ଖୁବ୍ଶୀଘ୍ର ଓଡ଼ିଶାରେ ଗଡ଼ିବ ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍, ରାଉରକେଲା-ଭୁବନେଶ୍ୱର ରୁଟରେ ଟ୍ରେନ ଚଳାଇବାକୁ ନିଷ୍ପତ୍ତି
ଭୁବନେଶ୍ୱର: ଖୁବ୍ଶୀଘ୍ର ଓଡ଼ିଶାରେ ଗଡ଼ିବ ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍। ରାଉରକେଲାରୁ ଭୁବନେଶ୍ୱର ରୁଟରେ ବନ୍ଦେ ଭାରତ ଟ୍ରେନ ଚଳାଇବାକୁ ନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ ଆଜି ଭୁବନେଶ୍ୱରରେ ରାଜଧାନୀ ଏକ୍ସପ୍ରେସରେ ତେଜସ୍ କୋଚର ଶୁଭାରମ୍ଭ କରିବା ଅବସରରେ ଏହି ଘୋଷଣା କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହା ପୁରୀରୁ ଭୁବନେଶ୍ବର, କଟକ, ଢେଙ୍କାନାଳ, ଅନୁଗୁଳ, ତାଳଚେର, ସମ୍ବଲପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଦେଇ ରାଉରକେଲା ଯାଏ ଚାଲିବ। ଏହାଫଳରେ ପଶ୍ଚିମ ଓଡ଼ିଶାବାସୀ […]
ଭୁବନେଶ୍ୱର: ଖୁବ୍ଶୀଘ୍ର ଓଡ଼ିଶାରେ ଗଡ଼ିବ ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍। ରାଉରକେଲାରୁ ଭୁବନେଶ୍ୱର ରୁଟରେ ବନ୍ଦେ ଭାରତ ଟ୍ରେନ ଚଳାଇବାକୁ ନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ ଆଜି ଭୁବନେଶ୍ୱରରେ ରାଜଧାନୀ ଏକ୍ସପ୍ରେସରେ ତେଜସ୍ କୋଚର ଶୁଭାରମ୍ଭ କରିବା ଅବସରରେ ଏହି ଘୋଷଣା କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହା ପୁରୀରୁ ଭୁବନେଶ୍ବର, କଟକ, ଢେଙ୍କାନାଳ, ଅନୁଗୁଳ, ତାଳଚେର, ସମ୍ବଲପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଦେଇ ରାଉରକେଲା ଯାଏ ଚାଲିବ। ଏହାଫଳରେ ପଶ୍ଚିମ ଓଡ଼ିଶାବାସୀ ଅଧିକ ଉପକୃତ ହେବେ। ଓଡ଼ିଶାରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ପାଇଁ ପ୍ରସ୍ତୁତି କାମ ପ୍ରାୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଏ ବର୍ଷ ମେ’ ୧୮ରେ ଓଡ଼ିଶାରେ ଗଡ଼ିଥିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ । ପୁରୀ-ହାୱଡା ମଧ୍ୟରେ ଏହି ଟ୍ରେନ ଚଳାଚଳର ଶୁଭାରମ୍ଭ ହୋଇଥିଲା । ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପାଇଁ ଆଉ ୨ଟି ବନ୍ଦେ ଭାରତ ଏକ୍ସପ୍ରେସ ଦାବି କରିଥିଲେ । ପୁରୀ-ରାଉରକେଲା ଓ ଭୁବନେଶ୍ୱର-ହାଇଦ୍ରାବାଦ ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ପାଇଁ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ।