ବିବାହ ଖୁସିରେ ବାଟବଣା ହେଉଛି କଟକଣା; ଫୁଟୁଛି ବାଣ, ରାତି ୧୦ ପରେ ବି ଜମୁଛି ରୋଶଣି

The Sakala Picture
Published On

ଭୁବନେଶ୍ୱର: ରାଜଧାନୀରେ ଆତସବାଜି ପ୍ରଦର୍ଶନ କରିବା ଉପରେ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି। କୌଣସି ବ୍ୟକ୍ତି ବାଣ ଫୁଟାଇଲେ ଆଇନ୍‍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଚେତାଇ ଦେଇଥିଲା। ଗତବର୍ଷ ଡିସେମ୍ବର ମାସରେ କମିସନରେଟ୍‍ ପୁଲିସ ସହରାଞ୍ଚଳରେ ଏହି ନିୟମକୁ ଲାଗୁ କରିଥିଲା। କିନ୍ତୁ ନିୟମ କରିବାର ୨ ମାସ ନ ପୂରୁଣୁ ନିୟମକୁ ଭୁଲିଗଲା କମିସନରେଟ୍‍ ପୁଲିସ। ବିବାହ ଋତୁ ଆରମ୍ଭ ହୋଇଥିବାରୁ ବିବାହ ରୋଶଣିରେ ଫୁଟୁଛି ବାଣ। ସକାଳୁ ରାତି ଯାଏଁ […]

ଭୁବନେଶ୍ୱର: ରାଜଧାନୀରେ ଆତସବାଜି ପ୍ରଦର୍ଶନ କରିବା ଉପରେ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି। କୌଣସି ବ୍ୟକ୍ତି ବାଣ ଫୁଟାଇଲେ ଆଇନ୍‍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଚେତାଇ ଦେଇଥିଲା। ଗତବର୍ଷ ଡିସେମ୍ବର ମାସରେ କମିସନରେଟ୍‍ ପୁଲିସ ସହରାଞ୍ଚଳରେ ଏହି ନିୟମକୁ ଲାଗୁ କରିଥିଲା। କିନ୍ତୁ ନିୟମ କରିବାର ୨ ମାସ ନ ପୂରୁଣୁ ନିୟମକୁ ଭୁଲିଗଲା କମିସନରେଟ୍‍ ପୁଲିସ। ବିବାହ ଋତୁ ଆରମ୍ଭ ହୋଇଥିବାରୁ ବିବାହ ରୋଶଣିରେ ଫୁଟୁଛି ବାଣ। ସକାଳୁ ରାତି ଯାଏଁ ସହରରେ ତୁହାକୁ ତୁହା ବାଣ ଫୁଟୁଛି। ବାଣର ଶବ୍ଦରେ ଅତିଷ୍ଠ ହେଲେଣି ରାଜଧାନୀବାସୀ। ଏପରିକି କମିସନରେଟ ପୁଲିସ ଜାରି କରିଥିବା ହେଲ୍ପଲାଇନ୍‍ ନମ୍ବରରେ ଯୋଗାଯୋଗ କଲେ ବି ପୁଲିସ ଶୁଣୁ ନ ଥିବା ଅଭିଯୋଗ ହୋଇଛି। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ରହୁଥିବା ଅବସରପ୍ରାପ୍ତ ସେନା ଅଧିକାରୀ ବିରଞ୍ଚି ମହାନ୍ତି କହିଛନ୍ତି, ଦୁଇ ଦିନ ତଳେ ସନ୍ଧ୍ୟାରେ ତାଙ୍କ ଘର ସାମ୍‍ନାରେ ଏକ ବିବାହରେ ପ୍ରବଳ ଆତସବାଜି ଫୁଟିଥିଲା। ଏହାପରେ ସେ ପୁଲିସ ଜାରି କରିଥିବା ହେଲ୍ପଲାଇନ୍‍ ନମ୍ବର ୦୬୭୪-୨୫୪୦୨୯୪ରେ ଯୋଗାଯୋଗ କରିଥିଲେ। ଉକ୍ତ ନମ୍ବରକୁ ଜଣେ ପୁଲିସ କର୍ମଚାରୀ ଉଠାଇବା ପରେ ସହ ସବୁ ଶୁଣି ସାରି ସେଠାକୁ ପୁଲିସ ପଠାଉଛୁ ବୋଲି କହିଥିଲେ। କିନ୍ତୁ ଘଣ୍ଟା ଘଣ୍ଟା ଯାଏଁ ପୁଲିସ ସେଠାରେ ପହଞ୍ଚିନଥିଲା। ତେଣୁ ଆତସବାଜି ବି ବନ୍ଦ ହୋଇନଥିଲା। ଏପରିକି ଗୋଟିଏ ପରେ ଗୋଟିଏ ଆତସବାଜି ଆହୁରି ୨ରୁ ଅଢ଼େଇ ଘଣ୍ଟା ଚାଲିଥିଲା। ସେଭଳି ଘର କବାଟ ଝରକା ବନ୍ଦ କରିବା ପରେ ବି ପ୍ରବଳ ଶବ୍ଦରେ ପୂରା ଅଞ୍ଚଳ ଫାଟି ପଡ଼ୁଥିଲା। କେବଳ ଏହି ଗୋଟିଏ ଅଭିଯୋଗ ନୁହେଁ ଏଭଳି ଅନେକ ଅଭିଯୋଗ ଆସୁଛି।

ଆହୁରି ପଢ଼ନ୍ତୁ: ବ୍ୟବସାୟୀଙ୍କୁ ଅପହରଣ କରି ୨ କୋଟି ଦାବି କଲେ ଦୁବୃର୍ତ୍ତ, ପରିବାର ପୁଲିସର ଦ୍ୱାରସ୍ଥ ହେବାରୁ ମାରି ଜଙ୍ଗଲରେ ଫିଙ୍ଗିଦେଲେ

ଅନ୍ୟପଟେ ପୁଲିସର ତଥ୍ୟ କହୁଛି ଗତ ଜାନୁଆରୀ ମାସରେ ଆତସବାଜି ଲାଗି ଡିସିପି ମୁଖ୍ୟାଳୟ ପକ୍ଷରୁ ଜଣକୁ ଅନୁମତି ଦିଆଯାଇଛି। ସେହିପରି ଫେବୃଆରୀ ମାସରେ ଆତସବାଜି ଲାଗି କାହାକୁ ଅନୁମତି ଦିଆଯାଇ ନ ଥିବା ସୂଚନା ମିଳିଛି। କିନ୍ତୁ ସହରରେ ବିନା ଅନୁମତିରେ ଆତସବାଜି ଫୁଟୁଥିଲେ ମଧ୍ୟ ପୁଲିସ ଚୁପ୍‍ ହୋଇ ବସିଛି। ନିୟମ ଭାଙ୍ଗୁଥିବା ଉଲ୍ଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ କରୁନାହିଁ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। କେବଳ ଘୋଷଣାର ଗୋଟିଏ ଦିନ ପରେ ଧରପଗଡ଼କୁ ଜୋରଦାର କରୁଛି। ଏହାପରେ ପୂରା ଶିଥିଳତା ପଡ଼ିଯାଉଛି।

ଆହୁରି ପଢ଼ନ୍ତୁ: ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ାର ୫୦,୦୦୦ରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିଛି ବେଦାନ୍ତ ଆଲୁମିନିୟମର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା

ସେହିପରି କେବଳ ଆତସବାଜି ନୁହେଁ ବରଂ ଡିଜେ ବଜାଇବା ଉପରେ କଟକଣା ଲଗାଯାଇଥିଲା। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ ୬୫ ଡେସିବେଲ୍‍ରୁ ଅଧିକ ଶବ୍ଦର ଡିଜେ ବାଜିପାରିବ ନାହିଁ ବୋଲି ନିୟମ ରହିଛି। କିନ୍ତୁ ଏବେ ମନ ଇଚ୍ଛା ଉଚ୍ଚ ଶବ୍ଦରେ ଡିଜେ ବାଜୁଥିବା ପରିଲକ୍ଷିତ ହେଉଛି। ସେହିଭଳି ରାତି ୧୦ ପରେ ରୋଶଣିକୁ ଅନୁମତି ନାହିଁ। କିନ୍ତୁ ଏହାକୁ ଦଳଚକଟି ଦେଉଛନ୍ତି ଶୋଭାଯାତ୍ରାରେ ସାମିଲ ହେଉଥିବା ଲୋକେ। ବିଳମ୍ବିତ ରାତି ଯାଏଁ ଡିଜେ ବାଜୁଛି ଓ ମତୁଆଲା ନାଚରେ ମାତୁଛନ୍ତି ବରଯାତ୍ରୀ। ଏନେଇ କମିସନରେଟ ପୁଲିସର ଜଣେ ଅଧିକାରୀ କହିଛନ୍ତି, ଅଭିଯୋଗ ଆସିବା ପରେ ଚଢ଼ଉ କରାଯାଉଛି। ଅନୁମତି ନ ନେଇ ଆତସବାଜି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ରୋଶଣି ଉତ୍ସବରେ ଅଚାନକ ଚଢ଼ଉ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ‘ବିଜୁ ଶ୍ରମିକ ବନ୍ଧୁ’ ସମ୍ମାନ ନାମ ବଦଳାଇଲେ ରାଜ୍ୟ ସରକାର, ହେବ ‘ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ’

11 Feb 2022 By The Sakala

ବିବାହ ଖୁସିରେ ବାଟବଣା ହେଉଛି କଟକଣା; ଫୁଟୁଛି ବାଣ, ରାତି ୧୦ ପରେ ବି ଜମୁଛି ରୋଶଣି

ଭୁବନେଶ୍ୱର: ରାଜଧାନୀରେ ଆତସବାଜି ପ୍ରଦର୍ଶନ କରିବା ଉପରେ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି। କୌଣସି ବ୍ୟକ୍ତି ବାଣ ଫୁଟାଇଲେ ଆଇନ୍‍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଚେତାଇ ଦେଇଥିଲା। ଗତବର୍ଷ ଡିସେମ୍ବର ମାସରେ କମିସନରେଟ୍‍ ପୁଲିସ ସହରାଞ୍ଚଳରେ ଏହି ନିୟମକୁ ଲାଗୁ କରିଥିଲା। କିନ୍ତୁ ନିୟମ କରିବାର ୨ ମାସ ନ ପୂରୁଣୁ ନିୟମକୁ ଭୁଲିଗଲା କମିସନରେଟ୍‍ ପୁଲିସ। ବିବାହ ଋତୁ ଆରମ୍ଭ ହୋଇଥିବାରୁ ବିବାହ ରୋଶଣିରେ ଫୁଟୁଛି ବାଣ। ସକାଳୁ ରାତି ଯାଏଁ ସହରରେ ତୁହାକୁ ତୁହା ବାଣ ଫୁଟୁଛି। ବାଣର ଶବ୍ଦରେ ଅତିଷ୍ଠ ହେଲେଣି ରାଜଧାନୀବାସୀ। ଏପରିକି କମିସନରେଟ ପୁଲିସ ଜାରି କରିଥିବା ହେଲ୍ପଲାଇନ୍‍ ନମ୍ବରରେ ଯୋଗାଯୋଗ କଲେ ବି ପୁଲିସ ଶୁଣୁ ନ ଥିବା ଅଭିଯୋଗ ହୋଇଛି। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ରହୁଥିବା ଅବସରପ୍ରାପ୍ତ ସେନା ଅଧିକାରୀ ବିରଞ୍ଚି ମହାନ୍ତି କହିଛନ୍ତି, ଦୁଇ ଦିନ ତଳେ ସନ୍ଧ୍ୟାରେ ତାଙ୍କ ଘର ସାମ୍‍ନାରେ ଏକ ବିବାହରେ ପ୍ରବଳ ଆତସବାଜି ଫୁଟିଥିଲା। ଏହାପରେ ସେ ପୁଲିସ ଜାରି କରିଥିବା ହେଲ୍ପଲାଇନ୍‍ ନମ୍ବର ୦୬୭୪-୨୫୪୦୨୯୪ରେ ଯୋଗାଯୋଗ କରିଥିଲେ। ଉକ୍ତ ନମ୍ବରକୁ ଜଣେ ପୁଲିସ କର୍ମଚାରୀ ଉଠାଇବା ପରେ ସହ ସବୁ ଶୁଣି ସାରି ସେଠାକୁ ପୁଲିସ ପଠାଉଛୁ ବୋଲି କହିଥିଲେ। କିନ୍ତୁ ଘଣ୍ଟା ଘଣ୍ଟା ଯାଏଁ ପୁଲିସ ସେଠାରେ ପହଞ୍ଚିନଥିଲା। ତେଣୁ ଆତସବାଜି ବି ବନ୍ଦ ହୋଇନଥିଲା। ଏପରିକି ଗୋଟିଏ ପରେ ଗୋଟିଏ ଆତସବାଜି ଆହୁରି ୨ରୁ ଅଢ଼େଇ ଘଣ୍ଟା ଚାଲିଥିଲା। ସେଭଳି ଘର କବାଟ ଝରକା ବନ୍ଦ କରିବା ପରେ ବି ପ୍ରବଳ ଶବ୍ଦରେ ପୂରା ଅଞ୍ଚଳ ଫାଟି ପଡ଼ୁଥିଲା। କେବଳ ଏହି ଗୋଟିଏ ଅଭିଯୋଗ ନୁହେଁ ଏଭଳି ଅନେକ ଅଭିଯୋଗ ଆସୁଛି।

ଅନ୍ୟପଟେ ପୁଲିସର ତଥ୍ୟ କହୁଛି ଗତ ଜାନୁଆରୀ ମାସରେ ଆତସବାଜି ଲାଗି ଡିସିପି ମୁଖ୍ୟାଳୟ ପକ୍ଷରୁ ଜଣକୁ ଅନୁମତି ଦିଆଯାଇଛି। ସେହିପରି ଫେବୃଆରୀ ମାସରେ ଆତସବାଜି ଲାଗି କାହାକୁ ଅନୁମତି ଦିଆଯାଇ ନ ଥିବା ସୂଚନା ମିଳିଛି। କିନ୍ତୁ ସହରରେ ବିନା ଅନୁମତିରେ ଆତସବାଜି ଫୁଟୁଥିଲେ ମଧ୍ୟ ପୁଲିସ ଚୁପ୍‍ ହୋଇ ବସିଛି। ନିୟମ ଭାଙ୍ଗୁଥିବା ଉଲ୍ଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ କରୁନାହିଁ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। କେବଳ ଘୋଷଣାର ଗୋଟିଏ ଦିନ ପରେ ଧରପଗଡ଼କୁ ଜୋରଦାର କରୁଛି। ଏହାପରେ ପୂରା ଶିଥିଳତା ପଡ଼ିଯାଉଛି।

ସେହିପରି କେବଳ ଆତସବାଜି ନୁହେଁ ବରଂ ଡିଜେ ବଜାଇବା ଉପରେ କଟକଣା ଲଗାଯାଇଥିଲା। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ ୬୫ ଡେସିବେଲ୍‍ରୁ ଅଧିକ ଶବ୍ଦର ଡିଜେ ବାଜିପାରିବ ନାହିଁ ବୋଲି ନିୟମ ରହିଛି। କିନ୍ତୁ ଏବେ ମନ ଇଚ୍ଛା ଉଚ୍ଚ ଶବ୍ଦରେ ଡିଜେ ବାଜୁଥିବା ପରିଲକ୍ଷିତ ହେଉଛି। ସେହିଭଳି ରାତି ୧୦ ପରେ ରୋଶଣିକୁ ଅନୁମତି ନାହିଁ। କିନ୍ତୁ ଏହାକୁ ଦଳଚକଟି ଦେଉଛନ୍ତି ଶୋଭାଯାତ୍ରାରେ ସାମିଲ ହେଉଥିବା ଲୋକେ। ବିଳମ୍ବିତ ରାତି ଯାଏଁ ଡିଜେ ବାଜୁଛି ଓ ମତୁଆଲା ନାଚରେ ମାତୁଛନ୍ତି ବରଯାତ୍ରୀ। ଏନେଇ କମିସନରେଟ ପୁଲିସର ଜଣେ ଅଧିକାରୀ କହିଛନ୍ତି, ଅଭିଯୋଗ ଆସିବା ପରେ ଚଢ଼ଉ କରାଯାଉଛି। ଅନୁମତି ନ ନେଇ ଆତସବାଜି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ରୋଶଣି ଉତ୍ସବରେ ଅଚାନକ ଚଢ଼ଉ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର