ଆଜି ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡ଼ିଶା ଗସ୍ତ, ଲୋକାର୍ପିତ ହେବ ବିଜୁ ଏକ୍ସପ୍ରେସ ୱେ

The Sakala Picture
Published On

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ବିକାଶ କାହାଣୀରେ ଯୋଡ଼ିହେବାକୁ ଯାଉଛି ଆଉ ଏକ ଐତିହାସିକ ଅଧ୍ୟାୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଶ୍ଚିମ ଓଡ଼ିଶାର ୩ଟି ଜିଲ୍ଲା ଗସ୍ତ ଅବସରରେ ନୂଆପଡ଼ାଠାରେ ବିଜୁ ଏକ୍ସପ୍ରେସ ୱେକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ପଶ୍ଚିମରୁ ଦକ୍ଷିଣ ଓଡ଼ିଶାକୁ ଯୋଡୁଥିବା ଏହି ଏକ୍ସପ୍ରେସ ୱେକୁ ବିଜୁ ଅର୍ଥନୈତିକ କରିଡର ଭାବେ ନାମିତ କରାଯିବାକୁ ନିଷ୍ପତ୍ତି ହୋଇଛି। ପଶ୍ଚିମ ଓଡ଼ିଶାର ୬ ଓ ଦକ୍ଷିଣ ଓଡ଼ିଶାର ୩ ଜିଲ୍ଲା ସୁନ୍ଦରଗଡ଼, ସମ୍ୱଲପୁର, […]

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ବିକାଶ କାହାଣୀରେ ଯୋଡ଼ିହେବାକୁ ଯାଉଛି ଆଉ ଏକ ଐତିହାସିକ ଅଧ୍ୟାୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଶ୍ଚିମ ଓଡ଼ିଶାର ୩ଟି ଜିଲ୍ଲା ଗସ୍ତ ଅବସରରେ ନୂଆପଡ଼ାଠାରେ ବିଜୁ ଏକ୍ସପ୍ରେସ ୱେକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ପଶ୍ଚିମରୁ ଦକ୍ଷିଣ ଓଡ଼ିଶାକୁ ଯୋଡୁଥିବା ଏହି ଏକ୍ସପ୍ରେସ ୱେକୁ ବିଜୁ ଅର୍ଥନୈତିକ କରିଡର ଭାବେ ନାମିତ କରାଯିବାକୁ ନିଷ୍ପତ୍ତି ହୋଇଛି।

ଆହୁରି ପଢ଼ନ୍ତୁ: ଆତଙ୍କୀ ଲିଙ୍କ୍‌ରେ ଓଡ଼ିଆ ଯୁବକ ଶେଖ୍ ଇମ୍ରାନ ସମେତ ୪ଜଣଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

ପଶ୍ଚିମ ଓଡ଼ିଶାର ୬ ଓ ଦକ୍ଷିଣ ଓଡ଼ିଶାର ୩ ଜିଲ୍ଲା ସୁନ୍ଦରଗଡ଼, ସମ୍ୱଲପୁର, ଝାରସୁଗୁଡା, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ସାମଗ୍ରିକ ବିକାଶକୁ ଦୃଷ୍ଟିରେ ରଖି ଏହି ଏକ୍ସପ୍ରେସ ୱେର ପରିକଳ୍ପନା କରାଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଅର୍ଥନୈତିକ-ସାମାଜିକ-ସାଂସ୍କୃତିକ ଅଭିବୃଦ୍ଧି କ୍ଷେତ୍ରରେ ଏହା ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଦେବ। ଏହି ଏକ୍ସପ୍ରେସ ୱେ ଦ୍ୱାରା ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ସହ ବ୍ୟବସାୟିକ ସମ୍ପର୍କ ବୃଦ୍ଧିରେ ମଧ୍ୟ ସହାୟକ ହେବ। ସମ୍ପ୍ରତି ସୁନ୍ଦରଗଡ଼ରୁ କଳାହାଣ୍ଡି ପର୍ଯ୍ୟନ୍ତ ୫୪୬ କିଲୋମିଟର ଲମ୍ୱା ଏହି ଏକ୍ସପ୍ରେସ ୱେ ପଶ୍ଚିମ ଓଡ଼ିଶାକୁ ଆଗାମୀ ଦିନରେ ସମୃଦ୍ଧି କ୍ଷେତ୍ରରେ ଏକ ନୂଆ ଉଚ୍ଚତା ପ୍ରଦାନ କରିବାକୁ ଯାଉଛି।

ଆହୁରି ପଢ଼ନ୍ତୁ: ଝାରସୁଗୁଡା ଏବଂ ସୁନ୍ଦରଗଡ଼ରେ ସୌର ଷ୍ଟ୍ରିଟ ଲାଇଟ ସହିତ ଗ୍ରାମୀଣ ସୁରକ୍ଷାକୁ ସୁଦୃଢ଼ କରିଛି ବେଦାନ୍ତ ଆଲୁମିନିୟମ

ସୁନ୍ଦରଗଡ଼ ଜିଲ୍ଲାର ଶେଷମୁଣ୍ଡରେ ଥିବା ବୀରମିତ୍ରପୁର ଠାରୁ କଳାହାଣ୍ଡି ଜିଲ୍ଲାର ଆମ୍ୱପାଣିକୁ ସଂଯୋଗ କରୁଛି ଏହି ଏକ୍ସପ୍ରେସ ୱେ। ପ୍ରାୟ ୬୦୦ କୋଟି ଟଙ୍କା ବିନିମୟରେ ରାଜ୍ୟ ସରକାର ୪ ଲେନ୍‌‌ ବିଶିଷ୍ଟ ଏହି ଏକ୍ସପ୍ରେସ ୱେର ନିର୍ମାଣ କରିଛନ୍ତି। ଏକ୍ସପ୍ରେସ ୱେର ନିର୍ମାଣ ପଶ୍ଚିମ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ଏହାକୁ ବେଶ୍‌‌ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ବିଜୁ ଏକ୍ସପ୍ରେସ ୱେର ଉଦଘାଟନ ସହ ପଶ୍ଚିମ ଓଡ଼ିଶାରେ ଏକ ନୂଆ ଯୁଗର ଅୟମାରମ୍ଭ ହେବାକୁ ଯାଉଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଆସନ୍ତା ୨୫ ପର୍ଯ୍ୟନ୍ତ ପ୍ରବଳ ତାତି ଓ ଗୁଳୁଗୁଳି, କାଁ ଭାଁ କାଳବୈଶାଖୀ କମାଇପାରିବନି ତାତି

ଅନ୍ୟପକ୍ଷରେ ବରଗଡ଼-କଳାହାଣ୍ଡି-ନୂଆପଡ଼ାର ଗ୍ରୀନଫିଲ୍ଡ ଅଞ୍ଚଳରେ ଥିବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ ମଧ୍ୟ ମୁଖ୍ୟସ୍ରୋତରେ ଯୋଡି ହେବେ। ପ୍ରାକୃତିକ ସମ୍ପଦର ସୁବିନିଯୋଗ ସାଙ୍ଗକୁ ବର୍ତ୍ତମାନର କାର୍ଯ୍ୟକ୍ଷମ ହୋଇଥିବା ଶିଳ୍ପ ପାଇଁ ଆନୁଷଙ୍ଗିକ ଶିଳ୍ପର ବିକାଶ ହୋଇପାରିବ। ଏଠାରେ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ବିଜୁ ଅର୍ଥନୈତିକ କରିଡରର ଦୁଇ ପାଖରେ ପ୍ରାୟ ୧୧ଟି ଶିଳ୍ପ ସଂସ୍ଥା ନିଜର ଉଦ୍ୟୋଗ ପ୍ରତିଷ୍ଠା କରିବେ।

ଏଥିପାଇଁ ଶିଳ୍ପନୀତି ୨୦୨୨ରେ ରାଜ୍ୟ ସରକାର ପର୍ଯ୍ୟାପ୍ତ ସୁବିଧା ସୁଯୋଗ ଯୋଗାଇ ଦେଉଥିବା ବେଳେ ଆଗାମୀ ଦିନରେ ଏହି ସଂଖ୍ୟାରେ ଆହୁରି ଦ୍ରୁତ ଅଭିବୃଦ୍ଧି ଘଟିବା ନେଇ ଆଶା କରାଯାଉଛି। ରାଜ୍ୟର ଭାତ ହାଣ୍ଡି ବୋଲି କୁହାଯାଉଥିବା ପଶ୍ଚିମ ଓଡ଼ିଶାରେ ଖାଦ୍ୟ ପ୍ରକ୍ରିୟାକରଣ ଓ କୃଷିଭିତ୍ତିକ ଶିଳ୍ପ ସହ ଅନ୍ୟ ଶିଳ୍ପାନୁଷ୍ଠାନ ଗୁଡ଼ିକ ନିଜର ଉଦ୍ୟୋଗ ପ୍ରତିଷ୍ଠା କରିବେ। ଯାହାଫଳରେ ଅର୍ଥନୈତିକ ଅଭିବୃଦ୍ଧି ସହ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିପରି ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ସହ ବିଜୁ ଏକ୍ସପ୍ରେସ ୱେ ଯୋଡ଼ିହେବାକୁ ଥିବାରୁ ବ୍ୟାପକ ଢଙ୍ଗରେ ଓଡ଼ିଶା ଏହାର ଲାଭ ପାଇବ ବୋଲି ବିଶେଷଜ୍ଞ ମହଲରେ ମତପ୍ରକାଶ ପାଇଛି।

ସକାଳ ୯ ଟା ୪୦ରୁ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବିମାନ ଯୋଗେ ଯାତ୍ରା ଆରମ୍ଭ କରି ବରଗଡ଼ ଜିଲ୍ଲାର ପଦ୍ମପୁରର ସତୀଭଟା ଏୟାରଷ୍ଟ୍ରିପ୍‌‌ରେ ମୁଖ୍ୟମନ୍ତ୍ରୀ ପହଞ୍ଚି ହେଲିକପ୍ଟର ଯୋଗେ ସୋହେଲା ନିକଟସ୍ଥ ହଳଦୀପଲ୍ଲୀ ଅସ୍ଥାୟୀ ହେଲିପ୍ୟାଡ୍‌‌କୁ ଗସ୍ତ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲାରେ ୨୩୪ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌‌ଘାଟନକରିବାର କାର୍ଯ୍ୟକ୍ରମ ରହିଛି। ବରଗଡ଼ରେ କାର୍ଯ୍ୟକ୍ରମ ଶେଷ ପରେ ମୁଖ୍ୟମନ୍ତ୍ରୀ ସୋହେଲା ଠାରୁ ଘେଁସ୍‌‌ ଯାଏ ବିଜୁ ଏକ୍ସପ୍ରେସ୍‌‌ ୱେର୍‌‌ (୧୮ କିମି)ର ରୋଡ୍‌‌ ଶୋ’ କରିବେ। ଏହି ରୋଡ୍‌‌ ଶୋ’ ବେଳେ ମୁଖ୍ୟମନ୍ତ୍ରୀ ଛୁରିଆପାଲିଠାରେ ଥିବା ଯାଯାବର ମୌଳିକ ସୁବିଧା କେନ୍ଦ୍ର, ପେଟୁପଲିଠାରେ ସହିଦ କୁଞ୍ଜେଲ ସିଂ ଶିଶୁ ଉଦ୍ୟାନ, ଘେଁସଠାରେ ମାଧୋ ସିଂଙ୍କ ପ୍ରତିମୂର୍ତ୍ତ ନିକଟରେ ସାଧାରଣ ଲୋକଙ୍କୁ ଉଦ୍‌‌ବୋଧନ ଦେବେ।

ଏହାପରେ ଘେଁସ୍‌‌ ହାଇସ୍କୁଲ ପଡ଼ିଆରୁ ହେଲିକପ୍ଟର ଯୋଗେ ନୂଆପଡ଼ା ଅଭିମୁଖେ ଗସ୍ତ କରିବେ। ନୂଆପଡ଼ାର କୋମନା ବ୍ଲକ ସ୍ଥିତ ସିଲେଟପାଣିଠାରେ ମୁଖ୍ୟମନ୍ତ୍ରୀ ପହଞ୍ଚି ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଉଦ୍‌‌ଘାଟନ ଓ ଶିଳାନ୍ୟାସ କରିବେ। ନୂଆପଡ଼ାରେ ବିଜୁ ଏକ୍ସପ୍ରେସ ୱେକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ କଳାହାର୍ଣ୍ଡିି ଜିଲ୍ଲା ପାଇଁ ପ୍ରାୟ ୨୧୦୦ କୋଟି ଟଙ୍କାର ପ୍ରକଳ୍ପୁ ଉଦ୍‌‌ଘାଟନ କରିବେ। ଏଥିପାଇଁ ପ୍ରଶାସନିକସ୍ତରରେ ବ୍ୟାପକ ପ୍ରସ୍ତୁତି ହୋଇଛି।

ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆ, ପଶ୍ଚିମାଞ୍ଚଳ ପୁଲିସ ଡ଼ିଆଇଜି ରାଜେଶ ପଣ୍ଡିତ, ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଗସ୍ତପ୍ରସ୍ତୁତି ଓ ସୁରକ୍ଷା ଦାୟିତ୍ୱର ସମୀକ୍ଷା କରିଛନ୍ତି। ଅନ୍ୟପକ୍ଷରେ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନିମନ୍ତେ ବିଭିନ୍ନ ପ୍ରସ୍ତୁତି କରାଯାଇଛି। ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ସୁଜିତ୍‌‌ କୁମାର, ବିଧାୟକ ପ୍ରଦୀପ ଦିଶାରୀ, ଦିବ୍ୟଶଙ୍କର ମିଶ୍ର, ମୌଷଧୀ ବାଗ, ବରିଷ୍ଠ ନେତା ପୁଷ୍ପେନ୍ଦ୍ର ସିଂହଦେଓ ପ୍ରମୁଖ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମର ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି।

05 Mar 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର