ଦିନକ ପରେ ଆରମ୍ଭ ହେବ ମେକ୍‍ ଇନ୍‍ ଓଡ଼ିଶା କନ୍‌କ୍ଲେଭ୍‌-୩, ନିବେଶରେ ନୂଆ ଇତିହାସ ଲକ୍ଷ୍ୟ

The Sakala Picture
Published On

ଭୁବନେଶ୍ୱର : ଆଉ ଦିନକ ପରେ ଭୁବନେଶ୍ୱରର ଜନତା ମଇଦାନ ଠାରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍। ୨୦୧୬ ଏବଂ ୨୦୧୮ ପରେ ଆୟୋଜିତ ହେଉଥିବା ମେକ୍‍ ଇନ୍‍ ଓଡ଼ିଶାର ତୃତୀୟ ସଂସ୍କରଣରେ ଓଡ଼ିଶା ନୂଆ ଇତିହାସ ରଚିବା ଅପେକ୍ଷାରେ ଅଛି। ପୂର୍ବରୁ ଦୁଇ ସମ୍ମିଳନୀରୁ ଯେତିକି ସଫଳତା ମିଳିଥିଲା ତାକୁ ଦେଖିଲେ ଆଗାମୀ ସମ୍ମିଳନୀ ଏକାଧିକ କିର୍ତ୍ତୀମାନ ରଚିବ ବୋଲି ତଥ୍ୟଭିଜ୍ଞ ମହଲରେ ମତ ପ୍ରକାଶ ପାଇଛି। ଏହାକୁ […]

ଭୁବନେଶ୍ୱର : ଆଉ ଦିନକ ପରେ ଭୁବନେଶ୍ୱରର ଜନତା ମଇଦାନ ଠାରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍। ୨୦୧୬ ଏବଂ ୨୦୧୮ ପରେ ଆୟୋଜିତ ହେଉଥିବା ମେକ୍‍ ଇନ୍‍ ଓଡ଼ିଶାର ତୃତୀୟ ସଂସ୍କରଣରେ ଓଡ଼ିଶା ନୂଆ ଇତିହାସ ରଚିବା ଅପେକ୍ଷାରେ ଅଛି। ପୂର୍ବରୁ ଦୁଇ ସମ୍ମିଳନୀରୁ ଯେତିକି ସଫଳତା ମିଳିଥିଲା ତାକୁ ଦେଖିଲେ ଆଗାମୀ ସମ୍ମିଳନୀ ଏକାଧିକ କିର୍ତ୍ତୀମାନ ରଚିବ ବୋଲି ତଥ୍ୟଭିଜ୍ଞ ମହଲରେ ମତ ପ୍ରକାଶ ପାଇଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଜ୍ୟ ପ୍ରଶାସନ ଏବଂ ନିବେଶକମାନେ ବେଶ୍‍ ଉତ୍ସାହିତ ଅଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ୨୦୧୬ ଏବଂ ୨୦୧୮ ପରେ ଚଳିତ ବର୍ଷ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିବାକୁ ଯାଉଛି।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ରାଜ୍ୟ ସରକାରଙ୍କର ଏହି ବହୁପ୍ରତିକ୍ଷିତ ନିବେଶକ ସମ୍ମିଳନୀ ବିଶ୍ୱ ସମୁଦାୟ ଆଗରେ ଓଡ଼ିଶାର ରୂପାନ୍ତରଣ କାହାଣୀ ଅବତାରଣା କରିବା ସହ ଓଡ଼ିଶାରେ ଭରି ରହିଥିବା ସମ୍ଭାବନାକୁ ଉଜାଗର କରିବ। ଓଡ଼ିଶାରେ ପ୍ରଭୂତ ଖଣି, ଜଳ ସମ୍ପଦ ଭରି ରହିଥିବା ବେଳେ ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି ପାଇଁ ରାଜ୍ୟ ସରକାର ସବୁମତେ ଉଦ୍ୟମ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶାକୁ ନିୟମିତ ଭାବେ ପୁଞ୍ଜି ନିବେଶ ଆସିବାରେ ଲାଗିଛି। ଏପରିକି କୋଭିଡ୍‍ ମହାମାରୀ ସମୟରେ ବି ବିପୁଳ ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ସବୁଠାରୁ ବଡ଼ କଥା ହେଉଛି ଖୋଦ୍‍ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଭରି ରହିଥିବା ଶିଳ୍ପ ସମ୍ଭାବନା ସମ୍ପର୍କରେ ଦେଶ ବିଦେଶର ଖ୍ୟାତନାମା ଶିଳ୍ପପତିଙ୍କୁ ଅବଗତ କରାଇବା ସହ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆକର୍ଷିତ କରୁଛନ୍ତି। ଏଥର ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍ ପୂର୍ବର ସବୁ ରେକର୍ଡକୁ ଅତିକ୍ରମ କରିବାର ସମ୍ପୂର୍ଣ୍ଣ ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ହସ୍ତଗତ ସୂଚନା ଅନୁସାରେ ଏଥର ସମ୍ମିଳନୀକୁ ଆଇଟି, ଅକ୍ଷୟଶକ୍ତି, ବୟନ, ପ୍ରସାଧନ, ଖାଦ୍ୟ ପ୍ରକ୍ରିୟାକରଣ, ସିପିଂ, ଖଣି ଆଧାରିତ ଶିଳ୍ପ, ବିତ୍ତିୟ ବୈଷୟିକ, ସ୍ୱାସ୍ଥ୍ୟ, ଶିକ୍ଷା, ଶକ୍ତି, ନିର୍ମାଣ ଶିଳ୍ପ ଆଦି କ୍ଷେତ୍ରରେୁ ପୁଞ୍ଜିନିବେଶ ପ୍ରସ୍ତାବ ଆସିବା ସମ୍ଭାବନା ରହିଛି। କାଲି ଠାରୁ ଅତିଥିଙ୍କ ଆଗମନ ଆରମ୍ଭ ହୋଇଯିବ। ପ୍ରତ୍ୟେକ କ୍ଷେତ୍ରର ନିବେଶକଙ୍କ ସହ ସମ୍ପୃକ୍ତ ବିଭାଗର ଅଧିକାରୀ ବ୍ୟକ୍ତିଗତ ଭାବେ ଆଲୋଚନା କରି ଓଡ଼ିଶାରେ ପୁଞ୍ଜିନିବେଶ ସମ୍ଭାବନା ସମ୍ପର୍କରେ ସୂଚନା ଦେବେ। ଶିଳ୍ପକୁ ପ୍ରେତ୍ସାହନ ଦେବା ଲାଗି ମୁଖ୍ୟମନ୍ତ୍ରୀ କେଉଁ ସବୁ ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ସୂଚନା ଦିଆଯିବ। ଏଥିପାଇର୍ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ଅତିରିକ୍ତ ସଚିବ, ସ୍ୱତନ୍ତ୍ର ସଚିବ ଏବଂ ଶାସନ ସଚିବ ମାନଙ୍କୁ ଦାୟିତ୍ୱ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ପୁଞ୍ଜିପତିଙ୍କ ସହ ଆଲୋଚନା ସମୟରେ ଏହାକୁ ନେଇ ସବୁଜ ସଙ୍କେତ ମିଳିଛି। ଅନେକ ନିବେଶକ ଓଡ଼ିଶା ଆସିବା ପାଇଁ ମଧ୍ୟ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟକୁ ପୁଞ୍ଜିନିବେଶ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଦୁବାଇ, ଦିଲ୍ଲୀ, ମୁମ୍ବଇ, ବେଙ୍ଗାଲୁରୁ ଏବଂ ହାଇଦ୍ରବାଦରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସମ୍ମିଳନୀରେ ଯୋଗଦେଇ ନିବେଶକଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିଥିଲେ। ଉପରୋକ୍ତ ବୈଠକରେ ୨୫୦୦ ସମ୍ଭାବ୍ୟ ନିବେଶକ ଯୋଗ ଦେଇଥିଲେ। ଏଥିସହ ୨୬୪ ୱାନ୍‍ ଟୁ ୱାନ୍‍ ବୈଠକ ଅନୁଷ୍ଠିତ ହୋଇ ନିବେଶକ ମାନଙ୍କୁ ଓଡ଼ିଶାରେ ନିବେଶ କରିବା ପାଇଁ ପ୍ରୋତ୍ସାହିତ କରାଯାଇଥିଲା। ଅପରପକ୍ଷେ ୨୦୧୬ରେ ଅନୁଷ୍ଠିତ ମେକ୍‍ ଇନ୍‍ ଓଡ଼ିଶା ସମ୍ମିଳନୀରେ ୨,୦୩,୨୩୫ କୋଟି ଟଙ୍କାର ୮୪ଟି ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିବା ବେଳେ ୨,୨୯,୯୪୭ କୋଟି ଟଙ୍କାର ୫୮ଟି (୬୯%) ପ୍ରସ୍ତାବ ପାରିତ ହୋଇଛି।

ଅନୁମୋଦିତ ଶିଳ୍ପରେ ୧,୦୪,୭୬୨ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ସେହିପରି ୨୦୧୮ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍ରେ ୪,୨୩,୧୧୫ କୋଟି ଟଙ୍କାର ୨୦୨ଟି ପୁଞ୍ଜନିବେଶ ପ୍ରସ୍ତାବ ଆସିଥିଲା। ସେଥିରୁ ୧୦୮ଟି ପ୍ରସ୍ତାବ (୫୩%) ମଞ୍ଜୁରୀ ପାଇଛି। ଫଳରେ ୩,୯୩,୫୯୭ କୋଟି ଟଙ୍କାର ପୁଞ୍ଜି ନିବେଶ ସହିତ ୨,୭୬,୭୯୦ ଜଣ ନିଯୁକ୍ତି ପାଇବେ।।ଜ୍ୟରେ ନୂତନ ଶିଳ୍ପ ପ୍ରତିଷ୍ଠା ପାଇଁ ଇଡ୍‍କୋ ଜରିଆରେ ସୃଷ୍ଟି ହୋଇଥିବା ଲ୍ୟାଣ୍ଡ ବ୍ୟାଙ୍କ ଅଧୀନରେ ୧୪୮୦୨.୧୫୦ ଏକର ଜମି ଅଧିଗ୍ରହଣ କରାଯାଇ କ୍ୟାଟେଗୋରୀ-ଏ ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି। ସେହିପରି ୫୩୩୭୦.୫୮୫ ଏକର ଜମିକୁ ଶିଳ୍ପ ଉପଯୋଗୀ ନିମନ୍ତେ କ୍ୟାଟେଗୋରୀ-ବି ଅଧିନରେ ସଂରକ୍ଷଣ କରାଯାଇଛି। ବିଭିନ୍ନ ଜିଲ୍ଳାରେ ୧୬ଟି ନୂତନ ଶିଳ୍ପାଞ୍ଚଳ ସୃଷ୍ଟି ହୋଇଛି।

ନିବେଶକଙ୍କୁ ଆକୃଷ୍ଠ କରିବା ପାଇଁ ଓଡ଼ିଶା ଶିଳ୍ପ ନୀତି-୨୦୧୫ ଅନୁସାରେ ଲ୍ୟାଣ୍ଡ ପ୍ରିମିୟମ୍‍ ବାବଦକୁ ରିହାତି ବ୍ୟବସ୍ଥା କରାଯାଇଛି। ସେହିପରି ଷ୍ଟାମ୍ପ୍‍ ଡ୍ୟୁଟିରେ ମଧ୍ୟ ରିହାତି ବ୍ୟବସ୍ଥା ଅଛି। ଭଦ୍ରକ ଜିଲ୍ଲାର ଧାମନଗର ଛକ ନିକଟରେ ଇଡ୍‍କୋ ଅଧିଗ୍ରହଣ କରିଥିବା ୨୩୪.୮୬୦ ଏକର ଜମିରେ ଟେକ୍ନନିକାଲ ଟେକ୍ସଟାଇଲ୍‍ ପାର୍କ ପ୍ରତିଷ୍ଠା ପାଇଁ ଉଦ୍ୟମ କରାଯାଉଛି। ଆସନ୍ତା ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେକ୍‍ ଇନ୍‍ ଓଡ଼ିଶା କନ୍‍କ୍ଲେଭ୍‍କୁ ଉଦ୍‍ଘାଟନ କରିବେ। ଏହି ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ୧ ତାରିଖ ଦିନ ଶିଳ୍ପପତିଙ୍କୁ ନେଇ ପ୍ଲିନାରୀ ସେସନ୍‍ ଏବଂ କଣ୍ଟ୍ରି ସେସନ୍‍ ଆୟୋଜିତ ହେବ।

୨ ତାରିଖରେ ସ୍କିଲଡ୍‍ ଇନ୍‍ ଓଡ଼ିଶା ସମ୍ପର୍କରେ ଆଲୋଚନା ହେବା ସହିତ ଧାତୁ ଏବଂ ଆନୁସଙ୍ଗିକ କ୍ଷେତ୍ରରେ ଥିବା ସମ୍ଭାବନାକୁ ନେଇ ଆଲୋଚନା କରାଯିବ। ଏହି ଦିନ ୧୦ଟି ସେକ୍ଟୋରାଲ୍‍ ସେସନ୍‍ ମଧ୍ୟ ଆୟୋଜିତ ହେବ। ୩ ତାରିଖ ଦିନ ମହିଳା ଶସକ୍ତିକରଣ, ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସ୍କୁଲ ରୂପାନ୍ତରଣକୁ ନେଇ ଆଲୋଚନା ସହିତ ଭେଲିଡିଟାରୀ ସେସନ୍‍ ବସିବ। ୪ର୍ଥ ତଥା ଅନ୍ତିମ ଦିବସରେ ଜନସାଧାରଣଙ୍କୁ ପ୍ରଦର୍ଶନୀ ବୁଲିବାର ସୁଯୋଗ ମିଳିବ। ଏହି ଦିନ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଫୁଡ୍‍କୋର୍ଟର ମଜା ମଧ୍ୟ ନେଇପାରିବେ।

29 Nov 2022 By The Sakala

https://www.thesakala.in/latest-odisha-news/make-in-odisha-conclave-3-will-start-a-day-later-aiming-for-new-history-in-investment/article-16935
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର