ପରଲୋକରେ ଜୟନ୍ତୀ ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ୱର : ଜାତୀୟ ମହିଳା କମିଶନର ପ୍ରଥମ ଅଧ୍ୟକ୍ଷା, କଟକ ଓ ବ୍ରହ୍ମପୁର ଲୋକସଭା ଆସନର ପୂର୍ବତନ ସାଂସଦ, ଜାତୀୟ ମହିଳା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଧର୍ମପତ୍ନୀ ଜୟନ୍ତୀ ପଟ୍ଟନାୟକ ବୁଧବାର ରାତିରେ ପରଲୋକ ଗମନ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ଜୟନ୍ତୀ ପଟ୍ଟନାୟକ ଏକାଧାରରେ ଜଣେ ରାଜନେତ୍ରୀ, ସାହିତ୍ୟିକା, ଅନୁବାଦିକା, ସାହିତ୍ୟ ସଙ୍ଗଠିକା ଓ ସୁବକ୍ତା ଥିଲେ। ଓଡ଼ିଶା ରାଜନୀତିରେ ନନ୍ଦିନୀ ଶତପଥୀଙ୍କ ପରେ ଜୟନ୍ତୀ […]

ଭୁବନେଶ୍ୱର : ଜାତୀୟ ମହିଳା କମିଶନର ପ୍ରଥମ ଅଧ୍ୟକ୍ଷା, କଟକ ଓ ବ୍ରହ୍ମପୁର ଲୋକସଭା ଆସନର ପୂର୍ବତନ ସାଂସଦ, ଜାତୀୟ ମହିଳା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଧର୍ମପତ୍ନୀ ଜୟନ୍ତୀ ପଟ୍ଟନାୟକ ବୁଧବାର ରାତିରେ ପରଲୋକ ଗମନ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ଜୟନ୍ତୀ ପଟ୍ଟନାୟକ ଏକାଧାରରେ ଜଣେ ରାଜନେତ୍ରୀ, ସାହିତ୍ୟିକା, ଅନୁବାଦିକା, ସାହିତ୍ୟ ସଙ୍ଗଠିକା ଓ ସୁବକ୍ତା ଥିଲେ। ଓଡ଼ିଶା ରାଜନୀତିରେ ନନ୍ଦିନୀ ଶତପଥୀଙ୍କ ପରେ ଜୟନ୍ତୀ ଦ୍ୱିତୀୟ ସର୍ବାଧିକ ପ୍ରଭାବଶାଳୀ ନାରୀନେତ୍ରୀ ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ। ୧୯୩୨ ମସିହା ଏପ୍ରିଲ ମାସ ୭ ତାରିଖରେ ଗଞ୍ଜାମ ଜିଲ୍ଲାର ଆସ୍କାରେ ସେ ଜନ୍ମଗ୍ରହଣ କରିଥିଲେ। ଶୈଳବାଳା ମହିଳା ମହାବିଦ୍ୟାଳୟ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ଉଚ୍ଚଶିକ୍ଷା ଲାଭ କରିଥିଲେ।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

ପରେ ସେ ମୁମ୍ବାଇସ୍ଥିତ ଟାଟା ଇନଷ୍ଟିଚ୍ୟୁଟ୍‍ ଅଫ୍‍ ସୋସିଆଲ ସାଇନ୍ସ(ଟିସ)ରୁ ସମାଜବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ। ୧୯୫୩ ମସିହାରେ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସହ ତାଙ୍କର ବିବାହ ସମ୍ପନ୍ନ ହୋଇଥିଲା। ସେ ୧୯୮୦ ଉପନିର୍ବାଚନ ଏବଂ ୧୯୮୫ ନିର୍ବାଚନରେ କଟକ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ। ପରେ ୧୯୯୮ରେ ବ୍ରହ୍ମପୁର ଲୋକସଭା ଆସନରୁ ସେ ବିଜୟୀ ହୋଇଥିଲେ। ରାଜ୍ୟ ରାଜନୀତି ବ୍ୟତୀତ ସର୍ବଭାରତୀୟସ୍ତରରେ ନିଜର ସାଂଗଠନିକ ଦକ୍ଷତା ପ୍ରତିପାଦନ କରିଥିଲେ। ସର୍ବଭାରତୀୟ ମହିଳା କଂଗ୍ରେସର ସଭାନେତ୍ରୀ ଭାବେ ୧୯୮୮ରୁ ୧୯୯୦ ମସିହା ଯାଏ ସେ କାର୍ଯ୍ୟ କରିଥିଲେ। ଦେଶର ମହିଳା କମିଶନ ପ୍ରଥମ ଅଧ୍ୟକ୍ଷା ହେବାର ଗୌରବ ମଧ୍ୟ ଜୟନ୍ତୀଙ୍କ ନାଁରେ ରହିଛି। ୧୯୯୨ ମସିହାରୁ ୧୯୯୫ ମସିହା ପର୍ଯ୍ୟନ୍ତ ସେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରହିଥିଲେ।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ସେ ଦୀର୍ଘକାଳ ଧରି ପୌରୁଷର ସମ୍ପାଦିକା ଥିଲେ ଓ ଅନେକ ପୁସ୍ତକକୁ ଓଡ଼ିଆରେ ଅନୁବାଦ କରିଥିଲେ। ଜୟନ୍ତୀ ପଟ୍ଟନାୟକଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଂସଦ ମାନସରଞ୍ଜନ ମଙ୍ଗରାଜ, ସାଂସଦ ସପ୍ତଗିରି ଉଲ୍ଲାକା, ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, କଂଗ୍ରେସ ବିଧାୟକ ସୁର ରାଉତରାୟ, ଖଣ୍ଡପଡ଼ା ବିଧାୟକ ତଥା ଜୟନ୍ତୀଙ୍କ ଜାମାତା ସୌମ୍ୟରଞ୍ଜନ ପଟ୍ଟନାୟକ, ବିଧାୟକ ସୁର ରାଉତରାୟ, କଂଗ୍ରେସର ଓଡ଼ିଶା ପ୍ରଭାରୀ ଚେଲ୍ଲାକୁମାର, ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ସମେତ ବହୁ ବିଶିଷ୍ଟବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର