ବିବାହ ପୂର୍ବରୁ ପ୍ରେମିକାର ଅଶ୍ଳୀଳ ଭିଡିଓ ଭାଇରାଲ୍‍ କଲା ଯୁବକ

The Sakala Picture
Published On

ଭୁବନେଶ୍ୱର : ପ୍ରେମିକା ସହ ଫାଟ ସୃଷ୍ଟିହେବା ପରେ ପ୍ରେମିକ ତାଙ୍କର ଅଶ୍ଲୀଳ ଭିଡିଓ ଭାଇରାଲ କଲେ। କିନ୍ତୁ ସେ ଯେଉଁ ଉଦ୍ଦେଶ୍ୟ ରଖି ଭିଡିଓ ଭାଇରାଲ କଲେ, ତାହା ସଫଳ ହେଲା ନାହି। ପ୍ରେମିକାର ଅଶ୍ଲୀଳ ଭିଡିଓ ଭାଇରାଲ ସତ୍ତ୍ବେ ମଧ୍ୟ ଅନ୍ୟ ଜଣେ ଯୁବକ ତାଙ୍କୁ ଆପଣାଇ ନେଇଛନ୍ତି। ଶେଷରେ ରବିବାର ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଛନ୍ତି। ଏଭଳି ଘଟଣା ଲିଙ୍ଗରାଜ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ଶନିବାର ଥାନାରେ ଅଭିଯୋଗ କରିଥିବା […]

ଭୁବନେଶ୍ୱର : ପ୍ରେମିକା ସହ ଫାଟ ସୃଷ୍ଟିହେବା ପରେ ପ୍ରେମିକ ତାଙ୍କର ଅଶ୍ଲୀଳ ଭିଡିଓ ଭାଇରାଲ କଲେ। କିନ୍ତୁ ସେ ଯେଉଁ ଉଦ୍ଦେଶ୍ୟ ରଖି ଭିଡିଓ ଭାଇରାଲ କଲେ, ତାହା ସଫଳ ହେଲା ନାହି। ପ୍ରେମିକାର ଅଶ୍ଲୀଳ ଭିଡିଓ ଭାଇରାଲ ସତ୍ତ୍ବେ ମଧ୍ୟ ଅନ୍ୟ ଜଣେ ଯୁବକ ତାଙ୍କୁ ଆପଣାଇ ନେଇଛନ୍ତି। ଶେଷରେ ରବିବାର ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଛନ୍ତି। ଏଭଳି ଘଟଣା ଲିଙ୍ଗରାଜ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ଶନିବାର ଥାନାରେ ଅଭିଯୋଗ କରିଥିବା ଯୁବତୀଙ୍କ ନଣନ୍ଦଙ୍କ ଅଭିଯୋଗ ଆଧାରରେ ପୁଲିସ ଆଇଟି ଆକ୍ଟରେ ଏକ ମାମଲା ରୁଜୁକରି ତଦନ୍ତ କରୁଛି। ଏପରିକି ମାମଲା ହେବା ଜାଣି ଭାଇରାଲ୍‍ କରିଥିବା ପ୍ରେମିକ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: କାଲିଠୁ ବିଧାନସଭାର ମୌସୁମୀ ଅଧିବେଶନ: ବିଭିନ୍ନ ପ୍ରସଙ୍ଗରେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇପାରନ୍ତି ରାଜ୍ୟ ସରକାର

ଅଭିଯୋଗ ଅନୁସାରେ, ନିଆଳିର ରମାକାନ୍ତ ଖୁଣ୍ଟିଆ ନାମକ ଯୁବକ ତାଙ୍କର ଜଣେ ସମ୍ପକୀୟଙ୍କ ଝିଅକୁ ଭଲ ପାଉଥିଲେ। ଗତ ୫ ବର୍ଷ ହେବ ଉଭୟ ମିଳିମିଶା କରିବା ସହ ବୁଲାବୁଲି କରୁଥିଲେ। ଏପରିକି ଉଭୟଙ୍କ ମଧ୍ୟରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ପ୍ରେମିକ ନିଜ ମୋବାଇଲ୍‍ରେ ରେକର୍ଡିଂ କରି ରଖିଥିଲେ। ଉଭୟ ବିବାହ କରିବା ପାଇଁ ନିର୍ବନ୍ଧ ମଧ୍ୟ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଝିଅ ଘର ଲୋକ ଅନ୍ୟ ଏକ ଆଳ ଦେଖାଇ ବିବାହ ଭାଙ୍ଗି ଦେଇ ଅନ୍ୟ ଜଣେ ଯୁବକଙ୍କ ସହ ଠିକ୍‍କରି ଦେଇଥିଲେ। ଯାହାକୁ ପ୍ରେମିକ ଜଣଙ୍କ ସହ୍ୟ କରିପାରି ନ ଥିଲେ। ଶେଷରେ ସେ ଯୁବତୀଙ୍କ ନଣନ୍ଦଙ୍କୁ ମଧ୍ୟ ଏ ନେଇ ଫୋନ୍‍ରେ ଅବଗତ କରିଥିଲେ। ପ୍ରେମିକ ଜଣଙ୍କ ଅଶ୍ଳୀଳ ଭିଡିଓ ଏବଂ ଫଟୋକୁ ଝିଅର ନଣନ୍ଦଙ୍କ ନିକଟକୁ ପଠାଇ ଦେଇଥିଲେ। ଏହାକୁ ନେଇ ଯୁବତୀଙ୍କ ନଣନ୍ଦ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୩କୁ ଘୁଞ୍ଚିଲା ଉଚ୍ଚ ପ୍ରାଥମିକ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର