କାଲି ରାଷ୍ଟ୍ରପତି ନିର୍ବାଚନ : ବିଧାନସଭାରେ ୧୪୬ ବିଧାୟକ ଦେବେ ଭୋଟ, ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ଯାଏଁ ଭୋଟ ଗ୍ରହଣ
ଭୁବନେଶ୍ୱର : ରାଷ୍ଟ୍ରପତି ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶା ବିଧାନସଭାରେ ଚୂଡ଼ାନ୍ତ ପ୍ରସ୍ତୁତି ଶେଷ ହୋଇଛି। ସୋମବାର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ନେଇ ବିଧାୟକ ଓ ଏମପି ମାନେ ମତଦାନ କରିପାରିବେ। ବିଧାନସଭା ଜାରି ରହିଥିବାରୁ ଉଭୟ ଅଧିବେଶନ ଏବଂ ରାଷ୍ଟ୍ରପତି ନିର୍ବାଚନକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଓଡ଼ିଶା ବିଧାନସଭାର ୧୪୬ ଜଣ ବିଧାୟକ ନିଜର ମତ ବିଧାନସଭା ପରିସରରେ ପ୍ରଦାନ କରିବେ। ବିରୋଧି ଦଳ ନେତା ପ୍ରଦୀପ୍ତ […]
ଭୁବନେଶ୍ୱର : ରାଷ୍ଟ୍ରପତି ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶା ବିଧାନସଭାରେ ଚୂଡ଼ାନ୍ତ ପ୍ରସ୍ତୁତି ଶେଷ ହୋଇଛି। ସୋମବାର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ନେଇ ବିଧାୟକ ଓ ଏମପି ମାନେ ମତଦାନ କରିପାରିବେ। ବିଧାନସଭା ଜାରି ରହିଥିବାରୁ ଉଭୟ ଅଧିବେଶନ ଏବଂ ରାଷ୍ଟ୍ରପତି ନିର୍ବାଚନକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଓଡ଼ିଶା ବିଧାନସଭାର ୧୪୬ ଜଣ ବିଧାୟକ ନିଜର ମତ ବିଧାନସଭା ପରିସରରେ ପ୍ରଦାନ କରିବେ। ବିରୋଧି ଦଳ ନେତା ପ୍ରଦୀପ୍ତ ନାଏକ ଅସୁସ୍ଥତା କାରଣରୁ ଦିଲ୍ଲୀରେ ସ୍ୱତନ୍ତ୍ର ଭାବେ ମତଦାନ କରିବେ। ରାଜ୍ୟର ସମସ୍ତ ଏମପି ଦିଲ୍ଲୀରେ ଭୋଟ ଦେବେ ବୋଲି ବିଧାନସଭା ସଚିବାଳୟ ପକ୍ଷରୁ କୁହାଯାଇଛି। ବିଧାନସଭାର ପ୍ରଥମ ମହଲାରେ ଥିବା ୫୪ ନଂ ରୁମ୍କୁ ମତଦାନ ପ୍ରକୋଷ୍ଠ କରାଯାଇଛି।
ବିଧାୟକମାନେ ନିଜ ପରିଚୟ ପ୍ରଦାନ କରି ପ୍ରିଜାଇଡିଂ ଅଫିସରଙ୍କ ଠାରୁ ବାଲଟ ଆଣି ମତଦାନ ପ୍ରଦାନ କରିବେ। ପ୍ରତି ପ୍ରମୁଖ ଦଳର ଏଜେଣ୍ଟ ମତଦାନ କେନ୍ଦ୍ର ନିକଟରେ ରହିବେ। ବିଧାୟକମାନେ ନିର୍ବାଚନ କମିସନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା କଲମ ଦ୍ୱାରା ବାଲଟ କାଗଜରେ ଠିକ୍ ଚିହ୍ନ ମାରିବାକୁ ନିର୍ଦ୍ଦେଶ ରହିଛି। ନିର୍ବାଚନ କମିସନଙ୍କ ଦ୍ୱାରା ପ୍ରଦତ୍ତ କଲମଟିକୁ ଠିକ୍ ଚିହ୍ନ ମାରିବା ପରେ ବିଧାୟକମାନେ ନିର୍ବାଚନ ଅଧିକାରୀଙ୍କୁ ଫେରାଇବେ। କୌଣସି ପ୍ରାର୍ଥୀ ଭୋଟ ଦେବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ନାଁ ନିକଟରେ ଥିବା ଖାଲି ସ୍ଥାନରେ ଯଦି ଭୁଲ୍ ଚିହ୍ନ ଦେଉଛନ୍ତି, ତେବେ ତାହାକୁ ନାକଚ ବୋଲି ଧରି ନିଆଯିବ। ନିର୍ବାଚନ କମିସନଙ୍କ ଦ୍ୱାରା ପ୍ରଦତ୍ତ କଲମ ବ୍ୟତୀତ ଅନ୍ୟ କୌଣସି କଲମ ଦ୍ୱାରା ଠିକ୍ ଚିହ୍ନ ମରାଯାଇଥିଲେ, ତାହାକୁ ବୈଧ ବୋଲି ବିଚାର କରାଯିବ ନାହିଁ ।
କୌଣସି ସଦସ୍ୟ ବୁଥ୍ ଭିତରକୁ ନିଜର କ୍ୟାମେରା/ମୋବାଇଲ ନେଇ ପାରିବେ ନାହିଁ। ବୁଥ୍ ଭିତରକୁ ଯିବା ପୂର୍ବରୁ ବିଧାୟକମାନେ ନିଜ ପରିଚୟ ପତ୍ର ଆଣିବାକୁ ବାଧ୍ୟ। ପ୍ରାର୍ଥୀଙ୍କ ନାମ ନିକଟରେ ନିଜ ପସନ୍ଦ ତଥା ପ୍ରିଫରେନ୍ସ ପାଇଁ ୧ କିମ୍ବା ୨ ଲେଖିପାରିବେ। ବାଲଟରେ ଥିବା ଅର୍ଡର ଅଫ ପ୍ରିଫରେନ୍ସ ତଳେ ପସନ୍ଦ ଲେଖିବା ପାଇଁ କମିସନଙ୍କ ପକ୍ଷରୁ କୁହାଯାଇଛି। ପସନ୍ଦ କଲମରେ ଠିକ୍ କିମ୍ବା ଭୁଲ୍ ଚିହ୍ନ ପ୍ରଦାନ କରିବାକୁ ବାରଣ କରାଯାଇଛି। ବାଲଟ ପେପର ଉପରେ କୌଣସି ପ୍ରାର୍ଥୀ ନିଜ ନାଁ, ଦସ୍ତଖତ କିମ୍ବା ଅନ୍ୟ କିଛି ଲେଖିବାକୁ ବାରଣ କରାଯାଇଛି। ବାଲଟ ପେପରକୁ କୌଣସି ପରିସ୍ଥିତିରେ ନଷ୍ଟ ନ କରିବାକୁ କୁହାଯାଇଛି। ବୁଥ୍ ମଧ୍ୟରୁ ବାଲଟ ପେପର ଅନ୍ୟ କୌଣସି ସ୍ଥାନକୁ ନିଆଯାଇପାରିବ ନାହିଁ। ମତଦାନ ସରିବା ପରେ ବାଲଟ ଗୁଡ଼ିକ ଏକାଠି କରି ସ୍ଥାନୀୟ ଷ୍ଟ୍ରଙ୍ଗ୍ରୁମ୍ରେ ରଖାଯିବ। ଏହାର ପରଦିନ ଅର୍ଥାତ ମଙ୍ଗଳବାର ବିମାନ ଜରିଆରେ ବାଲଟ ବକ୍ସ ନୂଆଦିଲ୍ଲୀ ପଠାଯିବ।
ପ୍ରତି ୫ ବର୍ଷରେ ହେଉଥିବା ଏହି ନିର୍ବାଚନରେ ଦେଶର ସମସ୍ତ ବିଧାୟକ ଓ ସାଂସଦ ମାନେ ମତଦାନ କରିଥାନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ମ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରିବାକୁ ଯାଉଛନ୍ତି। ସେ ୧୯୯୭ ମସିହାରୁ ଭୋଟ ଦେଇ ଆସୁଛନ୍ତି। ବିଜେଡି ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ୫ମ ଥର ପାଇଁ ମତଦାନ କରିବାକୁ ଯାଉଛନ୍ତି। ବିଧାୟକମାନଙ୍କ ମଧ୍ୟରେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ୬ଷ୍ଠ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରିବେ। ବିଜେଡି ଲୋକସଭା ସଂସଦୀୟ ଦଳ ନେତା ପିନାକୀ ମିଶ୍ର ୪ର୍ଥ ଥର ପାଇଁ, ଚନ୍ଦ୍ରଶେଖର ସାହୁ ଏବଂ ଅନୁଭବ ମହାନ୍ତି ୨ୟ ଥର ପାଇଁ ମତଦାନ କରିବେ। ବିଜେଡିର ବହୁ ସାଂସଦ ଏବଂ ବିଧାୟକ ପ୍ରଥମଥର ପାଇଁ ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରିବେ। ବର୍ତ୍ତମାନ ଓଡ଼ିଶା ବିଧାନସଭାରେ ଶାସକ ବିଜେଡିର ୧୧୩ ବିଧାୟକ ରହିଛନ୍ତି। ସେହିପରି ବିଜେପିର ୨୨, କଂଗ୍ରେସର ୯, ସିପିଏମରେ ଜଣେ ଏବଂ ୨ ଜଣ ସ୍ୱାଧୀନ ବିଧାୟକ ରହିଛନ୍ତି। ୨୦୧୯ରେ ବିଜେଡି ଟିକେଟରେ ଜିତିଥିବା ଗୋପାଳପୁର ଏମଏଲଏ ପ୍ରଦୀପ ପାଣିଗ୍ରାହୀ ଦଳରୁ ନିଲମ୍ବିତ ହୋଇଥିବାରୁ ତାଙ୍କୁ ସ୍ୱାଧିନ ଭାବେ ଗଣାଯାଉଛି।

About The Author