କମିସନରେଟ୍‌‌ ପୁଲିସ ପାଇଁ ଆହ୍ୱାନର ବର୍ଷ ୨୦୨୩ : ଫୋକସ୍‌‌ରେ ହକି ବିଶ୍ୱକପ୍‌‌କୁ ସୁପରିଚାଳନା

The Sakala Picture
Published On

ଭୁବନେଶ୍ୱର : ବିଦାୟ ନେଇଛି ୨୦୨୨। ବିଗତବର୍ଷରେ ଭୁବନେଶ୍ୱରରେ ବହୁ ସମ୍ବେଦନଶୀଳ ଘଟଣାକୁ ସମାଧନ କରି ସଫଳତା ପାଇଛି କମିସନରେଟ୍‌‌ ପୁଲିସ। ଏହିମର୍ମରେ ୨୦୨୩ରେ ଦ୍ୱୈତନଗରୀବାସୀଙ୍କୁ ସେବା ଯୋଗାଇବା ସହ ଆଇନ୍‌‌ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଲକ୍ଷ୍ୟ ରଖିଛି କମିସନରେଟ ପୁଲିସ। ଆଉ ୨୦୨୩ କମିସନରେଟ ପୁଲିସ ଲାଗି ରହିବ ଆହ୍ୱାନର ବର୍ଷ। ଏଣୁ କମିସନରେଟ୍‌‌ ପୁଲିସ ଅଧିକାରୀଙ୍କୁ ୭ ସୂତ୍ରୀ ବିଷୟରେ ଗୁରୁମନ୍ତ୍ର ଦେଇଛନ୍ତି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ। ହକି ବିଶ୍ୱକପ୍‌‌, ସାଇବର ଅପରାଧ, ବ୍ରାଉନ୍‌‌ସୁଗର […]

ଭୁବନେଶ୍ୱର : ବିଦାୟ ନେଇଛି ୨୦୨୨। ବିଗତବର୍ଷରେ ଭୁବନେଶ୍ୱରରେ ବହୁ ସମ୍ବେଦନଶୀଳ ଘଟଣାକୁ ସମାଧନ କରି ସଫଳତା ପାଇଛି କମିସନରେଟ୍‌‌ ପୁଲିସ। ଏହିମର୍ମରେ ୨୦୨୩ରେ ଦ୍ୱୈତନଗରୀବାସୀଙ୍କୁ ସେବା ଯୋଗାଇବା ସହ ଆଇନ୍‌‌ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଲକ୍ଷ୍ୟ ରଖିଛି କମିସନରେଟ ପୁଲିସ। ଆଉ ୨୦୨୩ କମିସନରେଟ ପୁଲିସ ଲାଗି ରହିବ ଆହ୍ୱାନର ବର୍ଷ। ଏଣୁ କମିସନରେଟ୍‌‌ ପୁଲିସ ଅଧିକାରୀଙ୍କୁ ୭ ସୂତ୍ରୀ ବିଷୟରେ ଗୁରୁମନ୍ତ୍ର ଦେଇଛନ୍ତି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ। ହକି ବିଶ୍ୱକପ୍‌‌, ସାଇବର ଅପରାଧ, ବ୍ରାଉନ୍‌‌ସୁଗର କାରବାର, ଟ୍ରାଫିକ ପରିଚାଳନା, ଷ୍ଟ୍ରିଟ୍‌‌ କାଇମ୍‌‌, ବରିଷ୍ଠ ନାଗରିକ ସୁରକ୍ଷା, ଆତ୍ମହତ୍ୟା ରୋକିବା, ବସ୍ତିକୁ ଚାଲ୍‌‌ ଅଭିଯାନକୁ ତ୍ୱରାନିତ କରିବା ଦିଗରେ ଜାରି ରହିବ ବିଭିନ୍ନ କାର୍ଯ୍ୟକ୍ରମ ପ୍ରକ୍ରିୟା।

ଆହୁରି ପଢ଼ନ୍ତୁ: କୋର୍ଟରେ ଖାରଜ ହେଲା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଅପବ୍ୟବହାର ମାମଲା

ଚଳିତବର୍ଷ ଅବା ଜାନୁଆରୀ ୧୩ରୁ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଛି ହକି ବିଶ୍ୱକପ୍‌‌। ଏଣୁ ହକି ବିଶ୍ୱକପ୍‌‌କୁ ସୁଚାରରୂପେ ସୁ-ପରିଚାଳନା କରିବା ଦିଗରେ ଫୋକସ୍‌‌ କରାଯାଇଛି। ୧୬ ଦେଶର ଖେଳାଳି, ଅଫିସିଆଲ୍‌‌, ବିଦେଶୀ ପର୍ଯ୍ୟଟକ ଓ ହକିପ୍ରେମୀ ଭୁବନେଶ୍ୱରକୁ ଆସିବେ। ସେମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଓ ଶୃଙ୍ଖଳିତ ଖେଳ ସମାପନ କରି ବିଦେଶରେ ଲୋକପ୍ରିୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି କମିସନରେଟ ପୁଲିସ। ସେହିପରି କରୋନା ଭଳି ଅଦୃଶ୍ୟ ଭୂତାଣୁ କାଳରେ ଅଦୃଶ୍ୟ ଠକଙ୍କ ରାଜୁତି ଦେଖିବାକୁ ମିଳିଥିଲା। ଦୁଇବର୍ଷ ହେବ ସାରା ରାଜ୍ୟ ସମେତ ଭୁବନେଶ୍ୱରରେ କଲବଲ କରିଛନ୍ତି ସାଇବର ଠକ। ଏହାକୁ ରୋକିବା ଲାଗି ବିବିଧ ଯୋଜନା ହାତକୁ ନେଇଛି କମିସନରେଟ ପୁଲିସ। ସ୍କୁଲପିଲାଙ୍କୁ ସଚେତନ କରିବା ସ୍କୁଲ ଓ କଲେଜରେ ଆଉଟ୍‌‌ରିଚ୍‌‌ କାର୍ଯ୍ୟକ୍ରମ ହେଉଛି। ଏଥିସହିତ ଅତ୍ୟାଧୁନିକ ଉପକରଣ ଆଣିବା ସହ ସାଇବର ଅପରାଧର ତଦନ୍ତ ଲାଗି ସ୍ପେଶାଲ କ୍ରାଇମ୍‌‌ ୟୁନିଟ୍‌‌କୁ ଆହୁରି କ୍ରିୟାଶୀଳ କରାଯାଉଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଦୁଇବର୍ଷ ଧରି ଦ୍ୱୈତନଗରୀରେ ବ୍ରାଉନସୁଗର ମାଫିଆଙ୍କୁ ମାତ୍‌‌ଦେବା ଲାଗି ‘ହ୍ୱାଇଟ୍‌‌ ସ୍ପାଇଡର’ ପ୍ରକଳ୍ପ ଜାରି ରହିଛି। ବିଗତ ୨ ବର୍ଷରେ ବିପୁଳ ପରିମାଣର ବ୍ରାଉନ୍‌‌ସୁଗର ଜବତ କରିବା ସହ ରେକର୍ଡ ସଂଖ୍ୟାକ ନିଶା ମାଫିଆଙ୍କୁ ଗିରଫ କରାଯାଇଛି। ନିଶା କାରବାର କରି ଏକାଧିକ ଥର ଧରାପଡ଼ିଥିବା ଅଭିଯୁକ୍ତଙ୍କୁ ଏନ୍‌‌ଏସ୍‌‌ଏ, ନିର୍ବାସନ ଭଳି ଦଫାରେ ବୁକ୍‌‌ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏଇ ବର୍ଷରେ ଏହାକୁ ଆହୁରି କଡ଼ାକଡ଼ି କରିବା ଲାଗି କମିସନରେଟ୍‌‌ ପୁଲିସ ବଦ୍ଧପରିକର ବୋଲି ସିପି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ଅନ୍ୟପଟେ ସହରର ଜନସଂଖ୍ୟା ଅନୁଯାୟୀ ଗାଡ଼ି ସଂଖ୍ୟା ବଢ଼଼ିବାରେ ଲାଗିଛି। ଏଣୁ ସହରରେ ଟ୍ରାଫିକ ଯନ୍ତ୍ରଣା ଦେଖାଯାଉଛି। ଟ୍ରାଫିକ ପରିଚାଳନାରେ ଅତ୍ୟାଧୁନିକ ଜ୍ଞାନକୌଶଳ ଆପଣା ଯାଉଛି। ସିସିଟିଭି ସଂଖ୍ୟା ବୃଦ୍ଧି କରିବା ସହ ଏନ୍‌‌ଫୋର୍ସମେଣ୍ଟକୁ କଡ଼ାକଡ଼ି କରିବାକୁ କୁହାଯାଇଛି। ସେଭଳି ସହରରେ ଷ୍ଟ୍ରିଟ୍‌‌କ୍ରାଇମ୍‌‌ ଦିନକୁ ଦିନ ବୃଦ୍ଧି ହେଉଛି। ଏଣୁ ଲୁଟେରା ଓ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ସମ୍ପତ୍ତି ଜବତ କରାଯାଉଛି। ଏଥର ୨୬୦୦ରୁ ୨୭୦୦ ମୋବାଇଲ ଫୋନ୍‌‌ ଅଭିଯୋଗକାରୀଙ୍କୁ ଚିହ୍ନଟ କରି ଫେରସ୍ତ କରାଯାଇଛି। ଏଥିସହ ଷ୍ଟ୍ରିଟ୍‌‌କ୍ରାଇମ୍‌‌ ରୋକିବା ଲାଗି ଏକ ହେଲ୍ପଲାଇନ୍‌‌ ନମ୍ବର ଜାରି ହୋଇଛି।

ସେପଟେ ବସ୍ତିରେ ନିୟନ୍ତ୍ରଣ ଆସୁଛି ଅପରାଧ। ଏହାକୁ ସଫଳ କରିଛି କମିସନରେଟ୍‌‌ ପୁଲିସର ‘ବସ୍ତିକୁ ଚାଲ’ ଅଭିଯାନ। ବସ୍ତିରେ ରହୁଥିବା ପିଲାଙ୍କ ସହ ଖେଳ, ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ କରି ପୁଲିସ ବସ୍ତିଲୋକଙ୍କ ବିଶ୍ୱାସ ଜିତିପାରୁଛି। ମହିଳା, ପୁରୁଷ, କୁନିପିଲାଙ୍କ ଲାଗି ଖେଳ ଓ ପାଠପଢ଼଼ା ଲାଗି ଆନୁସାଙ୍ଗିକ ସାମଗ୍ରୀ ଯୋଗାଇ ଦେଉଛି। ସେପରି ବିଗତବର୍ଷ ଆତ୍ମହତ୍ୟାର ବର୍ଷ ଥିଲା ବୋଲି କୁହାଯାଇପାରେ। ୩୦୦ ପାର୍‌‌ କରିଥିଲା ଆତ୍ମହତ୍ୟା ସଂଖ୍ୟା। ଏଣୁ ଆତ୍ମହତ୍ୟାରେ ଅଙ୍କୁଶ ଲଗାଇବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏଥିସହିତ ବରିଷ୍ଠ ନାଗରିକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ସେମାନଙ୍କ ପ୍ରତି ସେବା ମନୋବୃତ୍ତି ରଖିଛି କମିସନରେଟ ପୁଲିସ। ଏପରିକି ଏସ୍‌‌ପିଓ ଭଳି ଯୋଜନାକୁ ଆହୁରି ଶକ୍ତିଶାଳୀ କରିବା ଲାଗି କମିସନରେଟ ପୁଲିସ ଅଙ୍ଗିକାର ବଦ୍ଧ ବୋଲି ସିପି ତାଙ୍କ ମତରେ କହିଛନ୍ତି।

ଅନ୍ୟପକ୍ଷରେ ‘୫-ଟି’ ଓ ମୋ ସରକାର ଆସିବା ଫଳରେ ପୁଲିସ ବିଭାଗ କ୍ଷେତ୍ରରେ ଆସିଛି ବୈପ୍ଲବିକ ପରିବର୍ତ୍ତନ। ତଦନ୍ତ ଠାରୁ ନ୍ୟାୟ କ୍ଷେତ୍ରରେ ଅନେକ ସୁଧାର ଆସିଛି। ସୋସିଆଲ ମିଡିଆରେ ଲୋକଙ୍କ ଅଭିଯୋଗ ପାଇବା କ୍ଷଣି ତୁରନ୍ତ ସମାଧାନ କରାଯାଉଛି। ପୁଲିସ ଆଚରଣ ଓ ଉଚ୍ଚାରଣ ଓ ଲୋକଙ୍କୁ ସେବା ଦେବା ପ୍ରାଥମିକତା ରହିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। କମିସନରେଟ୍‌‌ ପୁଲିସ ମୁଖ୍ୟାଳୟରେ ଆୟୋଜିତ ବୈଠକରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ସିପି ଉମାଶଙ୍କର ଦାଶ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ, କଟକ ଡିସିପି ପିନାକ ମିଶ୍ରଙ୍କ ସମେତ ଦ୍ୱୈତନଗରୀର ସମସ୍ତ ଥାନା ଅଧିକାରୀ ଓ ଜୋନ୍‌‌ ଏସିପି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର