‘ଭୁବନେଶ୍ୱର ବାର୍ତ୍ତାଜୀବୀ’କୁ ଉନ୍ମୋଚନ କଲେ ମାନସ ମଙ୍ଗରାଜ: ସତର୍କତାର ସହ କାର୍ଯ୍ୟ କରିବାକୁ ସାମ୍ୱାଦିକଙ୍କୁ ପରାମର୍ଶ

The Sakala Picture
Published On

ଭୁବନେଶ୍ୱର: ମହାମାରୀ ସମୟରେ ଲୋକଙ୍କୁ ସଚେତନ କରିବାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ମହାମାରୀର ଦ୍ୱିତୀୟ ପ୍ରବାହରେ ବର୍ତ୍ତମାନ ସୁଦ୍ଧା ୨୫ ଜଣ ଗଣମାଧ୍ୟମ ପ୍ରତିନିଧି ପ୍ରାଣ ହରାଇଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କୁ ରାଜ୍ୟ ସରକାର କରୋନା ଯୋଦ୍ଧା ଭାବେ ଘୋଷଣା କରିବା ସହ ସେମାନଙ୍କ ଲାଗି ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ବ୍ୟବସ୍ଥା କରିଛନ୍ତି । ଏଥିସହ ପ୍ରାଥମିକତା ଭିତ୍ତିରେ ସେମାନଙ୍କ ଲାଗି ଟିକାକରଣ ବ୍ୟବସ୍ଥା କରାଯାଇଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସତର୍କତାର […]

ଭୁବନେଶ୍ୱର: ମହାମାରୀ ସମୟରେ ଲୋକଙ୍କୁ ସଚେତନ କରିବାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ମହାମାରୀର ଦ୍ୱିତୀୟ ପ୍ରବାହରେ ବର୍ତ୍ତମାନ ସୁଦ୍ଧା ୨୫ ଜଣ ଗଣମାଧ୍ୟମ ପ୍ରତିନିଧି ପ୍ରାଣ ହରାଇଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କୁ ରାଜ୍ୟ ସରକାର କରୋନା ଯୋଦ୍ଧା ଭାବେ ଘୋଷଣା କରିବା ସହ ସେମାନଙ୍କ ଲାଗି ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ବ୍ୟବସ୍ଥା କରିଛନ୍ତି । ଏଥିସହ ପ୍ରାଥମିକତା ଭିତ୍ତିରେ ସେମାନଙ୍କ ଲାଗି ଟିକାକରଣ ବ୍ୟବସ୍ଥା କରାଯାଇଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସତର୍କତାର ସହ କାମ କରିବା ଲାଗି ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ।

ଆହୁରି ପଢ଼ନ୍ତୁ: ଓସମା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ: ଲୋୟର ପିଏମଜିରେ ଗର୍ଜିଲେ ଶତାଧିକ କର୍ମଚାରୀ

ଭୁବନେଶ୍ୱର ସାମ୍ୱାଦିକ ସଂଘର ବାର୍ଷିକ ପତ୍ରିକା ‘ଭୁବନେଶ୍ୱର ବାର୍ତ୍ତାଜୀବୀ’ର ଉନ୍ମୋଚନ ଅବସରରେ ସେ ଏହା କହିଛନ୍ତି । ରବିବାର ଭର୍ଚୁଆଲ ମାଧ୍ୟମରେ ଏହି ପତ୍ରିକା ଉନ୍ମୋଚିତ ହୋଇଛି । ଭୁବନେଶ୍ୱର ସାମ୍ୱାଦିକ ସଂଘ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ୟ୍ୟକ୍ରମକୁ ଉତ୍କଳ ସାମ୍ୱାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କର ପରିଚାଳନା କରିଥିଲେ । କାର୍ୟ୍ୟକ୍ରମରେ ରାଜ୍ୟ କୋଷାଧ୍ୟକ୍ଷ ରାଜେନ ଚୌଧୁରୀ, ଭୁବନେଶ୍ୱର ସାମ୍ୱାଦିକ ସଂଘ ଉପ ସଭାପତି ଗଗନ ସ୍ୱାଇଁ, ସାଧାରଣ ସମ୍ପାଦକ ଲକ୍ଷ୍ମୀକାନ୍ତ ଦାସ, ସଂଗଠନ ସମ୍ପାଦକ ଜତେନ୍ଦ୍ର ମହାନ୍ତି, ନୃସିଂହ ମହାପାତ୍ରଙ୍କ ସମେତ ବହୁ ଜିଲ୍ଲା ସାମ୍ୱାଦିକ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ କରୋନାରେ ପ୍ରାଣ ହରାଇଥିବା ସାମ୍ୱାଦିକଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନିରବ ପ୍ରାର୍ଥନା ମଧ୍ୟ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଏପ୍ରିଲ ୨୭ରୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଛୁଟି

17 May 2021 By The Sakala

‘ଭୁବନେଶ୍ୱର ବାର୍ତ୍ତାଜୀବୀ’କୁ ଉନ୍ମୋଚନ କଲେ ମାନସ ମଙ୍ଗରାଜ: ସତର୍କତାର ସହ କାର୍ଯ୍ୟ କରିବାକୁ ସାମ୍ୱାଦିକଙ୍କୁ ପରାମର୍ଶ

ଭୁବନେଶ୍ୱର: ମହାମାରୀ ସମୟରେ ଲୋକଙ୍କୁ ସଚେତନ କରିବାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ମହାମାରୀର ଦ୍ୱିତୀୟ ପ୍ରବାହରେ ବର୍ତ୍ତମାନ ସୁଦ୍ଧା ୨୫ ଜଣ ଗଣମାଧ୍ୟମ ପ୍ରତିନିଧି ପ୍ରାଣ ହରାଇଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କୁ ରାଜ୍ୟ ସରକାର କରୋନା ଯୋଦ୍ଧା ଭାବେ ଘୋଷଣା କରିବା ସହ ସେମାନଙ୍କ ଲାଗି ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ବ୍ୟବସ୍ଥା କରିଛନ୍ତି । ଏଥିସହ ପ୍ରାଥମିକତା ଭିତ୍ତିରେ ସେମାନଙ୍କ ଲାଗି ଟିକାକରଣ ବ୍ୟବସ୍ଥା କରାଯାଇଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସତର୍କତାର ସହ କାମ କରିବା ଲାଗି ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ।

ଭୁବନେଶ୍ୱର ସାମ୍ୱାଦିକ ସଂଘର ବାର୍ଷିକ ପତ୍ରିକା ‘ଭୁବନେଶ୍ୱର ବାର୍ତ୍ତାଜୀବୀ’ର ଉନ୍ମୋଚନ ଅବସରରେ ସେ ଏହା କହିଛନ୍ତି । ରବିବାର ଭର୍ଚୁଆଲ ମାଧ୍ୟମରେ ଏହି ପତ୍ରିକା ଉନ୍ମୋଚିତ ହୋଇଛି । ଭୁବନେଶ୍ୱର ସାମ୍ୱାଦିକ ସଂଘ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ୟ୍ୟକ୍ରମକୁ ଉତ୍କଳ ସାମ୍ୱାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କର ପରିଚାଳନା କରିଥିଲେ । କାର୍ୟ୍ୟକ୍ରମରେ ରାଜ୍ୟ କୋଷାଧ୍ୟକ୍ଷ ରାଜେନ ଚୌଧୁରୀ, ଭୁବନେଶ୍ୱର ସାମ୍ୱାଦିକ ସଂଘ ଉପ ସଭାପତି ଗଗନ ସ୍ୱାଇଁ, ସାଧାରଣ ସମ୍ପାଦକ ଲକ୍ଷ୍ମୀକାନ୍ତ ଦାସ, ସଂଗଠନ ସମ୍ପାଦକ ଜତେନ୍ଦ୍ର ମହାନ୍ତି, ନୃସିଂହ ମହାପାତ୍ରଙ୍କ ସମେତ ବହୁ ଜିଲ୍ଲା ସାମ୍ୱାଦିକ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ କରୋନାରେ ପ୍ରାଣ ହରାଇଥିବା ସାମ୍ୱାଦିକଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନିରବ ପ୍ରାର୍ଥନା ମଧ୍ୟ କରାଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର