ଚାଲିଥିଲା ଶବର ଚିକିତ୍ସା! : ମୁଖ୍ୟମନ୍ତ୍ରୀଙ୍କୁ ଟ୍ବିଟ ପରେ ସ୍ୱାସ୍ଥ୍ୟ ବିଭାଗର ଚଢ଼ଉ, ଅନ୍ନପୂର୍ଣ୍ଣା ନର୍ସିଂହୋମ୍‍ ସିଲ୍‍

The Sakala Picture
Published On

କଟକ: ଶବକୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଚିକିତ୍ସା ଚାଲିଛି ବୋଲି ନର୍ସିଂହୋମ କର୍ତ୍ତୃପକ୍ଷ କହୁଥିଲେ। ଗୋଟିଏ ଦିନ ଆଗରୁ ମୃତ୍ୟୁ ଘଟି ସାରିଥିଲେ ସୁଦ୍ଧା ଶବ ମୁହଁରୁ ଭେଣ୍ଟିଲେଟର ଖୋଲି ନଥିଲେ। ଅନ୍ୟପଟେ ନର୍ସିଂହୋମ କର୍ତ୍ତୃପକ୍ଷ ଚିକିତ୍ସା ବାବଦକୁ ୮୦ ହଜାର ଟଙ୍କା ଦାବି କରୁଥିଲେ। ରୋଗୀ ସମ୍ପର୍କୀୟ ଜଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‍ କରିବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଆଜି ଚଢ଼ଉ କରିଥିଲା। ନର୍ସିଂହୋମର କାଗଜପତ୍ର ଯାଞ୍ଚ କରାଯିବା ବେଳେ ଏହାର ଲାଇସେନ୍ସ ଅବଧି ଶେଷ ହୋଇଯାଇଥିବା […]

କଟକ: ଶବକୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଚିକିତ୍ସା ଚାଲିଛି ବୋଲି ନର୍ସିଂହୋମ କର୍ତ୍ତୃପକ୍ଷ କହୁଥିଲେ। ଗୋଟିଏ ଦିନ ଆଗରୁ ମୃତ୍ୟୁ ଘଟି ସାରିଥିଲେ ସୁଦ୍ଧା ଶବ ମୁହଁରୁ ଭେଣ୍ଟିଲେଟର ଖୋଲି ନଥିଲେ। ଅନ୍ୟପଟେ ନର୍ସିଂହୋମ କର୍ତ୍ତୃପକ୍ଷ ଚିକିତ୍ସା ବାବଦକୁ ୮୦ ହଜାର ଟଙ୍କା ଦାବି କରୁଥିଲେ। ରୋଗୀ ସମ୍ପର୍କୀୟ ଜଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‍ କରିବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଆଜି ଚଢ଼ଉ କରିଥିଲା। ନର୍ସିଂହୋମର କାଗଜପତ୍ର ଯାଞ୍ଚ କରାଯିବା ବେଳେ ଏହାର ଲାଇସେନ୍ସ ଅବଧି ଶେଷ ହୋଇଯାଇଥିବା ଜଣାପଡ଼ିଛି। ଏହି ଘଟଣା ଘଟିଛି କାଠଗୋଲା ସାହିର ଅନ୍ନପୂର୍ଣ୍ଣା ନର୍ସିଂହୋମରେ। ନର୍ସିଂହୋମକୁ ସିଲ୍‍ କରାଯିବା ସହିତ ଏଠାରେ କାର୍ଯ୍ୟ କରୁଥିବା ଜଣେ ଷ୍ଟାଫ ଓ ଫାର୍ମାସିଷ୍ଟଙ୍କୁ ଗିରଫ କରାଯାଇଛି।

ଆହୁରି ପଢ଼ନ୍ତୁ: ବାର୍ଷିକ ରିଭିଜନରେ ଓଡ଼ିଶାର ୧୦ ଲକ୍ଷ ଭୋଟରଙ୍କ ନାମ ବାଦ୍‌; ନିର୍ବାଚନ କମିସନଙ୍କ କାର୍ଯ୍ୟକୁ ନେଇ ବିଜେଡିର ସନ୍ଦେହ

ସୂଚନା ଅନୁଯାୟୀ, ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ମଞ୍ଜୁ କରୁଆ ଏଭଳି ଅଭିଯୋଗ ଉଠାଇଥିଲେ। ତାଙ୍କ ବଡ଼ଭଉଣୀ ଗୌରୀ ଉଚ୍ଚ ରକ୍ତଚାପ ରୋଗରେ ଆକ୍ରାନ୍ତ ଥିଲେ। କେନ୍ଦୁଝର ଚମ୍ପୁଆରେ ପ୍ରଥମେ ଗୌରୀଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତରମାନେ ଏସ୍‍ସିବି ମେଡ଼ିକାଲକୁ ଯିବା ପାଇଁ ପରାମର୍ଶ ଦେଇଥିଲେ। ଗତ ୩୦ ତାରିଖ ସନ୍ଧ୍ୟା ପ୍ରାୟ ୬ଟାରେ ବଡ଼ଭଉଣୀ ଗୌରୀଙ୍କୁ ଧରି ମଞ୍ଜୁ ଏସ୍‍ସିବିରେ ପହଞ୍ଚିଥିଲେ। ଏଠାରେ କିଛି ଦଲାଲଙ୍କ ସହିତ ମଞ୍ଜୁଙ୍କ ଭେଟ ହୋଇଥିଲା। ଖୁବ କମ୍‍ ଖର୍ଚ୍ଚରେ ଚିକିତ୍ସା ହୋଇଯିବ ବୋଲି କହିଥିଲେ ଦଲାଲମାନେ। ପରେ ଦଲାଲଙ୍କ ଜରିଆରେ ଗୌରୀଙ୍କୁ ଅନ୍ନପୂର୍ଣ୍ଣା ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା। ଗତ ୩ ତାରିଖ ବିଳମ୍ବିତ ରାତିରେ ଚିକିତ୍ସାଧିନ ଅବସ୍ଥାରେ ଗୌରୀଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ହେଲେ ଏ ସଂକ୍ରାନ୍ତରେ କୌଣସି ସୂଚନା ଦେଇନଥିଲେ ନର୍ସିଂହୋମ କର୍ତ୍ତୃପକ୍ଷ। ଚିକିତ୍ସା ଚାଲିଛି ବୋଲି ମଞ୍ଜୁଙ୍କୁ ବାରମ୍ବାର କହୁଥିଲେ ନର୍ସିଂହୋମର କିଛି ଷ୍ଟାଫ। ଭେଣ୍ଟିଲେଟରରେ ଅଛନ୍ତି। ଇଞ୍ଜେକସନ ଏବେ ଦିଆଯାଇଛି। ତୁମେ ଅଧିକ ଦିନର ଚିକିତ୍ସା ପାଇଁ ଟଙ୍କା ଯୋଗାଡ଼ କର ବୋଲି କହୁଥିଲେ। ୪ ତାରିଖ ମଧ୍ୟାହ୍ନରେ ମଞ୍ଜୁ ବ୍ୟସ୍ତ ଓ ବିବ୍ରତ ହୋଇ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ କରିବା ସହ ମଙ୍ଗଳାବାଗ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ। ଆଜି ମଙ୍ଗଳାବାଗ ଥାନା ପୁଲିସର ସହାୟତାରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଉମେଶ ରାୟ ନର୍ସିଂହୋମରେ ଚଢ଼ଉ କରିଥିଲେ। ଗୌରୀଙ୍କ ୩ ତାରିଖ ବିଳମ୍ବିତ ରାତିରେ ମୃତ୍ୟୁ ଘଟି ସାରିଥିଲା। ନର୍ସିଂହୋମ କର୍ତ୍ତୃପକ୍ଷ ଭେଣ୍ଟିଲେଟର ଖୋଲି ନଥିଲେ କି ମୃତ୍ୟୁ ରିପୋର୍ଟ ମଧ୍ୟ ପ୍ରସ୍ତୁତ କରି ନଥିଲେ ବୋଲି ଡ. ରାୟ କହିଛନ୍ତି। ଏହାଛଡ଼ା ଏହି ନର୍ସିଂହୋମର ଲାଇସେନ୍ସ ଅବଧି ଶେଷ ହୋଇ ସାରିଛି। ଏହାକୁ ନବୀକରଣ ମଧ୍ୟ କରାଯାଇନାହିଁ। କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ଅନୁଯାୟୀ କୌଣସି କାର୍ଯ୍ୟ ଏଠାରେ ଚାଲୁନଥିଲା। ହାଉସ ସର୍ଜନମାନେ ଏଠାରେ ରୋଗୀଙ୍କ ଚିକିତ୍ସା ନିମନ୍ତେ ଆସୁଥିଲେ ବୋଲି ସେ କହିଥିଲେ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲର ସେକ୍ସନ ଅଫିସର୍, ୨୫୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

ଅନ୍ୟପକ୍ଷରେ ଏହି ଘଟଣାରେ ନର୍ସିଂହୋମର କର୍ମଚାରୀ ଶକ୍ତିରଞ୍ଜନ ମହାପାତ୍ର ଓ ଫାର୍ମାସିଷ୍ଟ ଦେବାଶିଷ ବେହେରାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। କିଛି ଦଲାଲ ଉକ୍ତ ରୋଗୀଙ୍କୁ ନର୍ସିଂହୋମରେ ଭର୍ତ୍ତି କରାଯିବାରେ ସହାୟତା କରିଥିଲେ। ଏବେ ସେମାନଙ୍କୁ ଠାବ କରିବା ପାଇଁ ପୁଲିସ ଚେଷ୍ଟା କରୁଛି ବୋଲି ଡିସିପି ସିଂ କହିଛନ୍ତି।

ଆହୁରି ପଢ଼ନ୍ତୁ: ଭିସୁଟରେ ପୁଣି ରାଗିଂ ଅଭିଯୋଗ, ଅଭିଯୁକ୍ତ ୪ ସିନିଅର ଛାତ୍ରଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କଲା କର୍ତ୍ତୃପକ୍ଷ

06 Apr 2021 By The Sakala

ଚାଲିଥିଲା ଶବର ଚିକିତ୍ସା! : ମୁଖ୍ୟମନ୍ତ୍ରୀଙ୍କୁ ଟ୍ବିଟ ପରେ ସ୍ୱାସ୍ଥ୍ୟ ବିଭାଗର ଚଢ଼ଉ, ଅନ୍ନପୂର୍ଣ୍ଣା ନର୍ସିଂହୋମ୍‍ ସିଲ୍‍

କଟକ: ଶବକୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଚିକିତ୍ସା ଚାଲିଛି ବୋଲି ନର୍ସିଂହୋମ କର୍ତ୍ତୃପକ୍ଷ କହୁଥିଲେ। ଗୋଟିଏ ଦିନ ଆଗରୁ ମୃତ୍ୟୁ ଘଟି ସାରିଥିଲେ ସୁଦ୍ଧା ଶବ ମୁହଁରୁ ଭେଣ୍ଟିଲେଟର ଖୋଲି ନଥିଲେ। ଅନ୍ୟପଟେ ନର୍ସିଂହୋମ କର୍ତ୍ତୃପକ୍ଷ ଚିକିତ୍ସା ବାବଦକୁ ୮୦ ହଜାର ଟଙ୍କା ଦାବି କରୁଥିଲେ। ରୋଗୀ ସମ୍ପର୍କୀୟ ଜଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‍ କରିବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଆଜି ଚଢ଼ଉ କରିଥିଲା। ନର୍ସିଂହୋମର କାଗଜପତ୍ର ଯାଞ୍ଚ କରାଯିବା ବେଳେ ଏହାର ଲାଇସେନ୍ସ ଅବଧି ଶେଷ ହୋଇଯାଇଥିବା ଜଣାପଡ଼ିଛି। ଏହି ଘଟଣା ଘଟିଛି କାଠଗୋଲା ସାହିର ଅନ୍ନପୂର୍ଣ୍ଣା ନର୍ସିଂହୋମରେ। ନର୍ସିଂହୋମକୁ ସିଲ୍‍ କରାଯିବା ସହିତ ଏଠାରେ କାର୍ଯ୍ୟ କରୁଥିବା ଜଣେ ଷ୍ଟାଫ ଓ ଫାର୍ମାସିଷ୍ଟଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ମଞ୍ଜୁ କରୁଆ ଏଭଳି ଅଭିଯୋଗ ଉଠାଇଥିଲେ। ତାଙ୍କ ବଡ଼ଭଉଣୀ ଗୌରୀ ଉଚ୍ଚ ରକ୍ତଚାପ ରୋଗରେ ଆକ୍ରାନ୍ତ ଥିଲେ। କେନ୍ଦୁଝର ଚମ୍ପୁଆରେ ପ୍ରଥମେ ଗୌରୀଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତରମାନେ ଏସ୍‍ସିବି ମେଡ଼ିକାଲକୁ ଯିବା ପାଇଁ ପରାମର୍ଶ ଦେଇଥିଲେ। ଗତ ୩୦ ତାରିଖ ସନ୍ଧ୍ୟା ପ୍ରାୟ ୬ଟାରେ ବଡ଼ଭଉଣୀ ଗୌରୀଙ୍କୁ ଧରି ମଞ୍ଜୁ ଏସ୍‍ସିବିରେ ପହଞ୍ଚିଥିଲେ। ଏଠାରେ କିଛି ଦଲାଲଙ୍କ ସହିତ ମଞ୍ଜୁଙ୍କ ଭେଟ ହୋଇଥିଲା। ଖୁବ କମ୍‍ ଖର୍ଚ୍ଚରେ ଚିକିତ୍ସା ହୋଇଯିବ ବୋଲି କହିଥିଲେ ଦଲାଲମାନେ। ପରେ ଦଲାଲଙ୍କ ଜରିଆରେ ଗୌରୀଙ୍କୁ ଅନ୍ନପୂର୍ଣ୍ଣା ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା। ଗତ ୩ ତାରିଖ ବିଳମ୍ବିତ ରାତିରେ ଚିକିତ୍ସାଧିନ ଅବସ୍ଥାରେ ଗୌରୀଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ହେଲେ ଏ ସଂକ୍ରାନ୍ତରେ କୌଣସି ସୂଚନା ଦେଇନଥିଲେ ନର୍ସିଂହୋମ କର୍ତ୍ତୃପକ୍ଷ। ଚିକିତ୍ସା ଚାଲିଛି ବୋଲି ମଞ୍ଜୁଙ୍କୁ ବାରମ୍ବାର କହୁଥିଲେ ନର୍ସିଂହୋମର କିଛି ଷ୍ଟାଫ। ଭେଣ୍ଟିଲେଟରରେ ଅଛନ୍ତି। ଇଞ୍ଜେକସନ ଏବେ ଦିଆଯାଇଛି। ତୁମେ ଅଧିକ ଦିନର ଚିକିତ୍ସା ପାଇଁ ଟଙ୍କା ଯୋଗାଡ଼ କର ବୋଲି କହୁଥିଲେ। ୪ ତାରିଖ ମଧ୍ୟାହ୍ନରେ ମଞ୍ଜୁ ବ୍ୟସ୍ତ ଓ ବିବ୍ରତ ହୋଇ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ କରିବା ସହ ମଙ୍ଗଳାବାଗ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ। ଆଜି ମଙ୍ଗଳାବାଗ ଥାନା ପୁଲିସର ସହାୟତାରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଉମେଶ ରାୟ ନର୍ସିଂହୋମରେ ଚଢ଼ଉ କରିଥିଲେ। ଗୌରୀଙ୍କ ୩ ତାରିଖ ବିଳମ୍ବିତ ରାତିରେ ମୃତ୍ୟୁ ଘଟି ସାରିଥିଲା। ନର୍ସିଂହୋମ କର୍ତ୍ତୃପକ୍ଷ ଭେଣ୍ଟିଲେଟର ଖୋଲି ନଥିଲେ କି ମୃତ୍ୟୁ ରିପୋର୍ଟ ମଧ୍ୟ ପ୍ରସ୍ତୁତ କରି ନଥିଲେ ବୋଲି ଡ. ରାୟ କହିଛନ୍ତି। ଏହାଛଡ଼ା ଏହି ନର୍ସିଂହୋମର ଲାଇସେନ୍ସ ଅବଧି ଶେଷ ହୋଇ ସାରିଛି। ଏହାକୁ ନବୀକରଣ ମଧ୍ୟ କରାଯାଇନାହିଁ। କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ଅନୁଯାୟୀ କୌଣସି କାର୍ଯ୍ୟ ଏଠାରେ ଚାଲୁନଥିଲା। ହାଉସ ସର୍ଜନମାନେ ଏଠାରେ ରୋଗୀଙ୍କ ଚିକିତ୍ସା ନିମନ୍ତେ ଆସୁଥିଲେ ବୋଲି ସେ କହିଥିଲେ।

ଅନ୍ୟପକ୍ଷରେ ଏହି ଘଟଣାରେ ନର୍ସିଂହୋମର କର୍ମଚାରୀ ଶକ୍ତିରଞ୍ଜନ ମହାପାତ୍ର ଓ ଫାର୍ମାସିଷ୍ଟ ଦେବାଶିଷ ବେହେରାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। କିଛି ଦଲାଲ ଉକ୍ତ ରୋଗୀଙ୍କୁ ନର୍ସିଂହୋମରେ ଭର୍ତ୍ତି କରାଯିବାରେ ସହାୟତା କରିଥିଲେ। ଏବେ ସେମାନଙ୍କୁ ଠାବ କରିବା ପାଇଁ ପୁଲିସ ଚେଷ୍ଟା କରୁଛି ବୋଲି ଡିସିପି ସିଂ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର