ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ, ୩୦ ସହପାଠୀଙ୍କୁ ଭେଟିପାରନ୍ତି ରାଷ୍ଟ୍ରପତି

The Sakala Picture
Published On

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ୧୦ ଓ ୧୧ରେ ଭୁବନେଶ୍ୱରରେ ଦୁଇଟି ଓ କଟକରେ ଗୋଟିଏ ସ୍ଥାନରେ କାର୍ଯ୍ୟକ୍ରମ ରହିଛି। ପ୍ରଥମ ଦିନ ଭୁବନେଶ୍ୱରରେ ଉତ୍କଳ ମଣ୍ଡପରେ ଜ୍ଞାନପ୍ରଭା ମିଶନର କାର୍ଯ୍ୟକ୍ରମ ସହ ରମାଦେବୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେଭଳି କଟକର ସିଆରଆରଆଇରେ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ। ଏଥିସହ ୧୧ତାରିଖ ଦିନ ସକାଳୁ ରାଷ୍ଟ୍ରପତିଙ୍କ ମହାପ୍ରଭୁ ଲିଙ୍ଗରାଜ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। […]

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ୧୦ ଓ ୧୧ରେ ଭୁବନେଶ୍ୱରରେ ଦୁଇଟି ଓ କଟକରେ ଗୋଟିଏ ସ୍ଥାନରେ କାର୍ଯ୍ୟକ୍ରମ ରହିଛି। ପ୍ରଥମ ଦିନ ଭୁବନେଶ୍ୱରରେ ଉତ୍କଳ ମଣ୍ଡପରେ ଜ୍ଞାନପ୍ରଭା ମିଶନର କାର୍ଯ୍ୟକ୍ରମ ସହ ରମାଦେବୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେଭଳି କଟକର ସିଆରଆରଆଇରେ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ। ଏଥିସହ ୧୧ତାରିଖ ଦିନ ସକାଳୁ ରାଷ୍ଟ୍ରପତିଙ୍କ ମହାପ୍ରଭୁ ଲିଙ୍ଗରାଜ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ କମିସନରେଟ୍‌‌ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ ପରିଚାଳନା ଗୁରୁତ୍ୱ ଦିଆଯାଇଛି। ଭୁବନେଶ୍ୱର ବିମାନବନ୍ଦରରେ ଓହ୍ଲାଇବା ପର ଠାରୁ, କାର୍ଯ୍ୟକ୍ରମ ସ୍ଥଳକୁ ଯିବା, ରାଜଭବନରେ ରାତିରହଣୀ, ଲିଙ୍ଗରାଜ ମନ୍ଦିର ଦର୍ଶନ ପର୍ଯ୍ୟନ୍ତ ସବୁଠି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ। ଏନେଇ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତିଙ୍କ ଗସ୍ତନେଇ ସବୁ ବିଭାଗ ସହ ମୁଖ୍ୟଶାସନ ସଚିବ ଆଲୋଚନା କରିଛନ୍ତି। ଓଡ଼ିଶା ପୁଲିସ ସହ ଗୃହ ସଚିବ, ରାଜଭବନର ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି। ମଙ୍ଗଳବାର ପୂର୍ବାହ୍ଣରେ ରାଷ୍ଟ୍ରପତିଙ୍କ ଦାୟିତ୍ୱରେ ଥିବା ସୁରକ୍ଷାଦଳ ରାଷ୍ଟ୍ରପତିଙ୍କ ଗସ୍ତସ୍ଥଳ ବୁଲିବା ପରେ ପୁଲିସ ସହ ଆଲୋଚନା କରିବେ। ପରେ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ବିଷୟରେ ବନ୍ଦୋବସ୍ତ କରାଯିବ ବୋଲି କୁହାଯାଇଛି। ଏନେଇ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ରାଷ୍ଟ୍ରପତିଙ୍କ ଗସ୍ତ ଅବସରରେ ବ୍ଲୁବୁକ ଅନୁସାରେ ସୁରକ୍ଷା ଆୟୋଜନ ହୋଇଥାଏ। ରାଷ୍ଟ୍ରପତିଙ୍କ ଦୁଇ ଦିନ କାର୍ଯ୍ୟକ୍ରମ ରହିଛି। ଏଣୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡି ଗ୍ରହଣ କରାଯିବ। ଭୁବନେଶ୍ୱରରେ ଦୁଇଟି ଓ କଟକରେ ଗୋଟିଏ କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ବିମାନବନ୍ଦରରୁ ରାଜଭବନ ଓ କାର୍ଯ୍ୟକ୍ରମ ସ୍ଥଳ ସବୁଠି ସୁରକ୍ଷା ବନ୍ଦୋବସ୍ତ ବିଷୟରେ ଆଲୋଚନା ହୋଇଥିଲା। ଆବଶ୍ୟକତା ଅନୁସାରେ ପୁଲିସ ଫୋର୍ସ ମୁତୟନ କରାଯିବ। ସେନେଇ ପରବର୍ତ୍ତୀ ପର୍ଯ୍ୟାୟରେ ନିଷ୍ପତ୍ତି ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

୩୦ ସହପାଠୀଙ୍କୁ ଭେଟିପାରନ୍ତି ରାଷ୍ଟ୍ରପତି
୧୦ତାରିଖ ଅପରାହ୍ଣରେ ରମାଦେବୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବେ। ଉକ୍ତ ଉତ୍ସବରେ ରାଷ୍ଟ୍ରପତିଙ୍କ ଘଣ୍ଟାଏ ବିତାଇବେ। ପରେ ୧୦ମିନିଟ ଲାଗି ପୁରାତନ ଛାତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ସମୟରେ ପାଠ ପଢ଼଼ୁଥିବା ନିଜର ୩୦ଜଣ ସହପାଠୀଙ୍କୁ ଭେଟିବାର ତାଲିକା ପ୍ରସ୍ତୁତ ହୋଇଛି। ମାତ୍ର ରାଷ୍ଟ୍ରପତି ଭବନରୁ ଏପର୍ଯ୍ୟନ୍ତ ଅନୁମତି ମିଳିନାହିଁ। ଆଜି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଅନ୍ୟପକ୍ଷରେ ରମାଦେବୀ ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟକୁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌‌ଘାଟନ କରିବେ।

07 Feb 2023 By The Sakala

https://www.thesakala.in/latest-odisha-news/odisha-prepares-for-two-day-visit-of-president-murmu-from-feb-10/article-18740
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର