଦ୍ରାବତୀ ଡ୍ୟାମର ୫ଟି ଗେଟ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର