କର୍ଣ୍ଣଫ୍ଲୋର୍‌ ଓ ଦିଆସିଲି କାଠିରେ ରାକ୍ଷୀ ପ୍ରସ୍ତୁତ କରି ପରିବେଶ ସୁରକ୍ଷା ପାଇଁ ରୋଲ୍‌‌ମଡେଲ୍‌ ସାଜିଛନ୍ତି ପଥପ୍ରାନ୍ତ ଶିଶୁ

The Sakala Picture
Published On

ଭୁବନେଶ୍ୱର: ଇୟରବଡ୍‌‌ସ ହେଉ ଅବା ଦିଆସିଲି କାଠି କିମ୍ବା ଆଇସ୍‌‌କ୍ରିମ୍‌‌ କାଠିରେ ବି ପ୍ରସ୍ତୁତ ହେଉଛି ସୁନ୍ଦର ଓ ଆକର୍ଷଣୀୟ ରାକ୍ଷୀ। ଏହାକୁ କୌଣସି ଫେଶନ୍‌‌ ଡିଜାଇନର କିମ୍ବା କାରିଗରମାନେ ପ୍ରସ୍ତୁତ କରୁନାହାନ୍ତି। ବରଂ ବସ୍ତିରେ ରହୁଥିବା ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ଏହା ପ୍ରସ୍ତୁତ ହେଉଛି। ନିଜ ପଢ଼଼ାଖର୍ଚ୍ଚ ତୁଲାଇବାକୁ ବିଭିନ୍ନ ପର୍ବପର୍ବାଣୀରେ ଆବଶ୍ୟକୀୟ ଉପକରଣ ତିଆରି କରି କେବଳ ନିଜର ସ୍ୱାଭିମାନର ପରିଚୟ ଦେଇନାହାନ୍ତି ବରଂ ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି ବସ୍ତିର ଏହି […]

ଭୁବନେଶ୍ୱର: ଇୟରବଡ୍‌‌ସ ହେଉ ଅବା ଦିଆସିଲି କାଠି କିମ୍ବା ଆଇସ୍‌‌କ୍ରିମ୍‌‌ କାଠିରେ ବି ପ୍ରସ୍ତୁତ ହେଉଛି ସୁନ୍ଦର ଓ ଆକର୍ଷଣୀୟ ରାକ୍ଷୀ। ଏହାକୁ କୌଣସି ଫେଶନ୍‌‌ ଡିଜାଇନର କିମ୍ବା କାରିଗରମାନେ ପ୍ରସ୍ତୁତ କରୁନାହାନ୍ତି। ବରଂ ବସ୍ତିରେ ରହୁଥିବା ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ଏହା ପ୍ରସ୍ତୁତ ହେଉଛି। ନିଜ ପଢ଼଼ାଖର୍ଚ୍ଚ ତୁଲାଇବାକୁ ବିଭିନ୍ନ ପର୍ବପର୍ବାଣୀରେ ଆବଶ୍ୟକୀୟ ଉପକରଣ ତିଆରି କରି କେବଳ ନିଜର ସ୍ୱାଭିମାନର ପରିଚୟ ଦେଇନାହାନ୍ତି ବରଂ ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି ବସ୍ତିର ଏହି ପଥପ୍ରାନ୍ତ ଶିଶୁମାନେ। ଆଗକୁ ରାକ୍ଷୀ ପୂର୍ଣ୍ଣମୀ ଆସୁଥିବାବେଳେ ରାକ୍ଷୀ ବିକ୍ରି ପାଇଁ ବ୍ୟବସାୟୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ହେଲେ ପ୍ରତିଯୋଗିତାଠାରୁ ବହୁ ଦୂରରେ ରହି ବିଭିନ୍ନ ଅଦରକାରୀ ସାମଗ୍ରୀ ନୂଆ ରୂପ ଦେଇ ପରିବେଶ ଅନୁକୂଳ ରାକ୍ଷୀ ପ୍ରସ୍ତୁତ କରୁଛନ୍ତି ବସ୍ତିର ଏହି କୁନି କୁନି ଛାତ୍ରଛାତ୍ରୀମାନେ। ଏଭଳି ଅଭିନବ ପ୍ରୟାସ କରୁଛନ୍ତି ରାଜଧାନୀର ୫ରୁ ଊର୍ଦ୍ଧ୍ବ ବସ୍ତିର ପ୍ରାୟ ୭୦ ଛାତ୍ରଛାତ୍ରୀ।

ଆହୁରି ପଢ଼ନ୍ତୁ: ଲିପ୍ଟ ଦେବା ବାହାନାରେ ଯୁବତୀଙ୍କୁ ଅପହରଣ କରି ଦୁଷ୍କର୍ମ ଉଦ୍ୟମ

ପ୍ରତିଦିନ ସ୍କୁଲରୁ ଫେରିବା ପରେ ପିଲାମାନେ ଖେଳକୁଦ କରିବା ବଦଳରେ ଲାଗିପଡ଼ିଛନ୍ତି ରାକ୍ଷୀ ପ୍ରସ୍ତୁତିରେ। ପରିବାରର ବୋଝ ନ ହୋଇ କିଭଳି ନିଜେ ନିଜର ଖର୍ଚ୍ଚ ବହନ କରିବେ ସେଥିପାଇଁ ଏଭଳି ନିଆରା ଉଦ୍ୟମ କରିଛନ୍ତି ଏହି ପିଲାମାନେ। ପଥପ୍ରାନ୍ତ ଶିଶୁମାନଙ୍କୁ ସୁରକ୍ଷା, ଶିକ୍ଷା ଓ ସ୍ୱାଭିମାନର ସହ ବଞ୍ଚିବା ସହ ମୁଖ୍ୟସ୍ରୋତରେ ସାମିଲ କରିବାକୁ ସାମାଜିକ ଅନୁଷ୍ଠାନ ଆଶାଏଁ ପକ୍ଷରୁ ପ୍ରାୟ ୧୦ ବର୍ଷ ହେବ ରାଜଧାନୀର ୫ଟି ସ୍ଥାନ ଯଥା ବୁଦ୍ଧନଗର, ମସ୍‌‌ଜିଦ୍‌‌ କଲୋନୀ, ନୀଲପଡ଼ିଆ, ମଣ୍ଡପ ବସ୍ତି, ଡମଣା ଆଦି ବସ୍ତିରେ ବିଦ୍ୟାଳୟ ବା କମ୍ୟୁନିଟି ଲର୍ଣ୍ଣିଂ କେନ୍ଦ୍ର ବା ‘ଆମ ପାଠଶାଳା’ରେ ଶିକ୍ଷା ସମେତ ବିଭିନ୍ନ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ସେହିକ୍ରମରେ ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣମୀ ଅବସରରେ ‘ଆମ ପାଠଶାଳା’ ପ୍ରାୟ ୫ଟି କେନ୍ଦ୍ରର ୭୦ରୁ ଊର୍ଦ୍ଧ୍ବ ପିଲା ବିଭିନ୍ନ ବର୍ଜ୍ୟବସ୍ତୁକୁ ବ୍ୟବହାର କରି ରାକ୍ଷୀ ପ୍ରସ୍ତୁତ କରୁଛନ୍ତି। ଏହାସହ କର୍ଣ୍ଣଫ୍ଲୋର ପାଉଡରରେ କ୍ଲେ ପ୍ରସ୍ତୁତ କରି ସେଥିରେ ରଙ୍ଗ ଦେଇ ଆକର୍ଷଣୀୟ ରାକ୍ଷୀ ପ୍ରସ୍ତୁତ କରୁଛନ୍ତି। ଏହି ରାକ୍ଷୀଗୁଡ଼ିକ ପରିବେଶ ଅନୁକୂଳ ହୋଇଥିବାରୁ ବଡ଼ବଡ଼ିଆ ଲୋକ ମଧ୍ୟ ଏହି ରାକ୍ଷୀ କିଣିବାକୁ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି। ଏହି ରାକ୍ଷୀଗୁଡ଼ିକ ବିଭିନ୍ନ ହାଉସିଂ କଲୋନୀରେ ଷ୍ଟଲ୍‌‌ ମାଧ୍ୟମରେ ବିକ୍ରି କରୁଛନ୍ତି।

ଆହୁରି ପଢ଼ନ୍ତୁ: ସୁନ୍ଦରଗଡ ଜିଲ୍ଲାରେ ନିକ୍ଷୟ ମିତ୍ର ପଦକ୍ଷେପ ଜରିଆରେ ଯକ୍ଷ୍ମା ରୋଗୀମାନଙ୍କୁ ସହାୟତା କରୁଛି ବେଦାନ୍ତ ଆଲୁମିନିୟମ

ପାଠପଢ଼଼ା ପରେ ପ୍ରତିଦିନ ସନ୍ଧ୍ୟାରେ ପ୍ରାୟ ୨ ଘଣ୍ଟା ଧରି ପିଲାମାନେ ଦିନକୁ ୫ଶହରୁ ଅଧିକ ରାକ୍ଷୀ ପ୍ରସ୍ତୁତ କରୁଛନ୍ତି । ଏଥିରୁ ବାହାରୁଥିବା ଲାଭ ଟଙ୍କାକୁ ପରିବାର ଭରଣପୋଷଣ ପାଇଁ ନୁହେଁ ବରଂ ନିଜ ପାଠପଢ଼଼ା ଖର୍ଚ୍ଚ ବହନ କରିବା ପାଇଁ ସଞ୍ଚୟ କରୁଥିବା ପିଲାମାନେ କହିଛନ୍ତି। ତେବେ ପାଠଶାଳାରୁ ଶିକ୍ଷାଲାଭ କରି ବର୍ତ୍ତମାନ ଉଚ୍ଚଶିକ୍ଷା କରୁଥିବା ଏସ୍‌‌.କେ. ବାଦଲ, କେ. ଭାରତୀ ରେଡ୍ଡି, ପି. କଲ୍ୟାଣ ପ୍ରମୁଖ ପିଲାମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଏହା କେବଳ ରାକ୍ଷୀ ନୁହେଁ ବରଂ ପଥପ୍ରାନ୍ତ ଶିଶୁମାନେ ପଲିଥିନ୍‌‌, ବୋତଲ ଗୋଟାଇବା କାମରୁ ଦୂରେଇ ରହି ସ୍ୱାଭିମାନର ସହ ବଞ୍ଚିବାର ରାସ୍ତା ଦେଖାଉଛି ବୋଲି ଆଶାଏଁର ସଦସ୍ୟ ବିକ୍ରମ ନାୟକ ଓ ସଂଗ୍ରାମ ରାଉତରାୟ କହିଥିବାବେଳେ ଏହି ରାକ୍ଷୀ କିଣିବାକୁ ନିବେଦନ କରିଛନ୍ତି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ: ଓଡ଼ିଶାରେ ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

26 Aug 2023 By The Sakala

କର୍ଣ୍ଣଫ୍ଲୋର୍‌ ଓ ଦିଆସିଲି କାଠିରେ ରାକ୍ଷୀ ପ୍ରସ୍ତୁତ କରି ପରିବେଶ ସୁରକ୍ଷା ପାଇଁ ରୋଲ୍‌‌ମଡେଲ୍‌ ସାଜିଛନ୍ତି ପଥପ୍ରାନ୍ତ ଶିଶୁ

ଭୁବନେଶ୍ୱର: ଇୟରବଡ୍‌‌ସ ହେଉ ଅବା ଦିଆସିଲି କାଠି କିମ୍ବା ଆଇସ୍‌‌କ୍ରିମ୍‌‌ କାଠିରେ ବି ପ୍ରସ୍ତୁତ ହେଉଛି ସୁନ୍ଦର ଓ ଆକର୍ଷଣୀୟ ରାକ୍ଷୀ। ଏହାକୁ କୌଣସି ଫେଶନ୍‌‌ ଡିଜାଇନର କିମ୍ବା କାରିଗରମାନେ ପ୍ରସ୍ତୁତ କରୁନାହାନ୍ତି। ବରଂ ବସ୍ତିରେ ରହୁଥିବା ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ଏହା ପ୍ରସ୍ତୁତ ହେଉଛି। ନିଜ ପଢ଼଼ାଖର୍ଚ୍ଚ ତୁଲାଇବାକୁ ବିଭିନ୍ନ ପର୍ବପର୍ବାଣୀରେ ଆବଶ୍ୟକୀୟ ଉପକରଣ ତିଆରି କରି କେବଳ ନିଜର ସ୍ୱାଭିମାନର ପରିଚୟ ଦେଇନାହାନ୍ତି ବରଂ ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି ବସ୍ତିର ଏହି ପଥପ୍ରାନ୍ତ ଶିଶୁମାନେ। ଆଗକୁ ରାକ୍ଷୀ ପୂର୍ଣ୍ଣମୀ ଆସୁଥିବାବେଳେ ରାକ୍ଷୀ ବିକ୍ରି ପାଇଁ ବ୍ୟବସାୟୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ହେଲେ ପ୍ରତିଯୋଗିତାଠାରୁ ବହୁ ଦୂରରେ ରହି ବିଭିନ୍ନ ଅଦରକାରୀ ସାମଗ୍ରୀ ନୂଆ ରୂପ ଦେଇ ପରିବେଶ ଅନୁକୂଳ ରାକ୍ଷୀ ପ୍ରସ୍ତୁତ କରୁଛନ୍ତି ବସ୍ତିର ଏହି କୁନି କୁନି ଛାତ୍ରଛାତ୍ରୀମାନେ। ଏଭଳି ଅଭିନବ ପ୍ରୟାସ କରୁଛନ୍ତି ରାଜଧାନୀର ୫ରୁ ଊର୍ଦ୍ଧ୍ବ ବସ୍ତିର ପ୍ରାୟ ୭୦ ଛାତ୍ରଛାତ୍ରୀ।

ପ୍ରତିଦିନ ସ୍କୁଲରୁ ଫେରିବା ପରେ ପିଲାମାନେ ଖେଳକୁଦ କରିବା ବଦଳରେ ଲାଗିପଡ଼ିଛନ୍ତି ରାକ୍ଷୀ ପ୍ରସ୍ତୁତିରେ। ପରିବାରର ବୋଝ ନ ହୋଇ କିଭଳି ନିଜେ ନିଜର ଖର୍ଚ୍ଚ ବହନ କରିବେ ସେଥିପାଇଁ ଏଭଳି ନିଆରା ଉଦ୍ୟମ କରିଛନ୍ତି ଏହି ପିଲାମାନେ। ପଥପ୍ରାନ୍ତ ଶିଶୁମାନଙ୍କୁ ସୁରକ୍ଷା, ଶିକ୍ଷା ଓ ସ୍ୱାଭିମାନର ସହ ବଞ୍ଚିବା ସହ ମୁଖ୍ୟସ୍ରୋତରେ ସାମିଲ କରିବାକୁ ସାମାଜିକ ଅନୁଷ୍ଠାନ ଆଶାଏଁ ପକ୍ଷରୁ ପ୍ରାୟ ୧୦ ବର୍ଷ ହେବ ରାଜଧାନୀର ୫ଟି ସ୍ଥାନ ଯଥା ବୁଦ୍ଧନଗର, ମସ୍‌‌ଜିଦ୍‌‌ କଲୋନୀ, ନୀଲପଡ଼ିଆ, ମଣ୍ଡପ ବସ୍ତି, ଡମଣା ଆଦି ବସ୍ତିରେ ବିଦ୍ୟାଳୟ ବା କମ୍ୟୁନିଟି ଲର୍ଣ୍ଣିଂ କେନ୍ଦ୍ର ବା ‘ଆମ ପାଠଶାଳା’ରେ ଶିକ୍ଷା ସମେତ ବିଭିନ୍ନ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ସେହିକ୍ରମରେ ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣମୀ ଅବସରରେ ‘ଆମ ପାଠଶାଳା’ ପ୍ରାୟ ୫ଟି କେନ୍ଦ୍ରର ୭୦ରୁ ଊର୍ଦ୍ଧ୍ବ ପିଲା ବିଭିନ୍ନ ବର୍ଜ୍ୟବସ୍ତୁକୁ ବ୍ୟବହାର କରି ରାକ୍ଷୀ ପ୍ରସ୍ତୁତ କରୁଛନ୍ତି। ଏହାସହ କର୍ଣ୍ଣଫ୍ଲୋର ପାଉଡରରେ କ୍ଲେ ପ୍ରସ୍ତୁତ କରି ସେଥିରେ ରଙ୍ଗ ଦେଇ ଆକର୍ଷଣୀୟ ରାକ୍ଷୀ ପ୍ରସ୍ତୁତ କରୁଛନ୍ତି। ଏହି ରାକ୍ଷୀଗୁଡ଼ିକ ପରିବେଶ ଅନୁକୂଳ ହୋଇଥିବାରୁ ବଡ଼ବଡ଼ିଆ ଲୋକ ମଧ୍ୟ ଏହି ରାକ୍ଷୀ କିଣିବାକୁ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି। ଏହି ରାକ୍ଷୀଗୁଡ଼ିକ ବିଭିନ୍ନ ହାଉସିଂ କଲୋନୀରେ ଷ୍ଟଲ୍‌‌ ମାଧ୍ୟମରେ ବିକ୍ରି କରୁଛନ୍ତି।

ପାଠପଢ଼଼ା ପରେ ପ୍ରତିଦିନ ସନ୍ଧ୍ୟାରେ ପ୍ରାୟ ୨ ଘଣ୍ଟା ଧରି ପିଲାମାନେ ଦିନକୁ ୫ଶହରୁ ଅଧିକ ରାକ୍ଷୀ ପ୍ରସ୍ତୁତ କରୁଛନ୍ତି । ଏଥିରୁ ବାହାରୁଥିବା ଲାଭ ଟଙ୍କାକୁ ପରିବାର ଭରଣପୋଷଣ ପାଇଁ ନୁହେଁ ବରଂ ନିଜ ପାଠପଢ଼଼ା ଖର୍ଚ୍ଚ ବହନ କରିବା ପାଇଁ ସଞ୍ଚୟ କରୁଥିବା ପିଲାମାନେ କହିଛନ୍ତି। ତେବେ ପାଠଶାଳାରୁ ଶିକ୍ଷାଲାଭ କରି ବର୍ତ୍ତମାନ ଉଚ୍ଚଶିକ୍ଷା କରୁଥିବା ଏସ୍‌‌.କେ. ବାଦଲ, କେ. ଭାରତୀ ରେଡ୍ଡି, ପି. କଲ୍ୟାଣ ପ୍ରମୁଖ ପିଲାମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଏହା କେବଳ ରାକ୍ଷୀ ନୁହେଁ ବରଂ ପଥପ୍ରାନ୍ତ ଶିଶୁମାନେ ପଲିଥିନ୍‌‌, ବୋତଲ ଗୋଟାଇବା କାମରୁ ଦୂରେଇ ରହି ସ୍ୱାଭିମାନର ସହ ବଞ୍ଚିବାର ରାସ୍ତା ଦେଖାଉଛି ବୋଲି ଆଶାଏଁର ସଦସ୍ୟ ବିକ୍ରମ ନାୟକ ଓ ସଂଗ୍ରାମ ରାଉତରାୟ କହିଥିବାବେଳେ ଏହି ରାକ୍ଷୀ କିଣିବାକୁ ନିବେଦନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର