ତାଳଚେର ମେଡିକାଲ କଲେଜରେ ଆସନ୍ତା ଶିକ୍ଷାବର୍ଷରୁ ନାମଲେଖା; ୬ ମାସ ମଧ୍ୟରେ ଆରମ୍ଭ ହେବ ଚିକିତ୍ସା ସେବା

The Sakala Picture
Published On

ଭୁବନେଶ୍ୱର/ହାଣ୍ଡିଧୁଆ : ଆସନ୍ତା ଶିକ୍ଷା ବର୍ଷରୁ ତାଳଚେର ମେଡିକାଲ କଲେଜରେ ନାମ ଲେଖା ଆରମ୍ଭ ହେବ। ଏହି ମେଡିକାଲ କଲେଜର ପରିଚାଳନା ଭାର ରାଜ୍ୟ ସରକାର ହାତକୁ ନେବେ। ତେବେ ଏ ନେଇ ନୀତିଗତ ନିଷ୍ପତ୍ତି ହେବା ବାକି ଅଛି। ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ତାଳଚେର ମେଡିକାଲ କଲେଜରେ ନାମ ଲେଖା ଆରମ୍ଭ ନେଇ ବିସ୍ତୃତ ଆଲୋଚନା ହୋଇଛି। ମହାନଦୀ କେଲ୍‍ଫିଲ୍ଡ ଲିମିଟେଡ୍‍ (ଏମ୍‍ସିଏଲ୍‍) ଏହି […]

ଭୁବନେଶ୍ୱର/ହାଣ୍ଡିଧୁଆ : ଆସନ୍ତା ଶିକ୍ଷା ବର୍ଷରୁ ତାଳଚେର ମେଡିକାଲ କଲେଜରେ ନାମ ଲେଖା ଆରମ୍ଭ ହେବ। ଏହି ମେଡିକାଲ କଲେଜର ପରିଚାଳନା ଭାର ରାଜ୍ୟ ସରକାର ହାତକୁ ନେବେ। ତେବେ ଏ ନେଇ ନୀତିଗତ ନିଷ୍ପତ୍ତି ହେବା ବାକି ଅଛି। ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ତାଳଚେର ମେଡିକାଲ କଲେଜରେ ନାମ ଲେଖା ଆରମ୍ଭ ନେଇ ବିସ୍ତୃତ ଆଲୋଚନା ହୋଇଛି। ମହାନଦୀ କେଲ୍‍ଫିଲ୍ଡ ଲିମିଟେଡ୍‍ (ଏମ୍‍ସିଏଲ୍‍) ଏହି ମେଡିକାଲ କଲେଜକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବ।

ଆହୁରି ପଢ଼ନ୍ତୁ: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ଓମ୍ ସତ କହିଥିବା ଲାଇ ଡିଟେକ୍ସନ ଟେଷ୍ଟ ରିପୋର୍ଟରୁ ସ୍ପଷ୍ଟ, ୫/୬ ଅଭିଯୁକ୍ତ ଏବେ ବି ଫେରାର

ଆଗାମୀ ୬ ମାସ ମଧ୍ୟରେ ନୂଆ ମେଡିକାଲ କଲେଜରେ ଚିକିତ୍ସା ଆରମ୍ଭ ହେବ। ଆସନ୍ତା କାଲି ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍‍ ତାଳଚେର ମେଡିକାଲ କଲେଜ ପରିଦର୍ଶନ କରି ଏହାର କୋଠା ଏବଂ ଆନୁସଙ୍ଗିକ ଭିତ୍ତିଭୂମି ଯାଞ୍ଚ କରିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି। ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ତାଳଚେର ମେଡିକାଲ କଲେଜ ସମ୍ପର୍କରେ ଅନୁଷ୍ଠିତ ବୈଠକରେ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଉନ୍ନୟନ କମିଶନର ପ୍ରଦୀପ ଜେନା, ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ଧଳ, ଏମ୍‍ସିଏଲ ଓ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ ପଦାଧିକାରୀ ପ୍ରମୁଖ ଏ ସମ୍ପର୍କରେ ଆଲୋଚନା କରିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ଦମନଲୀଳାକୁ ବିଜେଡି ସାଂସଦଙ୍କ ତୀବ୍ର ନିନ୍ଦା

ଗତ ସାଧାରଣ ନିର୍ବାଚନ ପୂର୍ବରୁ ଏମ୍‍ସିଏଲ୍‍ ଦ୍ୱାରା ନିର୍ମିତ ୨୦୧୯ରେ ଏହି ମେଡିକାଲ କଲେଜର ନୂତନ କୋଠା ମଧ୍ୟ ଲୋକାର୍ପିର୍ତ ହୋଇସାରିଛି। ଏହାର ପରିଚାଳନା ଭାର ଏମ୍‍ସିଏଲ୍‍ ଉପରେ ନ୍ୟସ୍ତ କରାଯାଇଥିଲା। ମେଡିକାଲ କଲେଜ ଓ ଡାକ୍ତରଖାନା ନିର୍ମାଣ ପାଇଁ ୨୦୧୪ରେ ରାଜ୍ୟ ସରକାର ଓ ଏମ୍‍ସିଏଲ୍‍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏଥି ପାଇଁ ରାଜ୍ୟ ସରକାର ୨୦ ଏକର ଜମି ଯୋଗାଇ ଦେଇଥିଲେ। ଏଠାରେ ୧୦୦ଟି ଆସନ ବିଶିଷ୍ଟ ଏମ୍‍ବିବିଏସ୍‍ ପାଠ୍ୟକ୍ରମ ପାଇଁ ପାଠପଢ଼଼ା ହେବା ସହ ନେହେରୁ ଶତାବ୍ଦୀ ଡାକ୍ତରଖାନାକୁ ମିଶାଇ ୫ଶହ ଶଯ୍ୟା ବିଶିଷ୍ଟ ଏକ ଅତ୍ୟାଧୁନିକ ଡାକ୍ତରଖାନା କାର୍ଯ୍ୟ କରିବ ବୋଲି କୁହାଯାଇଥିଲା। ହେଲେ ଏମ୍‍ସିଏଲ୍‍ ଏହାର ପରିଚାଳନା କରିପାରିବ ନାହିଁ ବୋଲି ଘୋଷଣା ପରେ ରାଜ୍ୟ ସରକାର ଏହି ଦାୟିତ୍ୱ ନେବାକୁ ଯାଉଛନ୍ତି।

ଆହୁରି ପଢ଼ନ୍ତୁ: ଭ୍ରମାତ୍ମକ ମନ୍ତବ୍ୟ ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ଭର୍ତ୍ତୃହରି: ବିଜେଡି

23 Jul 2022 By The Sakala

ତାଳଚେର ମେଡିକାଲ କଲେଜରେ ଆସନ୍ତା ଶିକ୍ଷାବର୍ଷରୁ ନାମଲେଖା; ୬ ମାସ ମଧ୍ୟରେ ଆରମ୍ଭ ହେବ ଚିକିତ୍ସା ସେବା

ଭୁବନେଶ୍ୱର/ହାଣ୍ଡିଧୁଆ : ଆସନ୍ତା ଶିକ୍ଷା ବର୍ଷରୁ ତାଳଚେର ମେଡିକାଲ କଲେଜରେ ନାମ ଲେଖା ଆରମ୍ଭ ହେବ। ଏହି ମେଡିକାଲ କଲେଜର ପରିଚାଳନା ଭାର ରାଜ୍ୟ ସରକାର ହାତକୁ ନେବେ। ତେବେ ଏ ନେଇ ନୀତିଗତ ନିଷ୍ପତ୍ତି ହେବା ବାକି ଅଛି। ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ତାଳଚେର ମେଡିକାଲ କଲେଜରେ ନାମ ଲେଖା ଆରମ୍ଭ ନେଇ ବିସ୍ତୃତ ଆଲୋଚନା ହୋଇଛି। ମହାନଦୀ କେଲ୍‍ଫିଲ୍ଡ ଲିମିଟେଡ୍‍ (ଏମ୍‍ସିଏଲ୍‍) ଏହି ମେଡିକାଲ କଲେଜକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବ।

ଆଗାମୀ ୬ ମାସ ମଧ୍ୟରେ ନୂଆ ମେଡିକାଲ କଲେଜରେ ଚିକିତ୍ସା ଆରମ୍ଭ ହେବ। ଆସନ୍ତା କାଲି ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍‍ ତାଳଚେର ମେଡିକାଲ କଲେଜ ପରିଦର୍ଶନ କରି ଏହାର କୋଠା ଏବଂ ଆନୁସଙ୍ଗିକ ଭିତ୍ତିଭୂମି ଯାଞ୍ଚ କରିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି। ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ତାଳଚେର ମେଡିକାଲ କଲେଜ ସମ୍ପର୍କରେ ଅନୁଷ୍ଠିତ ବୈଠକରେ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଉନ୍ନୟନ କମିଶନର ପ୍ରଦୀପ ଜେନା, ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ଧଳ, ଏମ୍‍ସିଏଲ ଓ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ ପଦାଧିକାରୀ ପ୍ରମୁଖ ଏ ସମ୍ପର୍କରେ ଆଲୋଚନା କରିଛନ୍ତି।

ଗତ ସାଧାରଣ ନିର୍ବାଚନ ପୂର୍ବରୁ ଏମ୍‍ସିଏଲ୍‍ ଦ୍ୱାରା ନିର୍ମିତ ୨୦୧୯ରେ ଏହି ମେଡିକାଲ କଲେଜର ନୂତନ କୋଠା ମଧ୍ୟ ଲୋକାର୍ପିର୍ତ ହୋଇସାରିଛି। ଏହାର ପରିଚାଳନା ଭାର ଏମ୍‍ସିଏଲ୍‍ ଉପରେ ନ୍ୟସ୍ତ କରାଯାଇଥିଲା। ମେଡିକାଲ କଲେଜ ଓ ଡାକ୍ତରଖାନା ନିର୍ମାଣ ପାଇଁ ୨୦୧୪ରେ ରାଜ୍ୟ ସରକାର ଓ ଏମ୍‍ସିଏଲ୍‍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏଥି ପାଇଁ ରାଜ୍ୟ ସରକାର ୨୦ ଏକର ଜମି ଯୋଗାଇ ଦେଇଥିଲେ। ଏଠାରେ ୧୦୦ଟି ଆସନ ବିଶିଷ୍ଟ ଏମ୍‍ବିବିଏସ୍‍ ପାଠ୍ୟକ୍ରମ ପାଇଁ ପାଠପଢ଼଼ା ହେବା ସହ ନେହେରୁ ଶତାବ୍ଦୀ ଡାକ୍ତରଖାନାକୁ ମିଶାଇ ୫ଶହ ଶଯ୍ୟା ବିଶିଷ୍ଟ ଏକ ଅତ୍ୟାଧୁନିକ ଡାକ୍ତରଖାନା କାର୍ଯ୍ୟ କରିବ ବୋଲି କୁହାଯାଇଥିଲା। ହେଲେ ଏମ୍‍ସିଏଲ୍‍ ଏହାର ପରିଚାଳନା କରିପାରିବ ନାହିଁ ବୋଲି ଘୋଷଣା ପରେ ରାଜ୍ୟ ସରକାର ଏହି ଦାୟିତ୍ୱ ନେବାକୁ ଯାଉଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର